ନେଟଫ୍ଲିକ୍ସରେ ରିଲିଜ୍ ହେବ ପ୍ରଭାସଙ୍କ ସୁପରହିଟ୍ ଫିଲ୍ମ ‘ସାଲାର’ ଜାଣନ୍ତୁ କେବେ ?

19

ଡିସେମ୍ବରରେ ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ସାଲାର:ପାର୍ଟ -1 ସିଜଫାୟାର’ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଏକ ଚହଳ ସୃଷ୍ଟି କରିଥିଲ । କ୍ରାଇମ୍ ଥ୍ରୀଲରର କ୍ରେଜ୍ ଦର୍ଶକଙ୍କୁ ବେଶ୍ ଆକର୍ଷିଚ କରିଥିଲା ଏହା ସହ ଫିଲ୍ମ ଆୟ ମଧ୍ୟ ଖୁବ ଅଧିକ ରହିଥିଲା । କେଜିଏଫ୍ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶରେ ନିର୍ମିତ ସାଲାର OTT ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି। ତେବେ ଚାଲନ୍ତୁ ଜାଣିବା କେଉଁ OTT ପ୍ଲାଟଫର୍ମରେ ସିନେପ୍ରେମୀ ଏହି ବ୍ଲକବଷ୍ଟର ଫିଲ୍ମ ଦେଖିପାରିବେ ।

‘ସାଲାର’ ବକ୍ସ ଅଫିସରେ ରେକର୍ଡ ବ୍ରେକ୍ ଆୟ କରିଥିଲା । ଏହି ଚଳଚ୍ଚିତ୍ର କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଦର୍ଶକଙ୍କ ଠାରୁ ବେଶ୍ ଭଲ ପ୍ରତିକ୍ରିୟା ସାଉଁଟିଥିଲା । ଥିଏଟରରେ ଏହି ଆକ୍ସନ୍ ଭରା ଫିଲ୍ମ ଦେଖିବା ପାଇଁ ଲୋକଙ୍କ ଭିଡ ଦେଖିବା ପାଇଁ ମିଳିଥିଲା । ବର୍ତ୍ତମାନ ଫ୍ୟାନ୍ସଙ୍କ ପାଇଁ ଆଉ ଏକ ଖୁସି ଖବର, ଖୁବ ଶୀଘ୍ର OTT’ପ୍ଲାଟଫର୍ମରେ ରିଲିଜ୍ ହେବାକୁ ଯାଉଛି ଏହି ଦମଦାର ସିନେମା । ଆସନ୍ତାକାଲି ଅର୍ଥାତ୍ ଜାନୁଆରୀ ୨୦ରେ ପ୍ରଭାସଙ୍କ ଫିଲ୍ମ ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେବ ।

ସୂଚନାଯୋଗ୍ୟ ଯେ ତେଲୁଗୁ, କନ୍ନଡ, ତାମିଲ ଏବଂ ମାଲାୟାଲମ ପରି ହିନ୍ଦୀ ବ୍ୟତୀତ ସମସ୍ତ ଭାଷାରେ ‘ସାଲାର’ OTT ରେ ଉପଲବ୍ଧ ହେବ। ଆଶା କରାଯାଉଛି ଯେ ଫିଲ୍ମର ହିନ୍ଦୀ ସଂସ୍କରଣ OTT ଖୁ୍ବ୍ ଶୀଘ୍ର ରିଲିଜ୍ ହେବ ।

Comments are closed, but trackbacks and pingbacks are open.