ରୁଷ ଉପରେ ପାଶ୍ଚାତ୍ୟ ଦେଶର ପ୍ରତିବନ୍ଧକ ଲଗାଇବା’ଯୁଦ୍ଧ ସହ ସମାନ’: ରୁଷ ରାଷ୍ଟ୍ରପତି

16

ଋଷ- ୟୁକ୍ରେନ ଯୁଦ୍ଧ ର କରାଳ ବିଭୀଷିକା ମଧ୍ୟରେ ରୁଷଙ୍କୁ ବିରୋଧ କରୁଥିବା ରାଷ୍ଟ୍ରମାନଙ୍କୁ ନାଲି ଆଖି ଦେଖାଇଛନ୍ତି ଭ୍ଲାଦିମିର ପୁଟିନ I ୧୧ ଦିନରେ ଯୁଦ୍ଧ ପହଞ୍ଚିଥିବା ବେଳେ ବିଶ୍ୱର ଅର୍ଦ୍ଧାଧିକ ରାଷ୍ଟ୍ର ଋଷ ବିରୋଧରେ ସାଙ୍କସନ ଲଗାଇଛନ୍ତି ।ପାଲଟା ଜବାବ ରେ ରେ ସମଗ୍ର ବିଶ୍ୱକୁ ଚେତାବନୀ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ୨୧ଟି ୟୁରୋପୀୟ ରାଷ୍ଟ୍ର ଋଷକୁ ବିରୋଧ କରିବା ସହିତ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ପ୍ରେରଣ କରିଥିଲେ । ପାଶ୍ଚାତ୍ୟ ଦେଶ ବିରୋଧରେ ୠଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ରୁଷ ଉପରେ କଟକଣା ଲଗାଇବା ଯୁଦ୍ଧ ସହିତ ସମାନ । ଏହାର ପରିମାଣ ଅତ୍ୟନ୍ତ ଭୟଙ୍କର ହେବ ବୋଲି ପୁତିନ ପଶ୍ଚିମ ରାଷ୍ଟ୍ର ଗୁଡିକୁ ଚେତାବନୀ ଦେଇଛନ୍ତି । ୠଷ ବିରୋଧରେ ବିଭିନ୍ନ ପ୍ରତିବନ୍ଧ ଲଗାଇବା ପରେ ମସ୍କୋର ଆର୍ଥିକ ସ୍ଥିତି ପ୍ରଭାବିତ ହୋଇଛି । ସେହିପରି ଜାତିସଂଘରେ ମଧ୍ୟ ୠଷ ବିରୋଧରେ ଏକାଧିକ ଦେଶ ଏକାଠି ହୋଇଛନ୍ତି । ପାଶ୍ଚାତ୍ୟ ଦେଶ ପ୍ରତିବନ୍ଧ ଲଗାଇବା ଅର୍ଥନୈତିକ ଯୁଦ୍ଧ ସହିତ ସମାନ ବୋଲି ପୁଟିନ କହିଛନ୍ତି ।

Comments are closed, but trackbacks and pingbacks are open.