ଇମ୍ରାନ୍‌ ଖାନଙ୍କୁ ଜେଲରେ ଭେଟିଲେ ସ୍ତ୍ରୀ ବୁଶାରା ବିବି

32

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ହାଇ ସିକ୍ୟୁରିଟି ସହିତ ଅଟକ ଜେଲରେ ରଖାଯାଇଛି। ଦୁର୍ନୀତି ମାମଲାରେ ଗିରଫ ଏବଂ ଦୋଷୀ ସାବ୍ୟସ୍ତ ହେବା ପରେ ପ୍ରଥମ ଥର ପାଇଁ ଖାନଙ୍କୁ ଗୁରୁବାର ତାଙ୍କ ସ୍ତ୍ରୀ ବୁଶାରା ବିବି ଭେଟଛନ୍ତି।

ଇମ୍ରାନଙ୍କୁ ଏଭଳି ସମୟରେ ଗିରଫ କରାଯାଇଛି, ଯେତେବେଳେ ସେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଓ ଆଇଏସଆଇର ଅଧିକାରୀ ମେଜର ଜେନରାଲ ଫ୍ରେସଲ ନସୀରଙ୍କ ଉପରେ ଆଣିଥିଲେ ଗମ୍ଭୀର ଅଭିଯୋଗ । ମେଜର ଜେନେରାଲ ତାଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଥିଲେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ । ଇମ୍ରାନଙ୍କର ଏଭଳି ବୟାନକୁ ନେଇ ପାକିସ୍ତାନ ସେନା ପକ୍ଷରୁ କରାଯାଇଥିଲା କଟାକ୍ଷ 

Comments are closed, but trackbacks and pingbacks are open.