୨୦୨୨ ଆଇପିଏଲ ଖେଳାଳି ନିଲାମ ପ୍ରକ୍ରିୟା କେବେ ହେବ

23

୨୦୨୨ ଆଇପିଏଲ୍ ପାଇଁ ଖେଳାଳି ନିଲାମ କେବେ କରାଯିବ ତାହା ଏ ପର୍ଯ୍ୟନ୍ତ ଜଣାପଡି ନାହିଁ I ହେଲେ ବିସିସିଆଇ ଘୋଷଣା କରିଛି ଯେ ପ୍ରତି ଦଳ ଖେଳାଳି କିଣିବା ପାଇଁ ୯୦ କୋଟି ଟଙ୍କା ବ୍ୟୟ କରିପାରିବ I ୨୦୨୨ ଆଇପିଏଲ ରେ ଦୁଇଟି ନୂଆ ଟିମ୍ ସାମିଲ ହେବାକୁ ଯାଉଛନ୍ତି । ଏନେଇ ବିସିସିଆଇ ତରଫରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିବାବେଳେ, ଅହମ୍ମଦାବାଦ ଓ ଲକ୍ଷ୍ନୌ ଦୁଇଟି ନୂଆ ଦଳ ୨୦୨୨ ଆଇପିଏଲରେ ସାମିଲ ହେବେ । ତେଣୁ ଏଥର ଆଇପିଏଲ୍ ସଂସ୍କରଣ ରେ ୧୦ଟି ଦଳ ଙ୍କୁ ନେଇ ଖେଳାଯିବ I ବିସିସିଆଇ ନିୟମ ରଖିଛି ଯେ ୮ ଟି ପୁରୁଣା ଦଳ ଚାହିଁଲେ ସେମାନଙ୍କ ଦଳରେ ଥିବା ସର୍ବାଧିକ ୪ ଜଣ ଖେଳାଳି ଙ୍କୁ ରଖିପାରିବେ ରମଣଙ୍କ ମଧ୍ୟରୁ ୩ ଜଣ ଭାରତୀୟ ଏବଂ ଜଣେ ବିଦେଶୀ ଖେଳାଳି ରହିବେ I ତେବେ ଏହା ପୂର୍ବରୁ ଆଇପିଏଲ ଖେଳାଳି ନିଲାମ ପ୍ରକ୍ରିୟା କେବେ ହେବା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।ଏଥର ଆଇପିଏଲରେ ବଡ ଧରଣର ଖେଳାଳି ନିଲାମ ପ୍ରକ୍ରିୟା ହେବାକୁ ଯାଉଛି । ଯେଉଁଠି ପ୍ରତି ଦଳ ନିଜ ଦଳରେ ୨୫ ଜଣ ଖେଳାଳିଙ୍କୁ ସାମିଲ କରିବେ । ତେବେ ଏହା ୨୫ ଜଣ ଖେଳାଳିଙ୍କ ଭିତରେ ୮ ଜଣ ବିଦେଶୀ ଖେଳାଳି ମଧ୍ୟ ସାମିଲ ରହିବେ । ତେବେ ଆଇପିଏଲରେ ୨ଟି ନୂଆ ଟିମ୍ ସାମିଲ ହେବାକୁ ଥିବାବେଳେ ପ୍ରାୟ ୫୦ ଜଣ ନୂଆ ଖେଳାଳିଙ୍କୁ ଆଗାମୀ ଆଇପିଏଲରେ ଦେଖିବାକୁ ମିଳିପାରେ ।
ଚଳିତ ସପ୍ତାହ ରେ ଆଇପିଏଲ୍ ର ୧୦ ଟି ଦଳଙ୍କ ସହ ଆଲୋଚନା ପରେ ବିସିସିଆଇ ୨୦୨୨ ଆଇପିଏଲ୍ ପୂର୍ବରୁ ଖେଳାଳି ନିଲାମ ନିୟମ ବିଷୟରେ ଆଲୋଚନା କରିଥିଲା I ତେବେ ଏହା ସ୍ପଷ୍ଟ ହୋଇ ନାହିଁ ଯେ ୮ ଟି ପୁରୁଣା ଦଳ ଖେଳାଳି ରଖିବାପରେ ବାକିଥିବା ଖେଳାଳିଙ୍କ ମଧ୍ୟରୁ ନିଲାମ ପାଇଁ ୨ଟି ନୂଆ ଦଳ ୩ ଜଣ ଲେଖାଏଁ ଖେଳାଳି ରଖିପାରିବେ I ଏହି ଖେଳାଳି ରଖିବାର ନିୟମ ସ୍ପଷ୍ଟ ଭାବରେ ଆଇପିଏଲ୍ ପରିଷଦ ଘୋଷଣା କରିଥିଲେ ବି ନଭେମ୍ବର ସୁଦ୍ଧା ୮ଟି ପୁରୁଣା ଦଳ ଓ ଦୁଇଟି ନୂଆ ଦଳ ଖେଳାଳି ରଖିପାରିବେ I ତେବେ ଏଥର ଖେଳାଳି ରଖିବା ପାଇଁ ଗୋଟିଏ ଦଳ କେତେ ଅର୍ଥ ବ୍ୟୟ କରିବ ତାହା ଜଣାପଡି ନାହିଁ I
ସୂଚନାଯୋଗ୍ୟ ଯେ, ଆସନ୍ତାବର୍ଷ ଆଇପିଏଲରେ ୧୦ଟି ଦଳ ଭାଗ ନେବେ । ବର୍ତ୍ତମାନର ୮ଟି ଦଳ ସହ ଅହମ୍ମଦାବାଦ ଓ ଲକ୍ଷ୍ନୌ ନୂଆ ଟିମ୍ ଭାବେ ଆଇପିଏଲରେ ସାମିଲ ହେବେ । ଦୁଇଟି ନୂଆ ଟିମ୍ ସାମିଲ ହେବା ପରେ ଆଇପିଏଲରେ ମ୍ୟାଚ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବା ନେଇ ଆଶା କରାଯାଉଛି ।

Leave A Reply

Your email address will not be published.