କ୍ୟାଟ୍‌ଙ୍କୁ ଛାଡପତ୍ର ଦେବେ କି ଭିକି!

43

ବଲିଉଡର ପ୍ରୋମିସଂଗ ଥଙ୍ଗ୍‌ ଭିକି କୌଶଲ ଲକ୍‌ଡାଉନ ପରେ ପୁଣି ବଡ ପରଦାକୁ ଫେରିଛନ୍ତି। ତେବେ ତାଙ୍କର ଦୁଇଟି ଫିଲ୍ମ ଓଟିଟିରେ ରିଲିଜ୍‌ ହୋଇଛି। ୩ବର୍ଷ ପରେ ଫିଲ୍ମ ଦୁନିଆକୁ ଫେରିଥିବା ଭିକିଙ୍କ କେବଳ ଗୋଟିଏ କି ଦୁଇଟି ନୁହେଁ ୪ଟି ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମରେ ଦମଦାର ଭୂମିକାରେ ଅଭିନୟ କରିଛନ୍ତି ଭିକି।

ଭିକିଙ୍କ ଫିଲ୍ମ ସବୁବେଳେ ହିଟ୍‌ ହେବା ପରି ତାଙ୍କର ଏବଂ କ୍ୟାଟ୍‌ଙ୍କ ଯୋଡି ଫ୍ୟାନ୍ସଙ୍କ ମଧ୍ୟରେ ହିଟ୍‌ ଯୋଡି ଅଟେ। ଦୁଇ ଜଣଙ୍କର ବିବାହ ବଲିଉଡରେ ଖୁବ୍‌ ଚର୍ଚ୍ଚିତ ବିବାହ ଥିଲା। ତେବେ ଭିକିଙ୍କ ନୂଆ ଫିଲ୍ମ ‘ଜରା ହଟ୍‌କେ ଜରା ବଚକେ’ ଟ୍ରେଲର୍‌ ଲଞ୍ଚରେ ସେ ଗଣମାଧ୍ୟମ ସହ ସାକ୍ଷାତକାର କରିଥିଲେ। ଇଭେଣ୍ଟରେ ତାଙ୍କୁ କ୍ୟାଟ୍‌ଙ୍କୁ ଛାଡପତ୍ର ଦେବା ନେଇ ପ୍ରଶ୍ନ ପଚରାଯାଇଥିଲା। ଯାହାର ଉତ୍ତରକୁ ସେ ହଟ୍‌କେ ଅନ୍ଦାଜରେ ଦେଇଥିଲେ। ତାଙ୍କର ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଇଭେଣ୍ଟରେ ତାଙ୍କୁ ପଚରାଯାଇଥିଲା ଯେ, ଆମ ଦେଶରେ ବିବାହ ସାତ ଜନ୍ମର ବନ୍ଧନ ଅଟେ। ତେବେ ଏଇଟା ଆପଣଙ୍କୁ ଠିକ୍‌ ଲାଗୁଛି କି ନା ଛାଡପତ୍ର ଦେଇ ଦ୍ୱିତୀୟ ବିବାହ କରିବା ଉଚିତ୍‌। ଯଦି କ୍ୟାଟ୍ରିନାଙ୍କ ଠାରୁ ଭଲ ହିରୋଇନ୍‌ ଆପଣଙ୍କୁ ମିଳନ୍ତି ତେବେ ଆପଣ କଣ କରିବେ?

ଏହି ପ୍ରଶ୍ନ ଶୁଣି ଭିକି ଜୋରେ ହସିଥିଲେ ଏବଂ ପ୍ରଶ୍ନ ପଚାରିଥିବା ବ୍ୟକ୍ତିଙ୍କୁ କହିଲେ ଯେ, ସାର୍‌ ମୋର ଘରକୁ ବି ଯିବାର ଅଛି। ଆପଣ ଏମିତି ତେଢା ମେଢା ପ୍ରଶ୍ନ ପଚାରୁଛନ୍ତି। ଏବେ ଛୋଟ ଅଛି ବଡ ହେବାକୁ ତ ଦିଅନ୍ତୁ। ଏପରି ଭୟଙ୍କର ପ୍ରଶ୍ନର ଉତ୍ତର କେମିତି ଦେବି। ପରେ ଏହି ପ୍ରଶ୍ନର ଉତ୍ତରରେ ଭିକି କହିଥିଲେ ଯେ, କ୍ୟାଟ୍‌ଙ୍କୁ କେବଳ ସାତ ଜନ୍ମ ନୁହେଁ ଜନ୍ମ ଜନ୍ମ ପର୍ଯ୍ୟନ୍ତ ରଖିବାକୁ ଚାହେଁ।

Comments are closed, but trackbacks and pingbacks are open.