ଝାରସୁଗୁଡ଼ା: କିଏ ପିନ୍ଧିବ ବିଜୟ ମୁକୁଟ ? କାହାକୁ ବାଛିବେ ଝାରସୁଗୁଡ଼ାବାସୀ ? ଆଜି ସ୍ପଷ୍ଟ ହେବ ଫଳାଫଳ । ସକାଳ ସାଢେ ୮ଟାରୁ ଆରମ୍ଭ ହୋଇଯାଇଛି ଭୋଟ୍ ଗଣତି । ଝାରସୁଗୁଡା ଭୋଟ ଗଣତି ଜାରି ରହିଛି । ସପ୍ତମ ରାଉଣ୍ତ ସୁଦ୍ଧା ବିଜେଡି ଆଗୁଆ । ବିଜେଡିର ଦୀପାଳି ଦାସ ୧୮,୨୪୬ ଭୋଟରେ ଆଗୁଆ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ବିଜେପି ଏବଂ ତୃତୀୟ ସ୍ଥାନରେ କଂଗ୍ରେସ ରହିଛି ।
ଆଜି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି ଆରମ୍ଭ ହୋଇଛି । ମୋଟ୍ ୧୪ଟି ଟେବୁଲରେ ୧୮ ରାଉଣ୍ଡରେ ଗଣତି ହେବ । ଗୋଟିଏ କାଉଟିଙ୍ଗ ଟେବୁଲରେ ପୋଷ୍ଟାଲ ବାଲାଟ ଗଣନା ହେବ । ୨୫୩ ବୁଥ ଥିବାରୁ ୧୯ ରାଉଣ୍ଡ ଗଣନା ହୋଇପାରେ । ମୋଟ୍ ୧୪ଟି ଟେବୁଲରେ ୧୮ ରାଉଣ୍ଡରେ ଭୋଟ ଗଣତି କରାଯିବ। ଯଦି ୨-୩ଟି ବୁଥ ବାକି ରହିଲା ତେବେ ସେଗୁଡ଼ିକ ୧୯ତମ ରାଉଣ୍ଡରେ ଗଣନା କରାଯାବି ବୋଲି ଜିଲ୍ଲାପାଳ କହିଥିଲେ। ଘୋଷଣା ଅନୁସାରେ, ପ୍ରତି ଟେବୁଲରେ ଗୋଟିଏ ଲେଖାଏ ବୁଥ କରି ଗଣତି ଆରମ୍ଭ ଜାରି ରହିଛି।
ସଂଧ୍ୟା ୪ଟାରୁ ୬ଟା ଭିତରେ ଫଳାଫଳ ଆସିବା ନେଇ କହିଛନ୍ତି ସିଇଓ । ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ଏବଂ ଜଣେ କାଉଣ୍ଟିଂ ଅବଜରଭର ଅଛନ୍ତି। ଜେନେରାଲ ଅବଜରଭରଙ୍କ ପ୍ରତିନିଧି ଭାବେ ଜଣେ ମାଇକ୍ରୋ ଅବଜରଭର ଉପସ୍ଥିତ ରହିଛନ୍ତି। ଭୋଟ ଗଣତି ପାଇଁ ୨୦ ଜଣ କାଉଣ୍ଟିଂ ସୁପରଭାଇଜର, ୨୦ ଜଣ କାଉଣ୍ଟିଂ ଅସିଷ୍ଟାଣ୍ଟ ଓ ୨୦ ଜଣ କାଉଣ୍ଟିଂ ପର୍ୟ୍ୟବେକ୍ଷକ ଅଛନ୍ତି। ପ୍ରତି ଟେବୁଲରେ କାଉଣ୍ଟିଂ ଅନୁସାରେ ଅଧିକାରୀ ନିୟୋଜିତ ହୋଇଛନ୍ତି।
ସୂଚନା ଥାଉକି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କର ହତ୍ୟା ପରେ ଧାରସୁଗୁଡ଼ା ସିଟ୍ ଖାଲି ପଡ଼ିଥିଲା। ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ ମେ ୧୦ ତାରିଖରେ ଏଠାରେ ଉପନିର୍ବାଚନ ହୋଇଥିଲା। ନିର୍ବାଚନ ମଇଦାନରେ ମୋଟ ୯ଜଣ ପ୍ରାର୍ଥୀ ରହିଥିବାବେଳେ ୩ ପ୍ରମୁଖ ଦଳ ବିଜେଡିର ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ ଓ କଂଗ୍ରେସର ତରୁଣ ପାଣ୍ଡେଙ୍କ ମଧ୍ୟରେ ଲଢ଼େଇ ହେବାର ସମ୍ଭାବନା ରହିଛି।
Comments are closed, but trackbacks and pingbacks are open.