ଜାତୀୟ ଲ’ ବିଶ୍ୱବିଦ୍ୟାଳୟରେ ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ୨.୦କୁ ସ୍ୱାଗତ

29

ଭୁବନେଶ୍ୱର: ରାଜ୍ୟରେ ୨୦୨୫ ସୁଦ୍ଧା ୫ ହଜାର ଷ୍ଟାର୍ଟଅପ୍ ପ୍ରତିଷ୍ଠା ହେବ । ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ୨.୦ ଏଥିରେ ପ୍ରମୁଖ ଓ ଅଭିନବ ଭୂମିକା ଗ୍ରହଣ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଶୁଭାରମ୍ଭ କରିବାର ପ୍ରାୟ ସପ୍ତାହ ପରେ ଷ୍ଟାର୍ଟ ଅପ୍ ଭ୍ୟାନ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ପହଞ୍ଚିଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବେଦକୁମାରୀ ଛାତ୍ର ଛାତ୍ରୀମାନେ ନୂତନ ଭାବନା ନେଇ ଷ୍ଟାର୍ଟଅପ୍ ପ୍ରତିଷ୍ଠା ପାଇଁ ବ୍ରତୀ ହେବା ସହ ସୁନାମ ଆଣନ୍ତୁ ବୋଲି ପ୍ରକାଶ କରିଛନ୍ତି ।
ଶୁକ୍ରବାର ଅପରାହ୍ନରେ ଷ୍ଟାର୍ଟ ଅପ୍ ଓଡ଼ିଶା ଭ୍ୟାନ୍ ନ୍ୟାସନାଲ ଲ ୟୁନିଭରସିଟିରେ ପହଞ୍ଚିବା ପରେ ସ୍ୱାଗତ କରାଯାଇଥିଲା । ଚାଛ୍ର ଛାତ୍ରୀଙ୍କ ସହ ବିଶ୍ୱବଦ୍ୟାଳୟର କୁଳପତି ପ୍ରଫେସର ବେଦକୁମାରୀ, ରେଜିଷ୍ଟ୍ରାର ପ୍ରଫେସର ଯୋଗେଶ ପ୍ରତାପ ସିଂ ଏବଂ ଅଧ୍ୟାପକ ଉପଦେଷ୍ଟା ସୁଶ୍ରୀ ମଧୁବ୍ରତ ରାୟସିଂହ, ଡ. ଇକ୍ସ ଆର୍ଯ୍ୟଲୋପା ମିଶ୍ର, ଡ. ସୁଦତ୍ତା ବାରିକ ଓ ଡକ୍ଟର ମାୟଙ୍କ ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ । ବିଶ୍ୱବଦ୍ୟାଳୟର ଇନୋଭେସନ୍ କାଉନସିଲ୍ ଓ ଲେକ୍ସଟେକ୍‌- ସେଣ୍ଟର ଫର୍ ଲ ଓ ଏଣ୍ଟରପ୍ରାଇଜର୍ସିପ୍ ଆଣ୍ଡ ଇନୋଭେସନ୍ ଦ୍ୱାରା ଏକ ଛୋଟ ସ୍ୱାଗତ ସଭା ଆୟୋଜିତ ହୋଇଥିଲା । କୁଳପତି ପ୍ରଫେସର ବେଦକୁମାରୀ ଛାତ୍ର ଛାତ୍ରୀମାନଙ୍କୁ ଅଭିନବ ଷ୍ଟାଟ ଅପ୍ ପ୍ରତିଷ୍ଠା କରି ନିଜ ସହ ରାଜ୍ୟ ତଥା ଦେଶର ସୁନାମ ଆଣନ୍ତୁ ବୋଲି ପ୍ରେରଣା ଦାୟୀ ଭାଷଣ ଦେଇଥିଲେ ।
ଉଲ୍ଲେଖନୀୟ ଯେ, ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ୨.୦ର ଗି ଅଗଷ୍ଟ ୨୫ରେ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହଥିଲେ, ସମଗ୍ର ୩୦ ଜିଲ୍ଲାର ଥିବା ୧୦୦ ଶିକ୍ଷାନୁଷ୍ଠାନରେ ହେବ ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା । ତାହା ଧାର୍ଯ୍ୟ ୬୦ ଦିନରେ ଶେଷ ହେବ । ଏହା ଦ୍ୱାରା ଯୁବ ଓ ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ମିଳିବ । ସେମାନଙ୍କ ମନରେ ଔଦ୍ୟୋଗିକ ଚେତନା ଆସିପାରିବ ।

Comments are closed, but trackbacks and pingbacks are open.