କାହିଁକି ମରୁଛନ୍ତି ଆନାକୋଣ୍ଡା ?

55

ବାରଙ୍ଗ : ଆଜି ବି ପ୍ରାଣୀ ଉଦ୍ୟାନରୁ ଆସିଛି ଆଉ ଏକ ଅଘଟଣର ଖବର  । ଆଜି ପୁଣି ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ଘଟିଛି । ଗତକାଲି ମଧ୍ୟ ଏକ ବିରଳ ହଳଦିଆ ଆନାକୋଣ୍ଡା ସାପର ମୃତ୍ୟୁ ଘଟିଥିଲା । ସାପଟିର ବୟସ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ବ ହୋଇଥିଲା ।  କହିବାକୁ ଗଲେ ଦୁଇ ଦିନ ମଧ୍ୟରେ ଗଲାଣି ଦୁଇ ଆନାକୋଣ୍ଡାଙ୍କ ମୃତ୍ୟୁ ।

ଯାହାକୁ ନେଇ  ପ୍ରାଣୀ ଉଦ୍ୟାନ କର୍ତ୍ତୁପକ୍ଷ ଚିନ୍ତାରେ ପଡିଛନ୍ତି । ବର୍ତ୍ତମାନ ଆଉ ୮ଟି ଆନାକୋଣ୍ଡା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରହିଥିବା ନେଇ ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ବର୍ତ୍ତମାନ ପର୍ଯ୍ୟନ୍ତ ଆନାକୋଣ୍ଡାର ମୃତ୍ୟୁ ପଛର ପ୍ରକୃତ କାରଣ ଜଣାପଡିନି ।  

ସାପଟିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଜଣାପଡିଛି ।

Comments are closed, but trackbacks and pingbacks are open.