ଭୁବନେଶ୍ୱର : କିଛିଦିନର ବିରତି ପରେ ରାଜ୍ୟକୁ ଫେରିଛି ଶୀତ । ୧୫ଟି ସ୍ଥାନର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ୪ଟି ସ୍ଥାନର ତାପମାତ୍ରା ୧୨ ଡିଗ୍ରୀ ବା ଏହାଠାରୁ ତଳକୁ ଖସିଯାଇଛି । ଆସନ୍ତା ଦୁଇ ଦିନ ରାତି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ଖସିବା ସହ ଥଣ୍ଡା ବଢ଼ିଯିବ । ଶୀତକୁ ନେଇ ଏମିତି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ଦୁଇ ଦିନରେ ୨ରୁ ୩ ଡିଗ୍ରୀ କମିବା ପରେ ରାତି ତାପମାତ୍ରା ପୁଣି ବଢ଼ିବ । ୨ ଦିନ ପରେ ପରବର୍ତ୍ତୀ ୫ ଦିନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ ।ଗୁରୁବାର ଓ ଶୁକ୍ରବାର ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ୧୫ ଡିଗ୍ରୀରୁ ତଳେ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।ତେବେ ଆହୁରି ୩ରୁ ୪ ଦିନ ମଧ୍ୟରେ ରାଜ୍ୟରେ ଆହୁରି ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ। ଯାହାଫଳରେ ସନ୍ଧ୍ୟା ହେଉ ହେଉ ଶୀତର ପ୍ରକୋପ ଆହୁରି ଅଧିକ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଯଦି ଦେଖିବା ଆଜି ସକାଳ ସୁଦ୍ଧା ସବୁଠୁ ଅଧିକ ଜି.ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଏପରିକି ଭୁବନେଶ୍ଵରରେ ମଧ୍ୟ ସକାଳୁ ଏବଂ ସନ୍ଧ୍ୟା ହେବା ମାତ୍ରେ ଶୀତ ବଢ଼ିବାରେ ଲାଗୁଛି। ସକାଳୁ ସକାଳୁ ୧୦୦ ମିଟର ରାସ୍ତା ମଧ୍ୟ ଦୃଶ୍ୟମାନ ହେଉନାହିଁ। ତେଣୁ କରି ଅନେକ ସ୍ଥାନରେ ଦୁର୍ଘଟଣା ମଧ୍ୟ ଘଟୁଛି।
Comments are closed, but trackbacks and pingbacks are open.