କିଏ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି

53

କିଏ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି I ଉତ୍ତରାଧିକାରୀ ଚୟନ କରିବାକୁ ବର୍ତ୍ତମାନ ଥିବା ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ୍‌ଙ୍କୁ କେନ୍ଦ୍ର ସରକାର ଚିଠି ଦେଇ ଜଣାଇଛନ୍ତି I ମୁଖ୍ୟ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ ନଭେମ୍ବର ୮ରେ ଅବସର ନେବାକୁ ଯାଉଛନ୍ତି I ଏହା ପୂର୍ବରୁ ତାଙ୍କ ଉତ୍ତରାଧିକାରୀ କିଏ ତେବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନିୟମ ଅନୁଯାୟୀ ପ୍ରଧାନ ବିଚାରପତି ପଦଲାଗି ବରିଷ୍ଠତା ଭିତ୍ତିରେ ଚୟନ ହୋଇଥାଏ। ଶୁକ୍ରବାର କେନ୍ଦ୍ର ସରକାର ପରବର୍ତ୍ତୀ ସିଜେଆଇ ପାଇଁ ନାଁ ସୁପାରିସ୍ କରିବାକୁ କହିଛନ୍ତି ।

ସୂଚନା ଅନୁସାରେ ଆଇନ ବିଭାଗ ଶୁକ୍ରବାର ମୁଖ୍ୟ ବିଚାରପତି ଜଷ୍ଟିସ ଲଳିତଙ୍କୁ ଏନେଇ ଚିଠି ଲେଖିଛି । ତେବେ ପରବର୍ତ୍ତୀ ମୁଖ୍ୟ ବିଚାରପତି କିଏ ହେବେ ତାକୁ ନେଇ ରେସ ଆରମ୍ଭ ହୋଇଛି । ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ବର୍ତ୍ତମାନ ସୁପ୍ରି୍ମକୋର୍ଟର ସବୁଠାରୁ ସିନିୟର ଜଜ । ତେଣୁ ସେ ଏହି ପଦର ପ୍ରମୁଖ ଦାବିଦାର । ଜଷ୍ଟିସ ୟୁ ୟୁ ଲଳିତ ନିଜର ଉତ୍ତରାଧିକାରୀ ଭାବେ ତାଙ୍କ ନାଁକୁ ସୁପାରିଶ କରିପାରନ୍ତିା ଯଦି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ନାଁରେ ମୋହର ବାଜେ ତେବେ ସେ ଦେଶର ୫୦ତମ ପ୍ରଧାନ ବିଚାରପତି ହେବେ ।

ଗତ ଅଗଷ୍ଟ ୨୭ ତାରିଖରେ ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ବିଚାରପତି ଉଦୟ ଉମେଶ ଲଳିତ ଶପଥ ଗ୍ରହଣ କରିଥିଲେ। ବିଚାରପତି ଲଳିତଙ୍କ ୭୪ ଦିନ କାର୍ଯ୍ୟକାଳ ନଭେମ୍ବର ୮ରେ ଶେଷ ହେଉଛି। ବିଚାରପତି ଲଳିତ ହେଉଛନ୍ତି ବାର୍‌ରୁ ସିଧାସଳଖ ସୁପ୍ରିମ୍‌ କୋର୍ଟର ବିଚାରପତି ହୋଇଥିବା ଭାରତର ଦ୍ୱିତୀୟ ପ୍ରଧାନ ବିଚାରପତି। ଏଭଳି ଭାରତର ପ୍ରଥମ ପ୍ରଧାନ ବିଚାରପତି ହୋଇଥିବା ବିଚାରପତି ‌ହେଉଛନ୍ତି ଏସ୍‌. ଏମ୍‌. ସିକ୍ରି। ୧୯୭୧ ମସିହା ଜାନୁଆରି ମାସରେ ସେ ଦେଶର ୧୩ଶ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।

Comments are closed, but trackbacks and pingbacks are open.