ନୂଆଦିଲ୍ଲୀ : ଭାରତରେ ଅନେକ ମନ୍ଦିର ରହିଛି । ବର୍ଷସାରା ଏଠାକୁ ଶହ ଶହ ପର୍ଯ୍ୟଟକଙ୍କର ସୁଅ ଛୁଟେ । ଆସନ୍ତୁ ଆଜି ଜାଣିବା ବଦ୍ରିନାଥ ମନ୍ଦିର ସମ୍ପର୍କରେ କିଛି ଅଜଣା ତଥ୍ୟ । ଦେଶରେ ୪ ଧାମ ରହିଛି । ଯାହା ମଧ୍ୟରେ ରହିଛି ବଦ୍ରିନାଥ ଧାମ । ଦୁନିଆରେ ଅନେକ ହିନ୍ଦୁ ମନ୍ଦିର ରହିଛି । ଯେଉଁଠାରେ ଠାକୁରଙ୍କ ପାଖରେ ଶଙ୍ଖ ଫୁଙ୍କାଯାଏ । ମାତ୍ର ବଦ୍ରିନାଥ ହେଉଛି ଏକାମାତ୍ର ମନ୍ଦିର , ଯେଉଁଠି ବିୁଷ୍ଣୁ ଭଗବାନଙ୍କ ପାଖରେ ଶଙ୍ଖ ବଜାଯାଏ ନାହିଁ ।
ଏହାପଛରେ ରହିଛି ଅନେକ ପୌରାଣିକ କାହାଣୀ । ବିଶ୍ୱାସ କରାଯାଏ ଯେ ରୁଦ୍ରପ୍ରୟାଗର ସିଲ୍ଲା ଗାଁରେ ଭୂତ ପ୍ରେତମାନେ ବସବାସ କରନ୍ତି । ହିମାଳୟ ଅଞ୍ଚଳରେ ଭୂତ ମାନଙ୍କ ପ୍ରାର୍ଦୁଭାବ ଏତେ ଯେ , ସାଧୁ ସନ୍ଥ ମାନେ ବି ଏଠାକୁ ଆସି ପୂଜାପାଠ କରିପାରୁନଥିଲେ । ଭୂତ ମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ଦିନେ ସମସ୍ତ ଦେବତାଗଣ ମାଆ ଭଗବତୀଙ୍କୁ ଧ୍ୟାନ କରିଥିଲେ । ଦେବୀ କୁଶମଣ୍ଡା ସେଠାରେ ଉପସ୍ଥିତ ଥିବା ଭୂତମାନଙ୍କୁ ଖଣ୍ଡା ସାହାଯ୍ୟରେ ବଧ୍ୟ କରିଥିଲେ ।
କୁହାଯାଏ ଯେ ଦେବୀଙ୍କଠାରୁ ରକ୍ଷା ପାଇବା ପାଇଁ ଆତାପୀ ଏବଂ ବାତାପି ନାମକ ଦୁଇ ଭୂତ ସେଠାରୁ ପଳାଇ ଯାଇଥିଲେ । ତା’ପରେ ଆତାପୀ ଭୂତ ମନ୍ଦାକିନୀ ନଦୀରେ ଲୁଚି ରହିଲା । ଏବଂ ବାତାପୀ ଭୂତ ଏଠାରୁ ପଳାଇ ବଦ୍ରିନାଥ ଧାମରେ ଥିବା ଶଙ୍ଖରେ ଲୁଚି ରହିଥିଲେ । ବିଶ୍ୱାସ କରାଯାଏ ଯେ ସେହି ଦିନଠାରୁ ବଦ୍ରିନାଥ ଧାମରେ ଶଙ୍ଖ ବାଜାଇବାକୁ ନିଷେଧ କରାଯାଇଛି ।
Comments are closed, but trackbacks and pingbacks are open.