ଜେଏମଏମ ଛାଡ଼ିଲେ ଚମ୍ପାଇ

83

ନୂଆଦିଲ୍ଲୀ:  ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ  ଦଳ ସହ ସବୁ ସମ୍ପର୍କଚ୍ଛିନ୍ନ କରିଛନ୍ତି।  ସେ ଜେଏମଏମ ଛାଡ଼ିଥିବା ବେଳେ ବିଜେପିରେ ଯୋଗଦେବେ। ସେ ବିଜେପିରେ ମିଶିବାକୁ ଯାଉଥିବା ବେଳେ ଝାରଖଣ୍ଡ ପାଇଁ ସଂଘର୍ଷ ଜାରି ରଖିବେ ବୋଲି କହିଛନ୍ତି।  ଚମ୍ପାଇ ସୋରେନ ତାଙ୍କ ବିବୃତିରେ କହିଛନ୍ତି ଯେ ତାଙ୍କୁ ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ଜେଏଏମ ଛାଡ଼ିବାକୁ ବାଧ୍ୟ କରାଯାଇଛି। ବର୍ତ୍ତମାନ ଜେଏମଏମ ତା’ର ଲକ୍ଷ୍ୟ ଓ ଆଭିମୁଖ୍ୟ ହରାଇ ସାରିଛି ବୋଲି ମଧ୍ୟ ଚମ୍ପାଇ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ଜେଏମଏମ ମୋ ପରିବାର ଭଳି ଥିଲା। ମୁଁ ଦଳ ଛାଡ଼ିବି ବୋଲି କେବେ ହେଲେ ସ୍ୱପ୍ନରେ ମଧ୍ୟ ଭାବି ନଥିଲି। କିନ୍ତୁ ଏହି କିଛି ଦିନ ମଧ୍ୟରେ ଏମିତି କିଛି ଘଟିଥିଲା, ଯାହା ମୋତେ କଷ୍ଟ ଦେଇଥିଲା।ମୁଁ ଏପରି ଗୋଟିଏ କଠିନ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି। ମୋତେ ଏପରି ଆଭିମୁଖ୍ୟ ଗ୍ରହଣ କରିବାକୁ ବାଧ୍ୟ କରାଯାଇଛି। ବର୍ତ୍ତମାନର କାର୍ୟ୍ୟଶୈଳୀ ଓ ନୀତିରେ ବିମୁଖ ହୋଇ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛି। ଦୟା କରି ମୋ ଇସ୍ତଫାପତ୍ରକୁ ଗ୍ରହଣ କରି ନିଆଯାଉ।”

Comments are closed, but trackbacks and pingbacks are open.