WHO ର ସାଙ୍ଘାତିକ ଭୁଲ :ମାନଚିତ୍ରରେ ଜାମ୍ମୁ -କାଶ୍ମୀର କୁ ଦେଖାଇଲା ଚୀନ ର ଅଂଶ , ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଟିଏମସି ସାଂସଦ

17

ଜାମ୍ମୁ-କାଶ୍ମୀରକୁ ପାକିସ୍ତାନ ଏବଂ ଚୀନର ଅଂଶ ବୋଲି ଦର୍ଶାଇଲା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ହୁ)। ଏହାପରେ ତୃଣମୁଳ କଂଗ୍ରେସ ସାଂସଦ ଡା. ଶାନ୍ତନୁ ସେନ୍ ଏକ ପତ୍ର ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀଙ୍କୁ କହିଛନ୍ତି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ଭାରତର ଭୂଲ ମାନଚିତ୍ର ପ୍ରଦର୍ଶନ କରିଛି । ସେ ପତ୍ରରେ ଲେଖିଛନ୍ତି ଯେ,ଯେବେ ମୁଁ କୋଭିଡ୍‌ର ବିଶ୍ଵ ସ୍ଥିତି ବିଷୟରେ ଜାଣିବା ପାଇଁ ହୁର ଓ୍ଵେବସାଇଟ୍‌କୁ ଗଲି, ସେଠାରେ ମୋତେ ଏକ ନକ୍ସା ଦେଖିବାକୁ ମିଳିଲା। ଏହାକୁ ଜୁମ୍ କରି ଦେଖିବାରୁ ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି। ଜାମ୍ମୁ-କାଶ୍ମୀରକୁ ଦୁଇ ଭିନ୍ନ ଭିନ୍ନ ରଙ୍ଗରେ ଉଲ୍ଲେଖ କରାଯାଇଛି। ଯେବେ ମୁଁ ଭାରତର ନୀଳ ରଙ୍ଗ ବିଶିଷ୍ଟ ଅଂଶ ପରେ ଅନ୍ୟ ଅଂଶରେ କ୍ଲିକ୍ କଲି, ସେଥିରେ ପାକିସ୍ତାନର କରୋନା ସ୍ଥିତି ଦେଖିବାକୁ ମିଳିଲା। ଆଗକୁ ସେ କହିଛନ୍ତି ଯେ, “ନୀଳ ଅଂଶଟି ଭାରତର ମାନଚିତ୍ର ଦେଖାଉଥିଲା । ହେଲେ ଦ୍ୱିତୀୟ ଭାଗଟି ପାକିସ୍ତାନ ଭାଗର ତଥ୍ୟ ଦେଖାଉଥିଲା । ଏହା ବ୍ୟତୀତ ଆମର ଭାରତୀୟ ମାନଚିତ୍ରରେ ଅରୁଣାଚଳ ପ୍ରଦେଶ ରାଜ୍ୟର ଭାଗକୁ ବି ଅଲଗା ଭାବେ ସାମଙ୍କିତ କରାଯାଇଛି” । ଏତଦବ୍ୟତୀତ ସେ କହିଛନ୍ତି ଯେ, ମୋର ଦୃଢ଼ ବିଶ୍ୱାସ ରହିଛି ଯେ ଏହା ଏକ ଗମ୍ଭୀର ଅନ୍ତର୍ଜାତୀୟ ପ୍ରସଙ୍ଗ ଓ ଆମ ସରକାରଙ୍କୁ ଏହାର ଯାଞ୍ଚ କରାଇବା ଦରକାର । ବହୁତ ଆଗରୁ ଏହି ପ୍ରସଙ୍ଗକୁ ବିଚାରାଧୀନକୁ ନେବାର ଥିଲା । ସୂଚନା ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୱେବସାଇଟ୍ ର ହୋମ୍ ପେଜ୍ ରେ ପୂରା ବିଶ୍ୱର ଇଣ୍ଟରାକ୍ଟିଭ୍ ମାନଚିତ୍ର ରହିଛି ଯାହା ଦୈନିକ ଆଧାରରେ କୋଭିଡ୍ ମାମଲାର ଅପଡେଟଡ୍ ଡାଟା ଦେଖାଇଥାଏ ।

ଡ. ସେନ ଲେଖିଛନ୍ତି, ଏହା ଏକ ଗମ୍ଭୀର ଅନ୍ତର୍ଜାତୀୟ ମାମଲା ଏବଂ ଆମ ସରକାରଙ୍କୁ ଏହା ଉପରେ ସମୟ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍। ହୁର ଓ୍ଵେବସାଇଟ୍‌କୁ ତୁରନ୍ତ ଠିକ୍ କରିଦେବା ଉଚିତ୍ ବୋଲି ସେନ କହିଛନ୍ତି।

Leave A Reply

Your email address will not be published.