ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ,ମୋ ଗୁହାଳ ଯୋଜନାରେ ନେଉଥିଲେ ଲାଞ୍ଚ

24

ଭିଜିଲାନ୍ସ ଜାଲରେ ପଡିଲେ କନିଷ୍ଠ ଯନ୍ତ୍ରୀ I ଗଞ୍ଜାମ ଜିଲ୍ଲା ବେଗୁନିପଡ଼ା ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକ ଙ୍କୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ସୂଚନା ଅନୁଯାୟୀ, “ମୋ ଗୁହାଳ ଯୋଜନା” ଅଧୀନରେ ଗୁହାଳ ନିର୍ମାଣ ଲାଗି ଜଣେ ହିତାଧିକାରୀଙ୍କୁ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସକୁ ସୂଚନା ଦେଇଥିଲେ। ଆଜି ଅପରାହ୍ଣ ୧ଟାରେ ହିତାଧିକାରୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍ ସୁଧାଂଶୁ ଶେଖର ମଲ୍ଲିକଙ୍କୁ ମାଡ଼ି ବସିଥିଲା।

ଶ୍ରୀ ମଲ୍ଲିକଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହାପରେ ଭିଜିଲାନ୍ସ ପକ୍ଷରୁ କନିଷ୍ଠ ଯନ୍ତ୍ରୀଙ୍କର ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି। ଏନେଇ ବ୍ରହ୍ମପୁର ଭିଜିଲାନ୍ସରେ ଏକ ମାମଲା ରୁଜୁ କରାଯାଇଛି।

Comments are closed, but trackbacks and pingbacks are open.