କେଦାରନାଥରେ ସେଲଫି ନେଉଥିବା ବେଳେ ଖସିଲା ଯାତ୍ରୀଙ୍କ ଗୋଡ଼

74

ଉତ୍ତରାଖଣ୍ଡ : ଆଜିକାଲି ପିଲାଠୁ ବୁଢା ସଭିଙ୍କର ସେଲଫି ନେବା ନିଶା ଚରମ ସୀମାରେ ପହଁଚିଲାଣି । ଫଟୋ ଉଠାଇବା ସମୟରେ ଏମାନେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦେଉଛନ୍ତି। ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରାଖଣ୍ଡରୁ। ସେଲଫି ନେଉଥିବା ବେଳେ ଖସିଲା କେଦାରନାଥ ଯାତ୍ରୀଙ୍କ ଗୋଡ଼। ଭିଡିଓକୁ ଦେଖିଲେ ଯେକେହିବି ସ୍ତବ୍ଧ ହୋଇଯିବ । ଘୁ ଘୁ ନଦୀ ସ୍ରୋତରେ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି ଯୁବକ। ଏମିତି ପ୍ରଖର ସ୍ରୋତରେ କେହିବି କିଛି ଭାବିପାରୁନଥିଲେ କଣ କରାଯିବ ଏପରିସ୍ଥିତିରେ । ତେବେ ଯାହା ସୂଚନା ମିଳିଛି, ଏହି ତୀର୍ଥଯାତ୍ରୀ ଜଣଙ୍କ ଉତ୍ତରାଖଣ୍ଡର କେଦାରନାଥ ମନ୍ଦିରକୁ ଯିବା ବାଟରେ ସେଲଫି ନେଉଥିବାବେଳେ ହଠାତ୍ ଅସାବଧନତା ବଶତଃ ତାଙ୍କ ଗୋଡ଼ ଖସିଯାଇଥିଲା । ଆଉସେ ସିଧା ଯାଇଁ ପଡିଥିଲେ ପ୍ରଖର ସ୍ରୋତ ଥିବା ମନ୍ଦାକିନି ନଦୀ ଭିତରେ। ଆଉ ନଦୀର ସୁଅରେ ସେ ଭାସିଯାଇଥିଲେ କିଛି ଦୁର। ହେଲେ କଥାରେ ଅଛି ଯାହାକୁ ରଖିବେ ଅନନ୍ତ ତାର କି କରିପାରେ ବଳବନ୍ତ ।

ତେବେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।ଯୁବକ ଜଣକ ଗତ ସୋମବାର କେଦାରନାଥ ଅଭିମୁଖେ ଯାତ୍ରା କରୁଥିବା ସମୟରେ ରାମବାଡା ନିକଟରେ ଘଟିଥିଲା ଏହି ଅଘଟଣ । ବ୍ରିଜ୍ ଉପରୁ ଯୁବକ ଜଣକ ସେଲଫି ନେଉଥିବା ସମୟରେ ତାଙ୍କର ଗୋଡ଼ ଖସିଯିବାରୁ ସେ ନଦୀ ଭିତରକୁ ପଡ଼ିଯାଇଥିଲେ। ଏହା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଏସଡିଆରଫ ଟିମ୍ ଯୁବକଙ୍କୁ ମୃତ୍ୟୁ ମୁଖରୁ ଟାଣି ଆଣିଥିଲେ ।ଘଟଣା ସମୟର ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ତେବେ ଯାହା ହେଉ ସୌଭାଗ୍ୟବଶତଃ , ପାଣିର ପ୍ରବଳ ସ୍ରୋତରେ ଯୁବକଜଣକ ଭାସିଯାଉଥିବା ବେଳେ ଏକ ବଡ଼ ପଥରକୁ ଜାବୁଡ଼ି ଧରିଥିଲେ। ପାଣିର ସ୍ରୋତ ତାଙ୍କୁ ଟାଣି ନେବାକୁ ଚେଷ୍ଟା କରୁଥିବାବେଳେ ଯୁବକଜଣକ ଜୀବନ ବଞ୍ଚାଇବା ପାଇଁ ପଥରକୁ ନିଜ ବଳ ମୁତାବକ ଧରି ରଖିଥିଲେ । ଏହା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଏସଡିଆରଫ ଟିମ୍ ଯୁବକଙ୍କୁ ମୃତ୍ୟୁ ମୁଖରୁ ଟାଣି ଆଣିଥିଲେ ।

Comments are closed, but trackbacks and pingbacks are open.