୩ ପ୍ରମୁଖ ମହା ନଗର ରେ କିଏ ହେବ ମେୟର ,ବଢ଼ିଲା ରାଜନୈତିକ ଉଷ୍ମତା

33

ରାଜ୍ୟରେ ଆସନ୍ତା ୨୪ ତାରିଖ ରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ ହେଲାଣି I ବିଶେଷ କରି ତିନି ପ୍ରମୁଖ ମହା ନଗର ରେ ମେୟର କିଏ ହେବ ତାହାକୁ ନେଇ ବଢୁଛି ରାଜନୈତିକ ଉଷ୍ମତା I ଭୁବନେଶ୍ୱର ଏବଂ ବ୍ରହ୍ମପୁର ମହାନଗର ର ମେୟର ପଦ ମହିଳା ମାନଙ୍କ ପାଇଁ ସଂରକ୍ଷିତ ଥିବାବେଳେ ,କଟକ ମହା ନଗର ମେୟର ଆସନ ଅଣସଂରକ୍ଷିତ ରହିଛି I ୩ ଟି ମହାନଗର ପାଇଁ ଦଳ ମାନଙ୍କ ପକ୍ଷରୁ ମେୟର ପ୍ରାର୍ଥୀ ଘୋଷଣା ହୋଇ ସାରିଛନ୍ତି I ସେହି ଅନୁସାରେ ଭୁବନେଶ୍ୱର ମେୟର ପଦ ପାଇଁ ସୁଲୋଚନା ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ସୁନୀତି ମୁଣ୍ଡଙ୍କୁ ପ୍ରାର୍ଥୀ କରିଛି ବିଜେପି । ସେପଟେ ମଧୁସ୍ମିତା ଆଚାର୍ଯ୍ୟଙ୍କ ନାଁ ଘୋଷଣା କରିସାରିଛି କଂଗ୍ରେସ । ଭୁବନେଶ୍ୱର ମଇଦାନରେ ତିନି ରାଜନୈତିକ ଦଳ ମେୟର ପ୍ରାର୍ଥୀ ଘୋଷଣା କରିଛନ୍ତି । ତେବେ କଟକ ମେୟର ପଦ ପାଇଁ ରାଜ୍ୟସଭା ସାଂସଦ ସୁବାସ ସିଂଙ୍କୁ ପ୍ରାର୍ଥୀ କରିଛି ବିଜେଡି । ବ୍ରହ୍ମପୁର ପାଇଁ ଶାସକ ଦଳ ସଂଘମିତ୍ରା ଦଳେଇଙ୍କ ନାଁ ଘୋଷଣା କରିଛି । ସେହିପରି ବିଜେପି ଦଳ ପକ୍ଷରୁ କଟକ ମେୟର ପାର୍ଥି ହୋଇଛନ୍ତି ଅଭିନେତା ଶ୍ରୀତମ ଦାସ ଏବଂ ବ୍ରହ୍ମପୁର ପାଇଁ ବିଜେପି ର ମେୟର ପ୍ରାର୍ଥୀ ହୋଇଛନ୍ତି ଡ. ସବିତା ସୁଆର I ଅନ୍ୟପଟେ ବ୍ରହ୍ମପୁର ମହାନଗର ନିଗମ ପାଇଁ କଂଗ୍ରେସ ମଞ୍ଜୁ ରଥଙ୍କୁ ମେୟର ପ୍ରାର୍ଥୀ କରିଛି କଂଗ୍ରେସ ଦଳ I ଏଥର ମେୟର ପଦ ପାଇଁ ସିଧାସଳଖ ଭୋଟ୍ ଦେବେ ମହାନଗରବାସୀ । ବିଶେଷ ଭାବରେ ଚଳିତ ଥର ରାଜଧାନୀ ରେ ମେୟର ପଦ କିଏ ହାତେଇବ ଏହାକୁ ନେଇ ରାଜନୈତିକ ଉସ୍ମତା ଦେଖାଦେଇଛି I ଏ ଥର ନିଶ୍ଚିତ ଭାବରେ ମେୟର ଫାଇଟ୍ ସଂଘର୍ଷପୂର୍ଣ୍ଣ ହେବାକୁ ଯାଉଛି I

Comments are closed, but trackbacks and pingbacks are open.