ସ୍କିନରେ ଆସୁଛି କି ଟ୍ୟାନିଂ ସଙ୍ଗେ ସଙ୍ଗେ କରିନିଅନ୍ତୁ ଏହା…

30

ନୂଆଦିଲ୍ଲୀ : ସବୁବେଳେ ଖରାରେ ଯିବା ଆସିବା କରିବା ଯୋଗୁଁ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିବା କାରଣରୁ ଆମ ଚେହେରାରେ ଟ୍ୟାନିଂ ହୋଇଥାଏ । ଏହା ଆମ ତ୍ୱଚାର ବାହାର ପରସ୍ତକୁ କ୍ଷତି ପହଞ୍ଚାଇଥାଏ । ଏହା ଦ୍ୱାରା ତ୍ୱଚାର ରଙ୍ଗ ମଧ୍ୟ କମିଯାଏ । ତେବେ ସ୍କିନ ଟ୍ୟାନିଂ କମ୍‌ କରିବା ପାଇଁ ମାର୍କେଟରେ ଅନେକ ପ୍ରଡକ୍ଟ ମିଳୁଛି । କିନ୍ତୁ ଏଥିମଧ୍ୟରୁ କିଛି ବହୁତ ମହଙ୍ଗା ହୋଇଥାଏ ତ ଆଉ କିଛି ପ୍ରଡକ୍ଚରେ ଅତ୍ୟଧିକ ପରିମାଣର କେମିକାଲ ରହିଥାଏ । ଯାହା ଆମ ତ୍ୱଚାକୁ ସୁରକ୍ଷା ଦେବା ବଦଳରେ ଅଧିକ କ୍ଷତି ପହଞ୍ଚାଇଥାଏ । ଆସନ୍ତୁ ଜାଣିବା ଘରୋଇ ଉପାୟରେ ଆମେ କିପରି ଟ୍ୟାନିଂ ଦୂର କରିପାରିବା ।

ଟ୍ୟାନିଂ ଦୂର କରିବା ଲାଗି ସବୁଠାରୁ ସରଳ ଏବଂ ସହଜ ଉପାୟ ହେଉଛି କଫି  । କଫିରେ ତିଆରି କିଛି ଫେସ୍‌ପ୍ୟାକ ବ୍ୟବହାର କରି ଆମେ ଟ୍ୟାନିଂ ଦୂର କରିପାରିବା  ।  ଆସନ୍ତୁ ଜାଣିବା ଏହି ଫେସ୍‌ପ୍ୟାକ କିପରି ପ୍ରସ୍ତୁତ କରିବେ। ଏଥିପାଇଁ ଆମକୁ ଦୁଇ ଚାମଚ କଫି ପାଉଡର, ଦୁଇ ଚାମଚ ମହୁ , ଏବଂ ଦୁଇ ଚାମଚ କଞ୍ଚା କ୍ଷୀର  ନେବାକୁ ପଡିବ  । ପ୍ରଥମେ ସମସ୍ତ ଜିନିଷକୁ ଏକ ପାତ୍ରରେ ନେଇ ମିଶାନ୍ତୁ ଏବଂ ପେଷ୍ଟ ପ୍ରସ୍ତୁତ କରନ୍ତୁ । ପେଷ୍ଟ ହେଇଯିବା ପରେ ଏହାକୁ ମୁହଁରେ ଲଗାଇ ୧୦ ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଛାଡିଦିଅନ୍ତୁ ।

କିଛି ସମୟ ପରେ, ମୁହଁରେ ସର୍କୁଲାର ମୋସନରେ ମାଲିସ କରନ୍ତୁ । ଏହା ଦ୍ୱାରା ତ୍ୱଚାର ମଇଳା ଏବଂ ଡେଡ୍‌ ସ୍କିନ ସଫା ହୋଇଯିବ । ତାପରେ ମୁହଁ ଧୋଇଦିଅନ୍ତୁ । ଏହି ପ୍ୟାକ୍‌କୁ ସପ୍ତାହରେ ଦୁଇରୁ ତିନି ଥର ବ୍ୟବହାର କରିଲେ ଶୀଘ୍ର ଲାଭ ମିଳିଥାଏ । ଟ୍ୟାନିଂ ହଟାଇବା ପାଇଁ ଆପଣମାନେ କଫି ଓ ଅଲିଭ୍‌ ଅଏଲର ଫେସ୍‌ପ୍ୟାକ୍‌ ମଧ୍ୟ ଲଗାଇପାରିବେ  ।  ଏଥିପାଇଁ ଆପଣ କଫି ଓ ଅଲିଭ୍‌ ଅଏଲକୁ ଭଲ ଭାବରେ ମିଶ୍ରଣ କରନ୍ତୁ । ଏବେ ଏହାକୁ ମୁହଁରେ ଲଗାଇ ୧୫ ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ଛାଡିଦିଅନ୍ତୁ । ଏହା ପରେ ସାଧା ପାଣିରେ ଧୋଇଦିଅନ୍ତୁ ।

Comments are closed, but trackbacks and pingbacks are open.