ରଙ୍ଗର ପର୍ବ ହୋଲି ଆମେ କାହିଁକି ପାଳନ କରିଥାଉ

24

ରଙ୍ଗର ପର୍ବ ହୋଲିରେ ରଙ୍ଗେଇ ହେଉଛି ଓଡିଶା । ଏଥର ଉସ୍ତ୍ରବର ରଙ୍ଗ। ଏକ ହିନ୍ଦୁ ପର୍ବ ଯାହା ବସନ୍ତ ଋତୁରେ ଫଗୁଣ (ଫାଲଗୁନ) ମାସରେ ପୂର୍ଣ୍ଣମୀ ତିଥିରେ ପାଳନ କରାଯାଇଥାଏ । ରଙ୍ଗର ପର୍ବ, ପ୍ରେମର ପର୍ବ, ଖୁସିର ପର୍ବ । ରଙ୍ଗ ଏମିତି ଏକ ଜିନିଷ ଯାହା ସମସ୍ତଙ୍କ ମନକୁ ରଙ୍ଗିନ କରିଥାଏ । ହୋଲି ଦିନ ଲୋକମାନେ ସାଙ୍ଗ, ସାଥୀଙ୍କ ସହ ମିଶି ରଙ୍ଗ ଖେଳିବା ସହିତ ଫଗୁଣର ଗୀତ ବୋଲି ଖୁବ୍ ମଜା କରିଥାନ୍ତି। ଜାଣନ୍ତୁ ଭାରତରେ ହୋଲି ପର୍ବ କାହିଁକି ପାଳନ କରାଯାଇଥାଏ। ହିନ୍ଦୁମାନଙ୍କର ପର୍ବ ହୋଇଥିଲେ ମଧୢ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ଉତ୍ସବ ପାଳନରେ ସାମିଲ ହୋଇଥାନ୍ତି। ଦୋଳ ଉତ୍ସବ ଏବ˚ ହୋଲି ପର୍ବ ଭାରତୀୟ ପର˚ପରା ଓ ସ˚ସ୍କୃତି ସହିତ ଓତପ୍ରୋତ ଭାବେ ଜଡ଼ିତ।

ପ୍ରଥମ କାରଣ: ହୋଲି ପର୍ବ ପାଳନ କରିବାର ମାନ୍ୟତା ହେଉଛି ଭଗବାନ ବିଷ୍ଣୁ ଭକ୍ତ ପ୍ରହଲ୍ଲାଦଙ୍କ ଦ୍ବାରା ରାକ୍ଷସ ହିରଣ୍ୟକଶ୍ୟପଙ୍କ ଭଉଣୀ ହୋଲିକାଙ୍କର ବଧ କରିଥିଲେ। ହିରଣ୍ୟକଶ୍ୟପ ଜଣେ ରାକ୍ଷସ ଥିଲେ , ଯାହାର ପୁତ୍ରଙ୍କ ନାମ ଥିଲା ପ୍ରହଲ୍ଲାଦ। ପ୍ରହଲ୍ଲାଦ ଭଗବାନ ବିଷ୍ଣୁଙ୍କର ବଡ଼ ଭକ୍ତ ଥିଲେ କିନ୍ତୁ ରାକ୍ଷସ ହିରଣ୍ୟକଶ୍ୟପ ଭଗବାନ ବିଷ୍ଣୁଙ୍କର ଘୋର ବିରୋଧୀ ଥିଲେ। ତାଙ୍କ ରାଜ୍ୟରେ କିଏ ବି ଭଗବାନ ବିଷ୍ଣୁଙ୍କ ପୂଜା କରିବା ପାଇଁ ସେ ଚାହୁଁନଥିଲେ। କିନ୍ତୁ ପ୍ରହଲ୍ଲାଦ ଦିନ-ରାତି ଭଗବାନ ବିଷ୍ଣୁଙ୍କ ପୂଜା କରୁଥିଲେ, ଯାହା ଫଳରେ ପିତା ହିରଣ୍ୟକଶ୍ୟପ ନିଜ ପୁତ୍ର ପ୍ରହଲ୍ଲାଦଙ୍କୁ ମାରିବା ପାଇଁ କେତେଥର ପ୍ରୟାସ କରିଥିଲେ, ମାତ୍ର ବାରମ୍ବାର ଏହି ପ୍ରୟାସରେ ଅସଫଳ ହୋଇଯାଉଥିଲେ। ସେହି ସମୟରେ ହିରଣ୍ୟକଶ୍ୟପ ଭକ୍ତ ପ୍ରହଲ୍ଲାଦଙ୍କୁ ମାରିବା ପାଇଁ ନିଜ ଭଉଣୀ ହୋଲିକାଙ୍କୁ ତାଙ୍କ ପାଖକୁ ପଠାଇଥିଲେ।

ଦ୍ବିତୀୟ କାରଣ: ଅନ୍ୟ ଏକ ମତ ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ବାରା ପୁତନା ନାମକ ରାକ୍ଷସୀର ବଧ ହେବା ପରେ ବ୍ରଜବାସୀମାନେ ଖୁସିରେ ନିଜ ମଧ୍ୟରେ ରଙ୍ଗ ଖେଳିଥିଲେ।

ତୃତୀୟ କାରଣ: ଭଗବାନ ଶିବଙ୍କ ସହ ମଧ୍ୟ ହୋଲି ପରମ୍ପରା ଜଡ଼ିତ ରହିଛି। ଫଗୁଣ ମାସର ପୂର୍ଣ୍ନିମା ଦିନ ଭଗବାନ ଶିବ ବାଇଗଣୀ ରଙ୍ଗ ଲଗାଇ ଗୀତ ଗାଇ ନୃତ୍ୟ କରିଥାନ୍ତି।

ଚତୁର୍ଥ କାରଣ: ମୋଗଲ ମାନଙ୍କ ସମୟରେ ମଧ୍ୟ ଭାରତରେ ହୋଲି ପର୍ବ ପାଳନ କରାଯାଉଥିଲା। ଇତିହାସରେ ବାଦଶାହା ଆକବର ଯୋଦ୍ଧାବାଇଙ୍କ ସହିତ ହୋଲି ଖେଳିବାର ଉଲ୍ଲେଖ ରହିଛି। ମୋଗଲ ସମୟରେ ଏହାକୁ ଇଦ୍-ଇ-ଗୁଲାବୀ କୁହାଯାଉଥିଲା। ସେହି ସମୟରୁ ଲୋକମାନେ ପରସ୍ପରଙ୍କ ମଧ୍ୟରେ ରଙ୍ଗ ଫୋପାଡ଼ି ହୋଲି ପର୍ବ ପାଳନ କରିଥାନ୍ତି।

Comments are closed, but trackbacks and pingbacks are open.