ଲୁଧିଆନା କୋର୍ଟ ବ୍ଲାଷ୍ଟ ମାମଲାର ମାଷ୍ଟରମାଇଣ୍ଡ କିଏ? ଅଭିଯୁକ୍ତ ହେଲା ଚିହ୍ନଟ

16

ପଞ୍ଜାବର ଲୁଧିଆନା କୋର୍ଟରେ ହୋଇଥିବା ବିସ୍ଫୋରଣରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଲୁଧିଆନା ବିସ୍ଫୋରଣରେ ଅଭିଯୁକ୍ତ ହେଉଛନ୍ତି ପଞ୍ଜାବ ପୋଲିସର ବରଖାସ୍ତ କନଷ୍ଟେବଳ ଗଗନଦୀପ। ଏହାପୂର୍ବରୁ ୨୦୧୯ ରେ ଡ୍ରଗ୍ସ ମାମଲାରେ ଗଗନଦୀପଙ୍କୁ ଗିରଫ କରାଯାଇଥିଲା। ବିସ୍ଫୋରଣରେ ଗଗନଦୀପଙ୍କର ମୃତ୍ୟୁ ହୋଇଛି। ତେବେ ଏହି ମାମଲାରେ ଜଣଙ୍କୁ ଗିରଫ କରି ପଚରାଉଚରା କରାଯାଉଛି।

ଏ ସମ୍ପର୍କରେ ସୂଚନା ଦେଇ ପଞ୍ଜାବର ଡେପୁଟି ସିଏମ୍ ସୁଖଜିନ୍ଦର ସିଂ ରାନ୍ଧୱା ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ଶନିବାର ଅର୍ଥାତ୍ ଆଜି ପପଞ୍ଜାବ ର ଡିଜିପି ଏହି ବିଷୟ ଉପରେ ସମ୍ପୂର୍ଣ୍ଣ ସୂଚନା ଦେବେ I ତେବେ ଏହା ପଛରେ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି I କୋର୍ଟ କମ୍ପ୍ଲେକ୍ସ ଏବଂ ଡିସି ଅଫିସରେ ଦୁଇଟି ରୁଟ୍ ରହିବା ଉଚିତ ଯାହା ଦ୍ୱାରା ସୁରକ୍ଷା ବ୍ୟବସ୍ଥା ର ସଠିକ୍ ଭାବରେ ଯାଞ୍ଚ ହୋଇପାରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଅନେକ କୋର୍ଟ କମ୍ପ୍ଲେକ୍ସରେ ଧାତୁ ନିର୍ମିତ ଡିଟେକ୍ଟର ଉପଲବ୍ଧ ନହେବା ନେଇ ସୁଖଜିନ୍ଦର ସିଂ ରାନ୍ଧୱା ପ୍ରଶ୍ନ ଛନ୍ତି I ତେଣୁ ଯେଉଁଠାରେ ଧାତୁ ନିର୍ମିତ ଡିଟେକ୍ଟରଗୁଡ଼ିକ ରେ କୌଣସି ତ୍ରୁଟି ରହିଛି ତାହା ବଦଳାଯାଇ ଯାନବାହନ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି I
ସୂଚନା ଅନୁସାରେ ଜଣାପଡିଛି କି ନିଲମ୍ବିତ କନଷ୍ଟେବଳ ଗଗନଦୀପ ପଞ୍ଜାବ ର ଖାନ୍ନା ଅଂଚଳ ରେ ରହୁଥିଲେ I ଗଗନଦୀପ ଅନେକ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିଲା I ପୂର୍ବରୁ ସେ ଡ୍ରଗ୍ସ କେଶ ରେ ସମ୍ପୃକ୍ତି ଅଭିଯୋଗରେ ଦୁଇ ବର୍ଷ ସଜ୍ଜା କାଟି ୪ ମାସ ପୂର୍ବରୁ ଜେଲ ରୁ ଫେରିଥିଲେ I ତେବେ ପୂର୍ବରୁ ଏକ ଗଣମାଧ୍ୟମ ସଂସ୍ଥା ରିପୋର୍ଟ କରିଥିଲା ଯେ ଖାଲିସ୍ତାନୀ ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର ତଥା ଚୋରା ଚାଲାଣକାରୀ ରିଣ୍ଡା ପ୍ରକୃତରେ ଲୁଧିଆନା କୋର୍ଟରେ ହୋଇଥିବା ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ। ଏବଂ ଏହି ବିସ୍ଫୋରଣ ଘଟଣାକୁ ରୂପ ଦେବାପାଇଁ ବରଖାସ୍ତ ହୋଇଥିବା କନଷ୍ଟେବଳ ଗଗନଦୀପଙ୍କୁ ଧମକ ଦେଇଥିଲା Iଏହି ବିସ୍ଫୋରଣର ଷଡଯନ୍ତ୍ରକୁ ପାକିସ୍ତାନରେ ବସିଥିବା ବାବର ଖାଲସା ଆତଙ୍କବାଦୀ ହିଁ ଯୋଜନା କରିଥିଲା । ଏଥିପାଇଁ ଗଗନଦୀପ କୁ ଇଣ୍ଟରନେଟ ମାଧ୍ୟମ ରେ ୧୩ ଟି କଲ କରାଯାଇଥିଲା ସେହି ଅନୁସାରେ ଗଗନଦୀପ କୋର୍ଟ ମଧ୍ୟରେ ବମ ଖଞ୍ଜୁଥିବା ସମୟରେ ଏହି ବ୍ଲାସ୍ଟିଙ୍ଗ ହୋଇଥିଲା I ଏହି ସମୟରେ ଗଗନଦୀପ ସହିତ ଅନ୍ୟ ଜଣେ ବ୍ୟକ୍ତି ଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା I ବିସ୍ଫୋରଣରେ ଗଗନଦୀପ ଙ୍କ ଅଧା ଜଳା ଖଣ୍ଡ ବିଖଣ୍ଡିତ ଶରୀର ସାଙ୍ଗକୁ ତାଙ୍କ ମୋବାଇଲ ଫୋନ ଘଟଣାସ୍ଥଳରୁ ମିଳିଥିଲା I

Leave A Reply

Your email address will not be published.