ସେଲ୍ଫି ହେଲା କାଳ, ଜଳପ୍ରପାତରୁ ୨୦୦ ମିଟର ତଳକୁ ଖସି ଯୁବକ ନିଖୋଜ

26

କେନ୍ଦୁଝର : ସେଲ୍ଫି ହେଲା କାଳ I ଖଣ୍ଡାଧାର ଜଳପ୍ରପାତରୁ ୨୦୦ ଫୁଟ ତଳକୁ ଖସି ପଡିଲେ ଯୁବକ । ନିଖୋଜ ହୋଇଥିବା ଯୁବକ ଜଣଙ୍କ ହେଉଛନ୍ତି ସୁନ୍ଦରଗଡ଼ କାଲଟା ଅଞ୍ଚଳର ଲୋପା ମୁଣ୍ଡା। ଗତକାଲି ଖଣ୍ଡାଧାରକୁ ବୁଲିଆସିଥିବା ତିନି ଜଣ ସାଙ୍ଗ ସେଠାରେ ଝରଣାରେ ଗାଧୋଇବା ବେଳେ ଗୋଡ଼ ଖସିଯିବା ଫଳରେ ପ୍ରାୟ ୨୦୦ ଫୁଟ ତଳକୁ ଖସିପଡ଼ି ନିଖୋଜ ହୋଇପଡିଥିଲେ । ଗତକାଲି ଅଗ୍ନିଶମ କର୍ମଚାରି ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଲୋପାଙ୍କୁ ପାଇନଥିଲେ । ଆଜି ବର୍ଷା ହେଉଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି ।

ଗତକାଲି ଲୋପା ମୁଣ୍ଡା ଓ ତାଙ୍କ ସାଙ୍ଗ ବରସୁଆଁରେ ଥିବା ବନ୍ଧୁଙ୍କ ଘରକୁ ବୁଲିବାକୁ ଆସିଥିଲେ। ବନ୍ଧୁ ଘରେ ବୁଲାବୁଲି କରିବା ପରେ ବରସୁଆଁ ନିକଟ ଖଣ୍ଡାଧାର ଜଳପ୍ରପାତକୁ ଗାଧୋଇବାକୁ ଯାଇଥିଲେ। ଏହାପରେ ସାଙ୍ଗ ମାନଙ୍କ ସହ ସେଲ୍ଫି ନେଉଥିବାବେଲେ ଯୁବକଙ୍କ ଗୋଡ଼ ଖସି ଯାଇଥିଲା I ସେ ପାହାଡ଼ ଉପରୁ ସିଧା ତଳକୁ ଖସି ପଡ଼ିଥିଲେ I ଘଟଣାସ୍ଥଳରେ ପୋଲିସ ଓ ଦମକଳ ଘଟଣା ସ୍ଥଳକୁ ପହଞ୍ଚି ଉଦ୍ଧାର କାର୍ଯ୍ୟ ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ବଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧା ପ୍ରାପ୍ତ ହୋଇଥିଲା I ଆଜି ସକାଳୁ ଝିପି ଝିପି ବର୍ଷା ଆରମ୍ଭ ହୋଇଥିବାରୁ ଆହୁରି ଅସୁବିଧାର କାରଣ ସୃଷ୍ଟି ହୋଇଛି । ଏଥିସହିତ ରାଉରକେଲାରୁ ଓଡ୍ର।ପ ଟିମ ଡକାଯିବା ନେଇ ସୂଚନା ମିଳିଛି ।

Comments are closed, but trackbacks and pingbacks are open.