ହାଇବ୍ରିଡ ସୂର୍ଯ୍ୟପରାଗ କଣ? ଏହାକୁ ଆମେ କିପରି ପାଳନ କରିବା

47

ହାଇବ୍ରିଡ ସୂର୍ଯ୍ୟପରାଗ କଣ? ଏହାକୁ ଆମେ କିପରି ପାଳନ କରିବା

ଆଦିମ କାଳରୁ ଆକାଶର ଘଟଣା ସବୁ ମଣିଷକୁ ଆଶ୍ଚର୍ଯ୍ୟ ଚକିତ କରିଛି ଓ ଡରାଇଛି ମଧ୍ୟ । ତାର ଭୟ ମିଶା ଅଗ୍ରହରୁ ମଣିଷ ସେ ସବୁକୁ ଜାଣିବାକୁ ଚେଷ୍ଟା ମଧ୍ୟ କରିଛି । ସେମିତି ସୂର୍ଯ୍ୟ ପରାଗ ସହ ଅଛି ହାଇବ୍ରିଡ ସୂର୍ଯ୍ୟପରାଗ । ତାହା କଣ ଆମେ ତାକୁ କିପରି ମାନିବ । ଆସନ୍ତୁ ସେ ବିଷୟରେ ଜାଣିବା । ୨୦ ଏପ୍ରିଲରେ ହାଇବ୍ରିଡ ସୂର୍ଯ୍ୟପରାଗ ହେବ । ତେବେ କାହିଁକି ଏ ଭଳି ନାମକରଣ କରାଯାଇଛି ଆସନ୍ତୁ ଜାଣିବା । ଯଦି ଆପଣମାନେ ଏହି ସୂର୍ଯ୍ୟପରାଗକୁ ଦେଖି ନ ପାରିବେ ତାହାହେଲେ ଏଥିପାଇଁ ୨୦୩୧କୁ ଅପେକ୍ଷା କରିବାକୁ ପଡିବ ।

ତେବେ ଏହି ପରାଗ ଭାରତରେ ଦୃଶ୍ୟମାନ ହେବନି । ରାଷ୍ଟ୍ରୀୟ ପୁରସ୍କାର ବିଜେତା ବୈଜ୍ଞାନିକ ସାରିକ ଧାରୁଙ୍କ କହିବା ଅନୁସାରେ ଏଥର ୩ ପ୍ରକାରର ପରାଗ ଏକା ସମୟରେ ଦୃଶ୍ୟମାନ ହେବ । ସେଥିପାଇ ଏହାର ନାମ ଏ ଭଳି ରଖାଯାଇଛି । ଏହି ଶତାବ୍ଦୀରେ ପରୀକ୍ଷଣ ଅନୁସାରେ ୨୨୪ ସୂର୍ଯ୍ୟପରାଗ ହେବ । ତେବେ ୭ଥର ହାଇବ୍ରିଡ ପରାଗ ହେବ । ଏହା ପୂର୍ବରୁ ୩ ନଭେମ୍ବର ୨୦୧୩ରେ ଏହା ଦୃଶ୍ୟମାନ ହୋଇଥିଲା । ଏହି ଦୁର୍ଲଭ ସୂର୍ଯ୍ୟପରାଗ ପଶ୍ଚିମ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଗୋଲାର୍ଦ୍ଧରେ ଦେଖାଯିବ । ବଳୟାକାର ପରାଗକୁ ବିଶ୍ୱରେ ପାଖାପାଖି ୪ ଲକ୍ଷ ଲୋକ ଦେଖିବେ ।

ଅପରପକ୍ଷରେ ଆଂଶିକ ପରାଗ ୭୦ କୋଟିରୁ ଊର୍ଦ୍ଧ୍ୱ ଲୋକ ଦେଖିପାରିବେ । ସାରିକାଙ୍କ ଅନୁସାରେ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଚନ୍ଦ୍ର ରହିଲେ ସୂର୍ଯ୍ୟପରାଗ ହୋଇଥାଏ । ଯଦି ଚନ୍ଦ୍ର ଏହି ସମୟରେ ପୃଥିବୀର ନିକଟରେ ଥାଏ ତେବେ ପୂର୍ଣ୍ଣ ପରାଗ ହୋଇଥାଏ । ସେହିପରି ଦୂରରେ ଥିଲେ ଆଂଶିକ ପରାଗ ଦୃଶ୍ୟମାନ ହୁଏ । ଚନ୍ଦ୍ର ଯଦି ମଝି ମଝିଆ ସ୍ଥାନରେ ରୁହେ ତାହାହେଲେ ହାଇବ୍ରିଡ ପରାଗ ହୋଇଥାଏ । ଏଥର ସର୍ବାଧିକ ୧ ମିନିଟ ୧୪ ସେକେଣ୍ଡ ପର୍ଯ୍ୟନ୍ତ ଏହି ପରାଗ ହେବ ।

Comments are closed, but trackbacks and pingbacks are open.