୨୦୨୪ ନିର୍ବାଚନରେ ମୋଦୀଙ୍କୁ ଟକ୍କର ଦେବ କିଏ: ରେସରେ ୫ ଜଣ ହେଭିୱେଟ୍, କ’ଣ କହୁଛନ୍ତି ଜନତା

19

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ମହାଲଢ଼େଇ ପାଇଁ ସାରା ଭାରତ ବର୍ଷର ରାଜନୀତି ଏବେଠାରୁ ସରଗରମ୍ ହୋଇ ଉଠିଲାଣି । ଗତ ୧୮ ତାରିଖରେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ବୈଠକରେ ୩୮ଟି ଦଳ ସାମିଲ ହୋଇଥିବା ବେଳେ ବିରୋଧୀଙ୍କ ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ସହଯୋଗୀ (ଇଣ୍ଡିଆ) ବୈଠକରେ ୨୬ଟି ଦଳ ସାମିଲ ହୋଇଥିଲେ । ଅନ୍ୟପକ୍ଷରେ ୯ଟି ରାଜନୈତିକ ଦଳ କୌଣସି ପକ୍ଷରେ ସାମିଲ ନହୋଇ ନିରପେକ୍ଷ ନୀତି ଅବଲମ୍ବନ କରିଥିଲେ । ତେଣୁ ଏହି ନିରପେକ୍ଷ ଦଳମାନେ ଆଗାମୀ ଦିନରେ ରାଜନୀତିର କାୟା ପରିବର୍ତ୍ତନ କରିବାର ସମ୍ଭାବନା ସୃଷ୍ଟି ହୋଇଛି ।

ତେବେ ସବୁଠାରୁ ବଡ଼ କଥା ହେଉଛି ଏନଡିଏର ପ୍ରାର୍ଥୀ ନରେନ୍ଦ୍ର ମୋଦୀଙ୍କୁ ଇଣ୍ଡିଆର କେଉଁ ପ୍ରାର୍ଥୀ ମୁକାବିଲା କରିବେ । ରାହୁଲ ଗାନ୍ଧି ନିଜର ଲୋକସଭା ସାଂସଦ ପଦ ହରାଇଥିବାରୁ ତାଙ୍କର ରାଜନୈତିକ ଭବିଷ୍ୟତ ଉପରେ ଖଣ୍ଡା ଝୁଲୁଛି । ଏପରି ସ୍ଥିତିରେ ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିୱାଲ, ନୀତିଶ କୁମାର ଓ ପ୍ରିୟଙ୍କା ଗାନ୍ଧିଙ୍କ ନାମକୁ ନେଇ ଅଧିକ ଚର୍ଚ୍ଚା ହେଉଛି । ଯଦି ରାହୁଲ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଲଢ଼ି ନ ପାରନ୍ତି ତେବେ ଅନ୍ୟ ଜଣଙ୍କୁ ଆଗକୁ ଅଣାଯାଇପାରେ ।

ତେବେ ଏହା ମଧ୍ୟରେ ଏକ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି । ସି-ଭୋଟର ସର୍ଭେ ମୁତାବକ, ମମତାଙ୍କୁ ୧୦ ପ୍ରତିଶତ ଜନତା ବିପକ୍ଷ ମହାମେଣ୍ଟର ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାର ଭାବେ ଗ୍ରହଣ କରିଛନ୍ତି । ସେହିପରି କେଜ୍ରିୱାଲଙ୍କୁ ୧୪ ପ୍ରତିଶତ, ନୀତିଶଙ୍କୁ ୧୪ ପ୍ରତିଶତ ଜନତା ଚାହିଁଛନ୍ତି । ନୀତିଶ ଓ କେଜ୍ରିୱାଲଙ୍କୁ ସମାନ ମାତ୍ରାରେ ଜନତାଙ୍କ ସମର୍ଥନ ମିଳିଛି । ତେବେ ସବୁଠାରୁ ବଡ଼ କଥା ହେଉଛି ପ୍ରିୟଙ୍କାକୁ ସବୁଠାରୁ ଅଧିକ ୩୩ ପ୍ରତିଶତ ଭୋଟ ମିଳିଛି । ଯଦି ରାହୁଲ ଆଗାମୀ ନିର୍ବାଚନ ଲଢ଼ିବେ ତେବେ ତାଙ୍କୁ ଅନ୍ୟ ପ୍ରାର୍ଥୀମାନେ କିପରି ଗ୍ରହଣ କରୁଛନ୍ତି ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ । ତେଣୁ ବିନା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣାରେ ଇଣ୍ଡିଆ ଆସନ୍ତା ନିର୍ବାଚନ ଲଢ଼ିପାରେ ।

Comments are closed, but trackbacks and pingbacks are open.