ଧନତେରସ ରେ କଣ କରିବେ :

20
  • ସାଧାରଣ ରେ ଏକ ଧାରଣା ରହିଛି ଯେ ଧନତେରାସ ପର୍ବ ପାଳନ କଲେ ଜୀବନରେ ଧାନ ସମ୍ପର୍କିତ ଚିନ୍ତା ସବୁଦିନ ପାଇଁ ଦୂର ହୋଇଥାଏ I କୁହାଯାଏ ଏହି ଦିନ ଯେଉଁ ଶୁଭ କର୍ମମାନ କରାଯାଏ ,ତାର ୧୩ ଗୁଣ ଫଳ ପରବର୍ତ୍ତୀ ସମୟ ରେ ମିଳିଥାଏ , ତେଣୁ ଧନତେରସ ଦିନ ଏହିସବୁ କରିବାକୁ ଚେଷ୍ଟା କରନ୍ତୁ :
  • ସନ୍ଧ୍ୟା ପରେ ୧୩ ଟି ଦୀପ ଜାଳି ଧନ ବାକ୍ସ ନିକଟରେ କୁବେରଙ୍କ ପୂଜା କରିବେ I
  • ଏହିଦିନ ଆପଣ ଚିନି ,କ୍ଷୀର ,ଚାଉଳ ,ଧଳା ବସ୍ତ୍ର ବା ଦ୍ରବ୍ୟ ଦାନ କଲେ ବର୍ଷସାରା ଆପଣଙ୍କ ଧନ ର ଅଭାବ ରହିବ ନାହିଁ I
  • ଯଦି କେହି ଗରୀବ,ଅସହ୍ୟ ବ୍ୟକ୍ତି ଆପଣଙ୍କ ଦ୍ୱାରସ୍ଥ ହୁଅନ୍ତି ତେବେ ତାଙ୍କୁ ଶୂନ୍ୟ ହସ୍ତରେ ଫେରାଇ ଦେବେ ନାହିଁ , ସାମର୍ଥ୍ୟ ଅନୁଯାୟୀ କିଛି ଦାନ କରିବେ ,ଲକ୍ଷ୍ମୀ ଖୁସି ହୋଇ ବର୍ଷଯାକ ଆପଣଙ୍କୁ ମଧ୍ୟ ଧନଧାନ୍ୟ ରେ ପୂର୍ଣ୍ଣ କରିଦେବେ I
  • କୌଣସି ମନ୍ଦିରକୁ ଯାଇ କଦଳୀ ଗଛ ବା ସୁଗନ୍ଧିତ ଗଛ ଲଗାନ୍ତୁ , ଗଛ ଯେତେ ପଲ୍ଲବିତ ହେବ ଆପଣଙ୍କ ଜୀବନରେ ସଫଳତା ସେହି ଅନୁସାରେ ବୃଦ୍ଧି ପାଇବ I
  • ଏହିଦିନ କିଛି ଏକାର୍ଯ୍ୟ ବା କାହା ସହିତ କଳି ଝଗଡା କରନ୍ତୁ ନାହିଁ , ସେପରି କଲେ ଏହାଦ୍ୱାରା ନକାରାତ୍ମକ ଶକ୍ତି ପ୍ରଭାବଶାଳୀ ହେବ ,ଯାହା ଆପଣଙ୍କ ପରିପୂର୍ଣ୍ଣ ଭାଗ୍ୟରେ ବାଧକ ସାଜିବ , ପ୍ରଫୁଲ୍ଲ ଚିତ୍ତରେ ଦିନଟି କାଟିବାକୁ ଚେଷ୍ଟା କରନ୍ତୁ I
  • ଶ୍ରୀ ଲକ୍ଷ୍ମୀ ଙ୍କ ଶୁଭ ଆଗମନ ନିମନ୍ତେ ଘରର ଦ୍ୱାର ଓ ଝର୍କା ଉନ୍ମୁକ୍ତ ରଖାଯାଏ, ବ୍ୟବସାୟୀ ମାନେ ବିଗତ ବର୍ଷର ହିସାବ ଚୂଡାନ୍ତ ପରେ ନୂତନ ଖାତା ଉନ୍ମୋଚନ କରିଥାନ୍ତି I
  • ଆପଣ ଏହିଦିନ ଶ୍ରୀ ଲକ୍ଷ୍ମୀ ଙ୍କ ଛବିଥିବା ରୁପା ଟଙ୍କାକୁ ଘରର ଲକ୍ଷ୍ମୀଙ୍କ ନିକଟରେ ପୂଜାକରି ଲାଲ କପଡ଼ାରେ ଗୁଡ଼ାଇ ଟଙ୍କା ବାକ୍ସରେ ରଖିଦିଅନ୍ତୁ I
  • ଧନତେରସ ର ପୂଜା ପୂର୍ବରୁ ଓ ପରେ ଦାକ୍ଷିଣାବର୍ତ୍ତ ଶଙ୍ଖ ରେ ଜଳ ଭର୍ତ୍ତିକରି ଘରଭିତରେ ଚାରିଆଡେ ଛିଞ୍ଚନ୍ତୁ , ଏହା ଦ୍ୱାରା ଘରକୁ ଲକ୍ଷ୍ମୀ ଙ୍କ ଆଗମନ ହୁଏ I
  • ଧନତେରସ ଦିନ ସାମର୍ଥ୍ୟ ମୁତାବକ କିଛି କିଣନ୍ତୁ ,ଯେମିତି ଭଗବାନ ଙ୍କ ବସ୍ତ୍ର ,ପିତ୍ତଳ ବାସନ,କିମ୍ବା କିଛି ନ ହେଲେ ବି ଝାଡୁ ଏବଂ ଅଳ୍ପ କିଛି ଗୋଟାଏ ଧନିଆ କିଣି ଆଣନ୍ତୁ I
Leave A Reply

Your email address will not be published.