କାହିଁକି ରାଜ୍ୟ ସରକାର ଲୋକଙ୍କୁ ପଇସା ଫେରାଉ ନାହାନ୍ତି

125

2009ରେ ବିଜୁ ଜନତା ଦଳ ଚିଟ ଫଣ୍ଡ୍ ଅର୍ଥରେ ନିର୍ବାଚନ ଲଢ଼ିଥିଲା । 2014ରେ କ୍ଷତିଗ୍ରସ୍ତ ଲୋକଙ୍କୁ ଅର୍ଥ ଫେରାଇ ଦେବା କହି ନିର୍ବାଚନ ଜିତିଲା । କିନ୍ତୁ ଚିଟଫଣ୍ଡରେ ସର୍ବସ୍ୱାନ୍ତ ହୋଇଥିବା ଓଡିଆ ଲୋକଙ୍କୁ ଭୁଲିଗଲେ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ । 

କୁଆଡେ ଗଲା 300 କୋଟିର କର୍ପସ ଫଣ୍ଡ୍ । ଆଜି ସୁଧ ମୂଳ ମିଶେଇଲେ 600 କୋଟି ହେବ । କାହିଁକି ରାଜ୍ୟ ସରକାର ଲୋକଙ୍କୁ ପଇସା ଫେରାଉ ନାହାନ୍ତି । କୁଆଡେ ଗଲା ଜଷ୍ଟିସ ଏମ ମ ଦାସ କମିସନ ରିପୋର୍ଟ । ଚିହ୍ନଟ ହୋଇଥିବା କ୍ଷତିଗ୍ରସ୍ତ ଲୋକଙ୍କୁ କାହିଁକି ମିଳୁନି ଅର୍ଥ ।

ଚିଟଫଣ୍ଡ ଲୁଟ୍ ଅର୍ଥରେ ବିଜୁ ଜନତା ଦଳ ଶକ୍ତିଶାଳୀ ହୋଇଛି । ଚିଟଫଣ୍ଡ ଦୁର୍ନୀତିରେ ଯେଉଁମାନେ ଓଡ଼ିଶାରେ ଗିରଫ ହୋଇଥିଲେ ସେମାନେ କେଉଁ ଦଳର ବିଧାୟକ, ସାଂସଦ ? ମୁଖ୍ୟମନ୍ତ୍ରୀ ଚିଟଫଣ୍ଡ କମ୍ପାନୀମାନଙ୍କ କାର୍ଯ୍ୟକ୍ରମରେ ଯୋଗଦେଉ ଥିଲେ କି ନାହିଁ ବୋଲି ପ୍ରଶ୍ୱ କରିଛନ୍ତି ଅନିଲ୍ ବିଶ୍ୱାଳ । 

Comments are closed, but trackbacks and pingbacks are open.