“ପିତୃପର୍ବ” କଣ? ଏହାକୁ କିପରି ପାଳନ କରିବେ

37

ଆଜିଠୁ ପିତୃପକ୍ଷ । ପୁରୀରେ ଥିବା ମାର୍କଣ୍ଡେୟ, ଇନ୍ଦ୍ରଦ୍ୟୁମ୍ନ, ଶ୍ୱେତଗଙ୍ଗା, ନରେନ୍ଦ୍ର ପୁଷ୍କରିଣୀରେ ତିଳତର୍ପଣ କରାଯାଉଛି । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୋଇଥାଏ ପିତୃପକ୍ଷ । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ କାଳ ବା ପକ୍ଷକୁ ପିତୃପକ୍ଷ କୁହାଯାଏ । ଏହି ସମୟ ମଧ୍ୟରେ ପିତୃପୁରୁଷଙ୍କ ପାଇଁ ଶ୍ରଦ୍ଧା, ତର୍ପଣ, ପିଣ୍ଡ ଦାନ, ଦାନ ଇତ୍ୟାଦି ସଂପନ୍ନ ହୋଇଥାଏ ।

ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ “ପିତୃପର୍ବ” ମଧ୍ୟ କୁହାଯାଏ । ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ କୁହାଯାଏ । ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡ ଦାନ କରାଯାଏ ।

ଶ୍ରୀମନ୍ଦିର ଚତୁରପାର୍ଶରେ ଓ ସମୁଦ୍ର ବେଳାଭୂମିରେ ଭିଡ ଦେଖିବାକୁ ମିଳୁଛି । ହଜାର ହଜାର ଭକ୍ତ ନିଜ ନିଜ ପିତୃପୁରୁଷଙ୍କ ଉଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ କରୁଛନ୍ତି । ଏନେଇ ଆଜି ସକାଳୁ ପୁରୀର (puri) ବିଭିନ୍ନ ତୀର୍ଥ ପୁଷ୍କରଣୀ ସମେତ ମହୋଦଧିରେ ଭିଡ଼ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁ ମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବା ସହ ତର୍ପଣ କରୁଥିବା ଦେଖିବାକୁ ମିଳିଛି ।

ପିତୃପକ୍ଷ ସମୟରେ ପ୍ରତିଦିନ ଦକ୍ଷିଣ ଦିଗରେ ଏକ ଦୀପ ଜାଳନ୍ତୁ । ଏହା କରି ପିତୃପୁରୁଷମାନେ ଖୁସି ହୁଅନ୍ତି ଏବଂ ସେମାନଙ୍କର ଆଶୀର୍ବାଦ ସ୍ନାନ କରନ୍ତି । ପିତୃପକ୍ଷ ସମୟରେ ପ୍ରତିଦିନ ଅଶ୍ବତଥ୍ ଗଛ ତଳେ ଦୀପ ଜାଳନ୍ତୁ । ଏହା ଦ୍ବାରା ପିତୃପୁରୁଷମାନେ ଖୁସି ହୁଅନ୍ତି । ଭଗବାନ ଏବଂ ଦେବୀମାନଙ୍କ ସହିତ ପିତୃପୁରୁଷମାନେ ମଧ୍ୟ ଅଶ୍ବତଥ୍ ଗଛରେ ରୁହନ୍ତି ବୋଲି ବିଶ୍ୱାସ ରହିଛି । ଯଦି ଆପଣ ଏହି ଗଛକୁ ପାଣି ଦିଅନ୍ତି ଏବଂ ପ୍ରତିଦିନ ଏକ ଘିଅ ଦୀପ ଜାଳନ୍ତି, ତେବେ ଆପଣ ତାଙ୍କ ଆଶୀର୍ବାଦ ପାଇବେ ।

ହିନ୍ଦୁ ଧର୍ମ ଅନୁସାରେ ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ । ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ । ଯାହା ଦ୍ୱାରା ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହୋଇଥାଏ । ବଡ଼ ଦେଉଳରେ ବାଇଶି ପାହାଚରେ ପିଣ୍ଡଦାନ କର୍ମ ବି ହୁଏ ।

Comments are closed, but trackbacks and pingbacks are open.