ନୂଆ ବର୍ଷରୁ ଚାଉଳ ସହ ଗହମ:ମନ୍ତ୍ରୀ

81

ଭୁବନେଶ୍ୱର: ଆସନ୍ତା ବର୍ଷରୁ  ଚାଉଳ ସହ ଗହମ ମିଳିବ । ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ଚାଉଳ ସହ ଗହମ ମିଳିବ । ଏନେଇ ଗୁରୁବାର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଗହମ ଆସିଛି, ସରକାରୀସ୍ତରରେ କାମ ବାକି ଥିବାରୁ ୨ ମାସ ବିଳମ୍ବ ହେବ । କେଉଁ ଜିଲ୍ଲାକୁ କେତେ ଗହମ ଆବଶ୍ୟକ ତାହାର ତଥ୍ୟ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଦେବେ । ଅନ୍ୟପକ୍ଷରେ ୮୫ ପ୍ରତିଶତ ରାସନକାର୍ଡରେ ଇ-କେୱାଇସି ଶେଷ ହୋଇଛି । ପୂରା ଶେଷ ହେବାକୁ ଆଉ ୧୫ ଦିନ ଲାଗିବ । ୧୬ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହେଲେଣି ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । 

Comments are closed, but trackbacks and pingbacks are open.