ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ନୂଆପଡ଼ା ଜିଲ୍ଲା ଗସ୍ତ

22

ଭୁବନେଶ୍ୱର : ଆଜି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ କୁମାର ତ୍ରିପାଠୀ ଦିନିକିଆ ନୂଆପଡ଼ା ଜିଲ୍ଲା ଗସ୍ତ କରିଛନ୍ତି I ସେଠାରେ ସେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ସେହି ସମୟରେ ନୂଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ସେ ଯୋଗ ଦେଇଥିଲେ I ଏହି ସମୟରେ ସେ ଉଦ୍ୟୋଗଗୁଡ଼ିକୁ କୃଷି କ୍ଷେତ୍ରରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହନ, ଉଦ୍ୟାନକୃଷି,ପିସିକଲଚର, ପଶୁପାଳନ, ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର, ଦକ୍ଷତା ବିକାଶରେ ଓର୍‌ମାସ୍‌ ଓ ମିଶନ ଶକ୍ତି କାର୍ଯ୍ୟ କରିବା ଏବଂ ପାରମ୍ପରିକ ବ୍ୟାଙ୍କ ଋଣ ସହାୟତାରୁ ଦୂରେଇ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରୁ ଲାଭ ଉଠାଇବାକୁ ସେ ଗୁରୁତ୍ୱ ଆରୋପ କରିଥିଲେ ।

ଏହା ସହିତ ନିକଟରେ ଆୟୋଜିତ ହୋଇଥିବା ମେକ୍‌ ଇନ୍‌ ଓଡ଼ିଶାର ନୂଆ ଶିଳ୍ପ ସଂକଳ୍ପ ଅନୁଯାୟୀ କାମ କରିବା ଉପରେ ସେ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରବର୍ତ୍ତାଇଥିଲେ । ଏହି ସମୀକ୍ଷା ବୈଠକରେ ଯୋଜନା ଓ ସଂଯୋଜନ ବିଭାଗ ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ଢୋଲକିଆ, ନୂଆପଡ଼ା ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସଏ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିବାହୀ ଶ୍ରୀ ଅଜିତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଶ୍ରୀ ତି୍ରପାଠୀ ସମସ୍ତ ଅଧିକାରୀମାନଙ୍କୁ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିବା ନିମନ୍ତେ ପରାମର୍ଶ ଦେଇ ଏହା ଦ୍ୱାରା ଜିଲ୍ଲାର ଦୃତ ବିକାଶ ସମ୍ଭବ ହୋଇପାରିବ ବୋଲି କହିଥିଲେ । ସମସ୍ତେ ଏକାକୀ କାର୍ଯ୍ୟ ନକରି ଏକ କ୍ଲଷ୍ଟର ଆପ୍ରୋଚରେ ବିଭିନ୍ନ ବିଭାଗ ମିଳିତ ଭାବେ କାର୍ଯ୍ୟ କଲେ ତା’ର ପ୍ରଭାବ ଅର୍ଥନୈତିକ ବିକାଶରେ ପ୍ରତିଫଳିତ ହେବ ।

ବିଶେଷ ଭାବେ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ବିଜୁ ଏକ୍ସ ପ୍ରେସ୍‌ ୱେ ର ଫ।ଇଦା ଉଠାଇବା ଏବଂ କ ଷୃିଭିତ୍ତିକ ଉଦ୍ୟୋଗ ପ୍ରତି ଅଧିକ ଆକୃଷ୍ଟ ହେବାକୁ ଜନସାଧାରଣଙ୍କୁ ବୁଝାଇବା ପାଇଁ ଅଧିକାରୀମାନଙ୍କୁ କହିଥିଲେ । ସେ ଏସବୁ କାର୍ଯ୍ୟରେ ସ୍ଥାନୀୟ ଜନପ୍ରତିନିଧି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ସଂସ୍ଥାଗୁଡ଼ିକୁ ସାମିଲ କରିବାକୁ ପରାମର୍ଶ ଦେିଥିଲେ । ସେ କୋମନା ବ୍ଲକ୍‌ର ଇଚ୍ଛାପୁରଠାରେ କରାଯାଇଥିବା ମିଲେଟ୍‌ ପ୍ରକ୍ରିୟାକରଣ ୟୁନିଟ୍‌, ଯାହା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରଦତ୍ତ ଆର୍ଥିକ ସହାୟତାରେ ଗଢ଼ିଉଠିଛି, ତା’ର ଉଦାହରଣ ଦେଇ ନୂଆପଡ଼ା ଜିଲ୍ଲା କୃଷି ଉଦ୍ୟୋଗ କ୍ଷେତ୍ରରେ ଯଥେଷ୍ଟ ସମ୍ଭାବନା ଥିବା ପ୍ରସଙ୍ଗ ଉତ୍‌ଥାପନ କରିଥିଲେ । ପରେ ସେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏବଂ ଜନପ୍ରତିନିଧିମାନଙ୍କ ସହ ବାର୍ତ୍ତାଳାପ କରିଥିଲେ ।

Comments are closed, but trackbacks and pingbacks are open.