ପଶ୍ଚିମବଙ୍ଗ ଏସଏସସି ସ୍କାମ: ନଗଦ ୨୧ କୋଟି ଟଙ୍କା, ୨୦ ଟି ମୋବାଇଲ ସହ ଟିଏମସି ମନ୍ତ୍ରୀ ଗିରଫ

25

ପ.ବଙ୍ଗ: ଶିକ୍ଷକ ନିଯୁକ୍ତି ରେ ବ୍ୟାପକ ଜାଲିଆତି I ଇଡି ହାତରେ ଧରାପଡ଼ିଛନ୍ତି ପ.ବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ I ଏହା ସହ ତାଙ୍କର ୧୩ ଘନିଷ୍ଠ ସହଯୋଗୀଙ୍କ ଉପରେ ଚଢ଼ାଉ ଜାରି ରଖିଛି ଇଡି । ଏଥିସହ ତାଙ୍କ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତI ମୁଖାର୍ଜୀ ଓ ସୁକାନ୍ତ ଆଚାର୍ଯ୍ୟ ଙ୍କୁ ମଧ୍ୟ ଗିରଫ କରାଯାଇଛି। ତେବେ ପାର୍ଥ ଚାଟାର୍ଜୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତ୍ରୀମଣ୍ଡଳର ପୂର୍ବତନ ଅର୍ଥ ମନ୍ତ୍ରୀ ଭାବେ ଦାୟିତ୍ୱରେ ଥିଲେ । ଶୁକ୍ରବାର ଦିନ ଇଡି ର ଚଢ଼ାଉ ବେଳେ ଅର୍ପିତI ମୁଖାର୍ଜୀଙ୍କ ଘରୁ ନଗଦ ୨୧ କୋଟି ଟଙ୍କା ଓ ୨୦ ଟି ମୋବାଇଲ ଫୋନ ଜବତ କରାଯାଇଛି I ଶିକ୍ଷକ ନିଯୁକ୍ତିରେ ପାର୍ଥଙ୍କ ଭୂମିକା ଥିବାରୁ ଶୁକ୍ରବାର ଇଡି ଅର୍ପିତାଙ୍କ ଘରେ ରେଡ୍‌ କରିଥିଲେ। ଏହି ସମୟରେ ତାଙ୍କ ଘରୁ ବିପୁଳ ମାତ୍ରାରେ ୫୦୦,୨୦୦୦ ଟଙ୍କାର ନୋଟ୍ ଜବତ ହୋଇଥିଲା I

ସୂଚନାନୁସାରେ ୨୦୧୭ ରେ ପ.ବଙ୍ଗ ରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଜାଲିଆତି ହୋଇଥିଲା I ସେତେବେଳେ ପାର୍ଥ ଚାଟାର୍ଜୀ ମମତାଙ୍କ କ୍ୟାବିନେଟ ରେ ଶିକ୍ଷା ମନ୍ତ୍ରୀ ଥିଲେ।

ଅର୍ପିତା ବେଙ୍ଗଲର କିଛି ସିରିୟଲରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସିନେମା ପରେ ଓଡ଼ିଆ ଇଣ୍ଡଷ୍ଟ୍ରୀରେ ତାଙ୍କର ଏଣ୍ଟ୍ରୀ ହୋଇଥିଲା। ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି, ସବ୍ୟସାଚ୍ଚୀ ମିଶ୍ର, ବୃଦ୍ଧାଦିତ୍ୟ ମହାନ୍ତି ଓ ଆକାଶ ଦାସନାୟକଙ୍କ ଭଳି ଅଭିନେତାଙ୍କ ସହ ସେ ଫିଲ୍ମ କରିଛନ୍ତି। ଅନୁଭବଙ୍କ ସହ ‘ମୁଁ କ’ଣ ଏତେ ଖରାପ’, ସବ୍ୟସାଚ୍ଚୀଙ୍କ ସହ ‘ତୋର ମୋର ଯୋଡ଼ି ସୁନ୍ଦର’, ବୃଦ୍ଧାଦିତ୍ୟଙ୍କ ସହ ପ୍ରେମ ରୋଗୀ ଓ ଆକାଶଙ୍କ ସହ ରାଜୁ ଆୱାର ଫିଲ୍ମରେ ସେ ନଜର ଆସିଥିଲେ।
ଏହ ବ୍ୟତୀତ ଇଡି ଏହି ମାମଲାରେ ଶିକ୍ଷା ରାଜ୍ୟମନ୍ତ୍ରୀ ପରେଶ ଅଧିକାରୀଙ୍କ କୁଚ ବିହାର ଜିଲ୍ଲା ସ୍ଥିତ ଘରେ ମଧ୍ୟ ଚଢ଼ଉ ହୋଇଛି । ପାର୍ଥ ଚାଟାର୍ଜୀ ଏବଂ ପରୋଶ ଅଧିକାରୀଙ୍କୁ ସିବିଆଇ ଏମଏସସି ନିଯୁକ୍ତି ଘୋଟାଲାରେ ପଚରାଉଚରା କରିଛି ।ତେବେ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ ଦୁର୍ନୀତି ଅଭିଯୁକ୍ତ ପାର୍ଥଙ୍କ ଘରେ ତଦନ୍ତକାରୀ ସଂସ୍ଥା ରେଡ୍ କରିଥିଲା ।

Comments are closed, but trackbacks and pingbacks are open.