୨୭୦୦ କୋଟିର ହିସାବ ଦେବେକି ବିଜେପି ?

31

ସବୁ ରାଜନୀତିକ ଦଳ ମାନଙ୍କ ବାର୍ଷିକ ରିପୋର୍ଟ ପ୍ରକାଶ ପାଇଛି। ଇଲେକ୍ଟ୍ରୋଲ ବଣ୍ଡ ମାଧ୍ୟମରେ କେଉଁ ଦଳ କେତେ ଅର୍ଥ ପାଇଛି ତାହା ନିର୍ବାଚନ କମିଶନଙ୍କ ୱେବ୍ସାଇଟରେ ପ୍ରକାଶ ହୋଇଛି। ଏହି ଇଲେକ୍ଟ୍ରୋଲ ବଣ୍ଡ ରୁ ବିଜେପି ୨୦୨୧-୨୨ରେ ସିଂହ ଭାଗ ୧୯୧୭ କୋଟି ଅର୍ଥ ଗ୍ରହଣ କରିଥିବା ବେଳେ ଟିଏମସି ୫୪୬ କୋଟି ଗ୍ରହଣ କରି ଦ୍ୱିତୀୟରେ ରହିଛି। ବିଜେପି ୨୦୨୦-୨୧ ରେ ୭୫୨ କୋଟି ପାଇଥିଲା। ଯଦି ଦୁଇ ବର୍ଷର ଗୁପ୍ତ ନିର୍ବାଚନୀ ଚାନ୍ଦକୁ ମିଶା ଯାଏ ତେବେ ବିଜେପି ୨୬୬୯କୋଟି ୫୮% ଅର୍ଥ ଗ୍ରହଣ କରିଛି।ଯାହା ଏକ ବର୍ଷରେ ୧୫୪% ଅଭିବୃଦ୍ଧି ବିଜେପିର। ଏହି ଇଲେକ୍ଟ୍ରୋଲ ବଣ୍ଡ ପ୍ରଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଣିଥିଲେ ।

ଏହି ଇଲେକ୍ଟ୍ରୋଲ ବଣ୍ଡ ଦ୍ୱାରା ଯିଏ କେହିବି ଗୁପ୍ତ ଆକାରରେ ଯେକୌଣସି ରାଜନୈତିକ ଦଳକୁ ଚାନ୍ଦ ଦେଇପାରିବ। ଯିଏ ଚାନ୍ଦା ଦେବ ତାହାର ଗୋଟେ ସିକ୍ରେଟ କୋଡେ ରହିବ ଯାହା ବ୍ୟାଙ୍କ ଏବଂ ପାଉଥିବା ବ୍ୟକ୍ତି ପାଖରେ ରହିବ। କିନ୍ତୁ ଏହାର ପଛ ପଟେ ସରକାରଙ୍କ ପାଖରେ ମଧ୍ୟ କୋଡ଼ ରହୁଥିଲା ଯାହା ଦ୍ୱାରା ସରକାର ଜାଣି ପାରୁଥିଲେ କିଏ କେଉଁ ଦଳକୁ ଚାନ୍ଦା ଦେଉଛି।ଯିଏ ବିଜେପି କୁ ଚାନ୍ଦା ଦେଉଥିଲା ଠିକ ହେଲେ ଯିଏ ଅନ୍ୟ ଦଳ କଂଗ୍ରେସ, ଟିଆରଏସ, ଏସପି,ଆପ କୁ ଚାନ୍ଦା ଦେଉଥିଲା ସରକାର ସେଇ କୋଡ଼ ମାଧ୍ୟମରେ ଜାଣି ପାରୁଥିଲେ । ଏହି ଇଲେକ୍ଟ୍ରୋଲ ବଣ୍ଡକୁ ସେତେବେଳେ ଆରବିଆଇ ଏବଂ ନିର୍ବାଚନ କମିଶନ ବିରୋଧ କରିଥିଲେ। ନିର୍ବାଚନ କମିଶନ କହିଥିଲେ ଏହି ଇଲେକ୍ଟ୍ରୋଲ ବଣ୍ଡ ଦ୍ୱାରା କଳାଧାନ ଧଳା ହେବ, ମନିଲଣ୍ଡ୍ରଇଂ ବଢିବ ବିଶେଷ କରି ବିରୋଧୀ ଅଧିକ ପ୍ରଭାବିତ ହେବେ। ବର୍ତମାନ ସାଧାରଣରେ ଚର୍ଚ୍ଚା ହେଉଛି ବିଜେପି ଏହି ଟଙ୍କାର ହିସାବ ଦେବ କି? ନିର୍ବାଚନ କମିଶନଙ୍କ ରିପୋର୍ଟ କହୁଛି ବିଜେପି ୨୬୬୯କୋଟିରୁ ନିର୍ବାଚନରେ ୧୫୦୧କୋଟି ଖର୍ଚ କରିଛି। ତେବେ ଅବଶିଷ୍ଟ ଅର୍ଥ କଣ କଲା।

କଣ ଅନ୍ୟଦଳ ମାନଙ୍କର ବିଧାୟକ କିଣି ସରକାର କରୁଛି ସେଥିରେ ବିନିଯୋଗ କଲା।କଣ ଏହି ଟଙ୍କା ଦ୍ୱାରା ମହାରାଷ୍ଟ୍ରରେ ସରକାର କଲା ବିଜେପି , ମଧ୍ୟପ୍ରଦେଶରେ ସରକାର ଭାଙ୍ଗି ତାଙ୍କ ମୁଖିଆଙ୍କୁ ରାଜ୍ୟସଭା ପଠେଇ କେନ୍ଦ୍ର ମନ୍ତ୍ରୀ କଲା ବିଜେପି ନା ଆଉ କିଛି। ଏମିତି ପ୍ରଶ୍ନ ସାଧାରଣରେ ଉଠୁଛି। ଆମେ କହିରଖିବାକୁ ଚାହୁଁ କଂଗ୍ରେସ ୨୦୨୧-୨୨ରେ ୫୪୧.୨ କୋଟି ପାଇଁ ତୃତୀୟରେ ରହିଛି।

Comments are closed, but trackbacks and pingbacks are open.