କେଉଁ ବୃକ୍ଷ କୁ କେଉଁ ଦିନ ପୂଜା କରିବେ

0 38


ଧାର୍ମିକ ବିଶ୍ୱାସ ଅନୁଯାୟୀ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ତୁଲସୀ, କଦଳୀ ଏବଂ ଅଁଳା ଗଛରେବାସ କରିଥାନ୍ତିଇ ତେଣୁ ପ୍ରତିଦିନ ତୁଳସୀ ଚଉରା ମୂଳରେ ଦୀପ ଜଳାଇଲେ ଏହା ଘରର ସୁଖ ସମୃଦ୍ଧି ବଢ଼ିଥାଏ ଇ ସେହିଭଳି ପ୍ରତି ଏକାଦଶୀ ଦିନ ଅଁଳା ଗଛକୁ ପୂଜା କଲେ ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି I ପ୍ରତି ଗୁରୁବାର ଦିନ ଯଦି କଦଳୀ ଗଛ ମୂଳରେ ହଳଦୀ ମିଶା ପାଣି ଢଳାଯାଏ ,ବୃହସ୍ପତି ଶାନ୍ତ ହେବା ସହିତ ମା ଲକ୍ଷ୍ମୀ ଙ୍କ କୃପା ମିଳିଥାଏ I ଘରର ଐଶାନ୍ୟ କୋଣରେ କଦଳୀଗଛ ଲଗାଇବା ଉଚିତ I ଯଦି ବିଛା ରାଶି ର ବ୍ୟକ୍ତିମାନେ ପ୍ରତି ଗୁରୁବାର ଦିନ ଏହି ଉପାୟଟି କଲେ ତାଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ I

ବରଗଛ ଓ ଵେଲ ଗଛ
ଭଗବାନ ଶିବ ଉଭୟ ବରଗଛ ଏବଂ ବେଲ ଗଛରେ ବାସ କରନ୍ତି I ତେଣୁ ଭଗବାନ ଶିବଙ୍କୁ ପୂଜା ସମୟରେ ବେଲପତ୍ର ଅର୍ପଣ କଲେ ସମସ୍ତ ମନୋକାମନା ପୂରଣ ହୁଏ I ଅନ୍ୟପକ୍ଷରେ, ତ୍ରୟୋଦଶୀ ତିଥିରେ ବରଗଛକୁ ପୂଜା କଲେ ଶୁଭ ଫଳ ମିଳିଥାଏ I ସେହି ପରି ପ୍ରତି ମଙ୍ଗଳବାର ବରପତ୍ରରେ ହନୁମାନ ଙ୍କ ସିଂଦୁରରେ ଶ୍ରୀରାମ ଲେଖି ହନୁମାନଙ୍କୁ ଅର୍ପଣ କଲେ ସମସ୍ତ କଷ୍ଟରୁ ମୁକ୍ତି ମିଳିଥାଏ I
ଶମି ବୃକ୍ଷ
ଶନି ଦେବ ଶମି ବାସ କରନ୍ତି I ଏଭଳି ପରିସ୍ଥିତିରେ ଶନିବାର ଦିନ ଶମି ବୃକ୍ଷ ତଳେ ଏକ ସୋରିଷ ତେଲ ଦୀପ ଜାଳିଲେ ଶନି ଦେବ ସମସ୍ତ ଅସୁବିଧା ଦୂର କରନ୍ତି I ସେହିଭଳି ଜାତକରେ ଯଦି ଶନି ଙ୍କ ପ୍ରଭାବ ରେ କୌଣସି ସମସ୍ୟା ଦେଖା ଦେଇଥାଏ ଇ ତେବେ ଆପଣ ପ୍ରତି ଶନିବାର ଓ ମଙ୍ଗଳ ବାର ଅଶ୍ୱସ୍ଥ ଗଛ ମୂଳରେ ସୋରିଷ ତେଲ ର ଦୀପ ଜଳାନ୍ତୁ ଖୁବ ଶୀଘ୍ର ସମସ୍ୟାରୁ ମୁକ୍ତି ମିଳିବ I
କଦମ୍ବ ଗଛ
ମା ଲକ୍ଷ୍ମୀ ମଧ୍ୟ କଦମ୍ବ ଗଛରେ ବାସ କରନ୍ତି ବୋଲି ବିଶ୍ୱାସ କରାଯାଏ ଇ ତେଣୁ ପୂର୍ବ କାଳରେ କଦମ୍ବ ଗଛ ମୂଳରେ ଯଜ୍ଞ ଇତ୍ୟାଦି କରି ଦେବୀ ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦ ପ୍ରାପ୍ତ କରାଯାଉଥିଲା I ଏ ପରି କରିବା ଦ୍ୱାରା ପରିବାରରେ ସୁଖଶାନ୍ତି ବିରାଜମାନ ହେଉଥିଲା I

ଦୁବ ଘାସ ବା ଦୁର୍ବା
ଭଗବାନ ଗଣେଶ ଙ୍କୁ ପ୍ରତି ବୁଧୁବାର ଦିନ ୭ ଟି ଲେଖାଏଁ ଡୁବଘାସ ଅର୍ପଣ କଲେ ଗଣେଶ ମହାପ୍ରଭୁ ଅତ୍ୟନ୍ତ ଖୁସି ହୋଇ ଭକ୍ତଂକ ର କଷ୍ଟ ଦୂର କରିଥାନ୍ତି I ସେହିଭଳି ଗୁରୁବାର ଦିନ ମଧ୍ୟ ମା’ଲକ୍ଷ୍ମୀ ଙ୍କୁ ଦୂବଘାସ ଅର୍ପଣ କରାଯାଇଥାଏ I

Leave A Reply

Your email address will not be published.