ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ବୀରଚକ୍ର ଏବଂ ସହିଦ ମାନଙ୍କୁ ‘ଶୌର୍ଯ୍ୟଚକ୍ର’ ‘କିର୍ତ୍ତୀଚକ୍ର’ ରେ ସମ୍ମାନିତ କଲେ ରାଷ୍ଟ୍ରପତି

16

ପାକିସ୍ତାନର F-16 ବିମାନକୁ ଗୁଳି କରି ଖସେଇ ଦେଇଥିବା ତତ୍କାଳୀନ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଙ୍କୁ ଆଜି ରାଷ୍ଟ୍ରପତି ଭବନ ରେ ‘ବୀରଚକ୍ର’ ସମ୍ମାନ ରେ ସମ୍ମନିତ କରାଯାଇଛି I ପାକିସ୍ତାନ ବିରୋଧରେ ହୋଇଥିବା ଏହି ସର୍ଜିକାଲ ଷ୍ଟ୍ରାଇକ ସମୟରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ପାକିସ୍ତାନର ଯୁଦ୍ଧ ବିମାନ F-16 କୁ ଗୁଳି କରି ଉଡାଇ ଦେଇଥିଲେ ।
ରାଷ୍ଟ୍ରପତି ଭବନ ରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଙ୍କ ସହିତ ଅନ୍ୟ ବହାଦୁର ସୈନ୍ୟ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି I
ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଆଜି 11 ଟା ସମୟରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି I ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ଅଭିନ୍ଦନ ପାକିସ୍ତାନର F-16 କୁ ଗୁଳି କରି ଖସାଇ ଦେଇଥିଲେ ।
ସେହିପରି , ଆତଙ୍କବାଦୀଙ୍କ ବିରୋଧରେ ଅଭିଯାନ ଆରମ୍ଭ କରି ସହିଦ ହୋଇଥିବା ଆର୍ମି ସାପର୍ ପ୍ରକାଶ ଯାଦବଙ୍କୁ ମରଣୋତ୍ତୋର ଭାବରେ ‘କିର୍ତ୍ତୀଚକ୍ର’ରେ ସମ୍ମାନିତ କରାଯାଇଥିଲା । ରାଷ୍ଟ୍ରପତି ରାମନାଥ କୋବିଦ ଙ୍କ ହାତରୁ ଏହି ସମ୍ମାନ ତାଙ୍କ ପତ୍ନୀ ଏବଂ ମା’ ଗ୍ରହଣ କରିଥିଲେ I

ଆତଙ୍କବାଦୀଙ୍କ ବିରୋଧରେ ହୋଇଥିବା ଅପରେସନରେ ସହିଦ ହୋଇଥିବା ମେଜର ବିଭୁତି ଶଙ୍କର ଧୋଣ୍ଡିଆଲଙ୍କୁ ମରଣୋତ୍ତୋର ଭାବରେ ‘ଶୌର୍ଯ୍ୟଚକ୍ର’ ପ୍ରଦାନ କରାଯାଇଥିଲା। ସେହି ଆତଙ୍କବାଦୀ ଅପରେସନରେ ୫ ଆତଙ୍କବାଦୀ ନିହତ ହୋଇଥିଲେ। ଶହୀଦ ମେଜର ବିଭୁତିଙ୍କ ପତ୍ନୀ ଏବଂ ମା ରାଷ୍ଟ୍ରପତି ରାମନାଥ କୋବିଦ ଙ୍କ ହାତରୁ ଏହି ସମ୍ମାନ ଗ୍ରହଣ କରିଥିଲେ I

ଜାମ୍ମୁ କାଶ୍ମୀରରେ ହୋଇଥିବା ଏ++ କାଟାଗୋରି ର ଆତଙ୍କବାଦୀ ଅପରେସନରେ ସହୀଦ ହୋଇଥିବା ନୟାବ ସୁବେଦାର ସୋମବୀରଙ୍କୁ ମଧ୍ୟ ମରଣୋତ୍ତୋର ଭାବରେ ‘ଶୌର୍ଯ୍ୟଚକ୍ର‘ ସମ୍ମାନ ରେ ସମ୍ମାନିତ କରାଯାଇଥିଲା I ସହିଦ ଙ୍କ ପତ୍ନୀ ଏବଂ ମା ରାଷ୍ଟ୍ରପତି ରାମନାଥ କୋବିଦ ଙ୍କ ହାତରୁ ଏହି ସମ୍ମାନ ଗ୍ରହଣ କରିଥିଲେ I

ସୂଚନା ଅନୁସାରେ ୧୪ ଫେବୃଆରୀ ୨୦୧୯ ରେ, ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ -ଏ-ମହମ୍ମଦ ପୁଲୱାମାରେ ଏକ CRPF କନଭେନ ଉପରେ ଫିଡାଏନ୍ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଭାରତର ୪୦ ସୈନିକ ସହିଦ ହୋଇଥିଲେ। ଏହି ଆକ୍ରମଣର ଉପଯୁକ୍ତ ଜବାବ ଦେବାକୁ ଭାରତୀୟ ବାୟୁସେନା ପକ୍ଷରୁ Iଫେବୃଆରୀ ୨୬ ମଧ୍ୟ ରାତ୍ରିରେ ପାକିସ୍ତାନର ବାଲାକୋଟରେ ଏୟାର ଷ୍ଟ୍ରାଇକ୍ ହୋଇଥିଲା।ଭାରତର ଏହି ଏୟାର ଷ୍ଟ୍ରାଇକରେ ପାକିସ୍ତାନରେ ବସିଥିବା ୩୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। I.
ଏହି ଏୟାର୍ ଷ୍ଟ୍ରାଇକ୍ ସମୟରେ ଅଭିନନ୍ଦନ ପାକିସ୍ତାନର F-16 ଫାଇଟର ଏୟାରକ୍ରାଫ୍ଟକୁ ଗୁଳି କରି ଖସେଇ ଦେଇଥିଲେ। ହେଲେ ପାକ୍ ଆର୍ମି ତାଙ୍କୁ ଧରି ନେଇଥିଲା। ଅଭିନନ୍ଦନ ସେତେବେଳେ ୱିଙ୍ଗ୍ କମାଣ୍ଡର ଥିଲେ। ଅଭିନନ୍ଦନ ଏକମାତ୍ର ମିଗ-୧୨ ପାଇଲଟ୍ ଭାବେ ପାକିସ୍ତାନର ଫାଇଟର ଜେଟକୁ ଗୁଳି କରି ଖସାଇ ଦେଇଥିବାର ଗୌରବ ହାସଲ କରିଥିଲେ ।ଏହାପରେ ପାକିସ୍ତାନ କବଳରୁ ଅଭିନନ୍ଦନଙ୍କୁ ଫେରାଇ ଆଣିବା ପାଇଁ ଭାରତ ପକ୍ଷରୁ ଉଧ୍ୟମ କରାଯାଇଥିଲା। ନିୟମ ଅନୁସାରେ ପାକିସ୍ତାନ ଆର୍ମି ମଧ୍ୟ ୱିଙ୍ଗ କମାଣ୍ଡରଙ୍କୁ ଭାରତକୁ ହସ୍ତନ୍ତର କରିଥିଲେ। ଏହାପରେ ତାଙ୍କୁ ବାୟୁ ସେନା ପକ୍ଷରୁ ପଦୋନ୍ନତି ଦେଇ ୱିଙ୍ଗ୍ କମାଣ୍ଡରରୁ ଗ୍ରୁପ କମାଣ୍ଡର କରାଯାଇଥିଲ।

Leave A Reply

Your email address will not be published.