ସେକେଣ୍ଡ ହ୍ୟାଣ୍ଡ ଟିଭି ପାଇଁ ପତ୍ନୀ ଙ୍କୁ ଛୁରୀ ଭୁସି ହତ୍ୟା : ୪ ବର୍ଷ ପରେ ପାଇଲେ ସଜ୍ଜା

16

ପତ୍ନୀ ହତ୍ୟା ଅଭିଯୋଗରେ ଜଣେ ୪୨ ବର୍ଷୀୟ ବ୍ୟକ୍ତି ଙ୍କୁ ମୁମ୍ବାଇ ର ଏକ ସେସନ୍ସ କୋର୍ଟ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଇ ୨୦୧୬ରେ ମୁମ୍ବାଇ ଉପକଣ୍ଠ ସାନ୍ତାକ୍ରୁଜରେ ରହୁଥିବା ସନ୍ତୋଷ ଆମ୍ବାଭାଲେ ଏକ ସେକେଣ୍ଡ ଟିଭି ପାଇଁ ନିଜ ପତ୍ନୀଙ୍କୁ ଅତି ବିଭତ୍ସ ଭାବରେ ଛୁରୀ ଭୁସି ହତ୍ୟା କରିଥିଲେ। ଅଭିଯୁକ୍ତ ସନ୍ତୋଷ ଆମ୍ବାଭାଲେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ତାଙ୍କୁ ସେସନ୍ସ ଜଜ୍ ଉର୍ମିଲା ଯୋଶୀ ଏପରି ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି।
ଘଟଣାରୁ ପ୍ରକାଶ ସନ୍ତୋଷ ଜଣେ ଅତି ଯୁଆଡ଼ି ପ୍ରକୃତି ର ବ୍ୟକ୍ତି ଥିଲେ I ଘରେ ଯାହା ରୋଜଗାର କରୁଥିଲେ ସେ ଜୁଆ ରେ ଉଡାଇ ଦେଉଥିଲେ I ସେହି ସମୟରେ ସେ ଏକ ସେକେଣ୍ଡ ହ୍ୟାଣ୍ଡ ଟିଭି କିଣିଥିଲେ ଇ ଘଟଣା ଦିନ ଟିଭି ବିକ୍ରେତା ସନ୍ତୋଷ ଙ୍କ ଘରକୁ ଟିଭି ବାବଦ କୁ ଟଙ୍କା ନେବା ପାଇଁ ଆସିଥିଲେ ଇ ସେହି ସମୟରେ ତାଙ୍କ ପତ୍ନୀ କହିଥିଲେ କି ଘରେ ପଇସା ନାହିଁ ଏବଂ ସନ୍ତୋଷ ଜୁଆ ଖେଳି ଟଙ୍କା ଉଡାଇ ଦେଇଛନ୍ତି ଇ ବାହାର ଲୋକଙ୍କ ନିକଟରେ ତାଙ୍କ ଜୁଆ ଅଭ୍ୟାସ ଥିବା କଥା ପ୍ରକାଶ କାହିଁକି କହିଲେ ବୋଲି ସନ୍ତୋଷ ଅତ୍ୟନ୍ତ କ୍ରୋଧIନ୍ଵିତ ହୋଇ ନିଜ ପତ୍ନୀ କୁ ଛୁରୀ ଭୁସି ଦେଇଥିଲେ ଇ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା।
ତେବେ ସମୟ ପରେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ପରେ ସନ୍ତୋଷ ଫେରାର ହୋଇଯାଇଥିଲେ। କିନ୍ତୁ ପରେ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା।
ତେବେ ଘଟଣା ର ୧୧ ଜଣ ପ୍ରତ୍ୟକ୍ଷଦର୍ଶୀ ଙ୍କ ବୟାନ ଆଧାର ରେ କୋର୍ଟ ସନ୍ତୋଷଙ୍କୁ ଆଜୀବ ସଶ୍ରମ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି

Leave A Reply

Your email address will not be published.