ହସ୍ପିଟାଲରୁ ଡିସଚାର୍ଜ ହେଲେ ବାବୁସାନ ମହାନ୍ତି, ପାଖରେ ଅଛନ୍ତି ପତ୍ନୀ ତୃପ୍ତି

114

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ଓଲିଉଡ୍‌ ସୁପରଷ୍ଟାର ବାବୁସାନ୍ ମହାନ୍ତି। ଗତ କିଛି ଦିନ ହେବ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ ବାବୁସାନ I ଶରୀରରୁ ଅକ୍ସିଜେନ ସ୍ତର କମିଯିବାରୁ ତାଙ୍କୁ ସ୍ଥାନୀୟ ସମ ହସ୍ପିଟାଲ୍ରେ ଭର୍ତି କରାଯାଇଥିଲା I ଚିକିତ୍ସା ସମୟରେ ତାଙ୍କ ପାଖେ ପାଖେ ରହିଥିଲେ ପତ୍ନୀ ତୃପ୍ତି I ଏବେ ବାବୁସାନ୍ ସୁସ୍ଥ ଥିବା ଜଣାଯାଇଛି। ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି I ଏହି ସମୟରେ ତାଙ୍କ ପାଖରେ ପତ୍ନୀ ତୃପ୍ତି ଏବଂ ପାରିବାରିକ ବନ୍ଧୁ ରବି ମିଶ୍ର ରହିଥିଲେ I ଡିସଚାର୍ଜ ହେବାପରେ ବାବୁସାନ୍ ଡାକ୍ତରଖାନାର ଚିକିତ୍ସକ ଓ ଅନ୍ୟ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି I ସେପଟେ ବାବୁସାନଙ୍କ ସମସ୍ତ ଚିକିତ୍ସା ବ୍ୟବସ୍ଥା ତାଙ୍କ ପତ୍ନୀ ତୃପ୍ତି ଶତପଥୀ ହିଁ କରିଛନ୍ତି ଏବଂ ଉଭୟଙ୍କ ସଂପର୍କ ଖୁବ୍ ଭଲ ଅଛି ବୋଲି ଅଭିନେତା ରବି ମିଶ୍ର କହିଛନ୍ତି।

ସୂଚନା ଥାଉକି, ଦମନ ଫିଲ୍ମର ପ୍ରମୋସନ୍ ପାଇଁ ଯାଇ ଲେହରେ ଅସୁସ୍ଥ ହୋଇଥିଲେ ବାବୁସାନ୍ । ସେଠାରେ ବାଇକ ଚଳାଇବା ପରେ ତାଙ୍କ ଅକ୍ସିଜେନ ସ୍ତର କମିଯାଇଥିଲା । ଅକ୍ସିଜେନ୍ ସ୍ତର କମିବା ଓ ପେଟଜନିତ ସମସ୍ୟା କାରଣରୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବାବୁସାନ୍ । ଭୁବନେଶ୍ୱର ଫେରିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରାୟ ତିନି ଚାରି ଦିନ ହେଲା ବାବୁସାନ ଚିକିତ୍ସାଧୀନ ଥିଲେ ।

Comments are closed, but trackbacks and pingbacks are open.