ଭିକ ମାଗିଲେ ଯିବେ ଜେଲ !

24

ଆଉ ରହିବେନି ଭିକାରୀ ! ଭିକ ମାଗିଲେ ୬ ମାସ ହେବ ଜେଲ ! ଭିକ ମାଗିବା ଉପରେ ଲାଗିଲା କଟକଣା । ଦେଶ ହୋଇଯିବ ଭିକାରୀ ଶୂନ୍ୟ ! ଆଉ ଦେଖିବାକୁ ମିଳିବେନି ଭିକାରୀ । ରାସ୍ତା କଡରେ ହେଉକି ଗଳି କନ୍ଦିରେ ଆଉ ମାଗି ପାରିବେନି ଭିକ । ଦେଶରେ ହଜାର ହଜାର ଲୋକ ନିଜ ପେଟ ପୋଷିବାକୁ ଭିକ୍ଷା ବୃତ୍ତି କରନ୍ତି । ଦୁଇ ଓଳି ଦୁଇ ମୁଠା ଦାନା ପାଇଁ ସେମାନେ ବାର ଦୁଆର ହୋଇଥାଆନ୍ତି । କେତେବେଳେ ଖାଇବାକୁ ମିଳେ ତ ପୁଣି କେତେବେଳେ ଓପାସ ଭୋକେ ରହିବାକୁ ପଡେ । କିନ୍ତୁ ଏହା ଉପରେ କଟକଣା ଲଗାଇଛନ୍ତି ସରକାର । ଆଉ କରିପାରିବେନି ଭିକା ବୃତ୍ତି ।

ଏହାର କାରଣ ହେଉଛି ଦେଶ ଭିନ୍ନ ଭିନ୍ନ ସ୍ଥାନରେ ହେଉଥିବା ଜି-୨୦ ସମ୍ମୀଳନୀ । ଜି୨୦ ପାଇଁ ଦେଶରେ କଟକଣା ଲଗାଇଛନ୍ତି ସରକାର । କଣ ଭିକାରୀ ମୁକ୍ତ ହୋଇଯିବ କି ଦେଶ ? ହଁ ଆଞା କଥାଟା ଟିକେ ଅଡୁଆ ଲାଗୁଛି ନା , କିନ୍ତୁ ଏହା ପୁରା ସତ , ଏମିତି ନିୟମ ଲାଗୁହୋଇଛି ମହାରାଷ୍ଟ୍ରରେ ।ମହାରାଷ୍ଟ୍ରରେ ରହିବେନି ଭିକାରୀ । ଏହା ଉପରେ କଟକଣା ଲଗାଇଛି ପୁଲିସ । ଏହି ନିର୍ଦ୍ଦେଶ କମିଶନରେଟ ପୁଲିସ ପକ୍ଷରୁ ଜାରି ହୋଇଛି । ମାର୍ଚ୍ଚ ୯ରୁ ଏପ୍ରିଲ୍ ୩୦ ଯାଏଁ ଲାଗୁହୋଇଛି ଏହି କଟକଣା । ଯଦି ଏହି ନିୟମ ଭଙ୍ଗ କରାଯାଏ ତେବେ ଆପିସି ଧାରା ୧୮୮ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ସହ ଅପରାଧୀଙ୍କୁ ଜୋରିମାନା ସମେତ ୬ମାସ ଜେଲ୍ ଦଣ୍ଡ ଦିଆଯିବ ।

ତେବେ ବିଶ୍ୱ ବଜାରରେ କିପରି ଭାରତର ଛବି ସୁଦୃଢ ରହିବ ତାହାକୁ ନେଇ ଜାରି ରହିଛି ପ୍ରଚେଷ୍ଟା । ବହୁ ବଡ ବଡ ଲୋକ ଏହି ସମ୍ମୀଳନୀରେ ଯୋଗଦେଉଥିବାରୁ ଭିକ ମାଗିବା ଉପରେ ସରକାର ଲଗାଇଲେ କଟକଣା ।

Comments are closed, but trackbacks and pingbacks are open.