ୱସ୍କାର ପୁରସ୍କାର ପାଇଥିବା ହଲିଉଡ୍ ଫିଲ୍ମ ‘ସ୍ଳମଡଗ ମିଲିୟନାୟର’ ରେ ଅଭିନୟ କରିବାକୁ କାହିଁକି ମନା କରିଥିଲେ ଶାହାରୁଖ

154

ନୂଆଦିଲ୍ଲୀ: କିଙ୍ଗ୍ ଖାନ୍ ଶାହାରୁଖ ୱସ୍କାର ପୁରସ୍କାର ପାଇଥିବା ହଲିଉଡ୍ ଫିଲ୍ମ ‘ସ୍ଳମଡଗ ମିଲିୟନାୟର’ ରେ ଅଭିନୟ କରିବାକୁ ମନା କରିଥିଲେ । ଅଭିନେତା ଅନୀଲ କପୁର କରିଥିବା ରୋଲ୍ ଶାହାରୁଖ ଖାନଙ୍କୁ ଅଫର କରାଯାଇଥିଲା । ହେଲେ ସେ ଏହି ଫିଲ୍ମରେ ଅଭିନୟ କରିବାକୁ ମନା କରି ଦେଇଥିଲେ । ଏହି ସମୟରେ ସେ ଟିଭି ଶୋ ‘କୋନ୍ ବନେଗା କୋରଡପତି’ରେ ହୋଷ୍ଟ କରୁଥିଲେ । ଦୁବାଇରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ସରକାରୀ ସମ୍ମିଳନୀ ୨୦୨୪ରେ ଯୋଗ ଦେଇ ଶାହାରୁଖ ଏହି କଥା ଖୁଲାସା କରିଛନ୍ତି ।

ଫିଲ୍ମ ‘ସ୍ଳମଡଗ ମିଲିୟନାୟର’ ୨୦୦୯, ଜାନୁଆରୀ ୨୩ ତାରିଖରେ ରିଲିଜ ହୋଇଥିଲା । ଏହି ଫିଲ୍ମର କାହାଣୀ ଓ ଗୀତକୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ଡାନି ବୋୟଲେ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଦେବ ପଟେଲ, ଫ୍ରିଡା ପିଣ୍ଟୋ, ରୁବିନା ଅଲି, ମଧୁର ମିତ୍ତଲ, ଅନୀଲ କପୁର ଏବଂ ଦିବଗଂତ ଅଭିନେତା ଇରଫାନ ଖାନଙ୍କୁ ଏହି ଫିଲ୍ମରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା । ୧୨୪ କୋଟି ଟଙ୍କା ବଜେଟରେ ଏହି ଫିଲ୍ମ ତିଆରି ହୋଇଥିଲା । ସାରାବିଶ୍ୱରେ ଏହି ଫିଲ୍ମ ୩୧୪୫ କୋଟି ଟଙ୍କା ରୋଜଗାର କରିଥିଲା ।

ସୂଚନାଯୋଗ୍ୟ, ୨୦୨୩ରେ ରିଲିଜ ହୋଇଥିବା ଶାହାରୁଖ ଖାନଙ୍କ ଅଭିନୀତ  ଫିଲ୍ମ ‘ପଠାନ୍’ ଏବଂ ‘ଯବାନ’ ବକ୍ସ ଅଫିସରେ ୧୦୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରି ଏକ ନୂଆ ରେକର୍ଡ କରିଛି ।

Comments are closed, but trackbacks and pingbacks are open.