WEIGHT LOSS :ପେଟର ଚର୍ବି କମାଇବା ପାଇଁ ପିଅନ୍ତୁ ଏହି ୬ ପ୍ରକାର ପାନୀୟ

130

ଓଜନ ବଢିଲେ , ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟି ଥାଏ I ଓଜନ ବଢିଲେ ଶରୀରରେ ମୁଖ୍ୟ ସମସ୍ୟା ହେଉଛି ପେଟର ଚର୍ବି I ଏହି କାରଣରୁ ପୋଷାକ ପରିପାଟୀରେ ମଧ୍ୟ ଭଲ ଦେଖା ଯାଇ ନ ଥାଏ I ଏହି ପରିସ୍ଥିତିରେ ପେଟ ର ଚର୍ବି କମାଇବା ମୁଖ୍ୟ ସମସ୍ୟା ପାଲଟି ଥାଏ I ଆସନ୍ତୁ ଜାଣିବା କିଛି ଘରୋଇ ଉପାୟରେ କିପରି ଭାବରେ ପେଟ ର ଚର୍ବି କମା ଯାଇ ପାରିବ I

ଏହି ୬ ଟି ପାନୀୟ ପିଇ ପେଟର ଚର୍ବି ହ୍ରାସ କରନ୍ତୁ
ପେଟର ଚର୍ବି ହ୍ରାସ କରିବା ସବୁଠାରୁ କଷ୍ଟସାଧ୍ୟ କାର୍ଯ୍ୟ ଏବଂ ଏହା କରିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡେ କିନ୍ତୁ ଏହା ହୋଇପାରିବ I କେବଳ ଗୋଟିଏ ଅଭ୍ୟାସ କରି ଠିକ ସମୟରେ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଚର୍ବି ନିୟନ୍ତ୍ରଣରେ ରହିଥାଏ I ତେବେ ଚର୍ବିକୁ ନିୟନ୍ତ୍ରଣ ରେ ଏପରି ପରିସ୍ଥିତିରେ, ପେଟର ଚର୍ବି ହ୍ରାସ କରିବାରେ କେଉଁ ପାନୀୟ ଆପଣଙ୍କୁ ସାହାଯ୍ୟ କରିପାରିବ ଆସନ୍ତୁ ଜାଣିବା | ତୁମର ଚର୍ବି କମାଇବା ପାଇଁ ତୁମେ ଘରେ ରଖାଯାଇଥିବା ଜିନିଷ ଖାଇ ପାରିବ |

୧-କଫି ସହ ଲେମ୍ବୁ :
ଆପଣ ସକାଳେ ଉଠି ପ୍ରଥମେ ଏକ ଗ୍ଲାସ ଉଷୁମ ପାଣି ରେ ଏକ ଚାମଚ ଲେମ୍ବୁ ରସ ସହିତ ଅଳ୍ପ କଫି ପାଉଡର ମିଶାଇ ପିଇ ପାରିବେ I ପ୍ରାୟ ଏକ ମାସ ଭିତରେ ଏହା ପେଟ ର ଚର୍ବି କୁ କମାଇଥାଏ I ଏହା ସହିତ ଶାରୀରିକ ବ୍ୟାୟାମ କିମ୍ବା ମର୍ନିଙ୍ଗ ୱାକ କରନ୍ତୁ I

୨ . ଗ୍ରୀନ୍ ଟି
ଆପଣ ଦିନକୁ ଦୁଇଥର, ଥରେ ସକାଳେ ଏବଂ ସନ୍ଧ୍ୟାରେ କିମ୍ବା ରାତିରେ ଗ୍ରୀନ୍ ଟି ପିଇବା ଜରୁରୀ I କିନ୍ତୁ ଏହାକୁ ଖାଲି ପେଟରେ ନ ପିଇ ଖାଦ୍ୟ ଖାଇ ସରିଲା ପରେ ପିଇବେ ଇ ଖାଲି ପେଟରେ ଗ୍ରୀନ ଟି ପିଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ଏହା ଗ୍ୟାସ ସମସ୍ୟାକୁ ଉତ୍କଟ କରିଥାଏ ଇ ସେହିଭଳି ଏହାକୁ କେବଳ ଦିନକୁ ଦୁଇଥର ପିଅନ୍ତୁ I ଏହାକୁ ପିଇବା ଦ୍ୱାରା ଆପଣଙ୍କ ପେଟକୁ ସଫା ସହିତ ହଜମ ପ୍ରକ୍ରିୟାକୁ ମଧ୍ୟ ବଢ଼ାଇଥାଏ I ଆପଣଙ୍କ ପେଟରେ ଗଚ୍ଛିତ ଚର୍ବି କୋଷରୁ ଚର୍ବିକୁ ବାହାର କରିଥାଏ I

୩ . ମହୁ ଏବଂ ଡାଲଚିନି ଗୁଣ୍ଡ
ଡାଲଚିନି ଆପଣଙ୍କ ଶରୀରର ମେଟାବୋଲିଜିମ୍ ରେ ଉନ୍ନତି ଆଣେ ଏବଂ ଓଜନ ହ୍ରାସ କରିବାରେ ବହୁତ ପ୍ରଭାବଶାଳୀ I ସକାଳେ ୧ ଗ୍ଲାସ ଗରମ ପାଣିରେ ୧ ଚାମଚ ମହୁ ଏବଂ ଡାଲଚିନି ଗୁଣ୍ଡ ମିଶାଇ ଏହାକୁ ମିଶାଇ ପିଅନ୍ତୁ, ଏହା କେବଳ ଆପଣଙ୍କ ଓଜନ ହ୍ରାସ କରିବ ନାହିଁ ବରଂ ବହୁତ ଜଲ୍ଦି ଚର୍ବି ମଧ୍ୟ ହ୍ରାସ କରିଥାଏI

୪. ସପୁରି ରସ
ଯଦି ବଜାର ରେ ସପୁରି ମିଳୁଥାଏ ,ତେବେ ସପୁରି ରସ ଆପଣ ସକାଳେ ଖାଲି ପେଟରେ ପିଇ ପାରିବେ I ଏହା ମଧ୍ୟ ଆପଣଙ୍କ ପେଟର ଚର୍ବି ହ୍ରାସ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ଜଣାଯାଇଥାଏ I ବାସ୍ତବରେ ଏଥିରେ ବ୍ରୋମେଲାଇନ୍ ନାମକ ଏକ ଗୁରୁତ୍ୱପୂର୍ଣ୍ଣ ଏନଜାଇମ୍ ରହିଥାଏ ଯାହା ଆପଣଙ୍କର ମେଟାବୋଲିଜିମ୍ ରେ ଉନ୍ନତି ଆଣିଥାଏ ଏବଂ ଆପଣଙ୍କ ପେଟର ଚର୍ବିକୁ ଦୂର କରିଥାଏ I

୫.ପୁଦିନା ରସ
ପୁଦିନା ରସ ହଜମ ପ୍ରକ୍ରିୟା କୁ ବଢ଼ାଇ ଥାଏ I ପୁଦିନା ରସ ଆପଣଙ୍କ ପେଟରେ ଚର୍ବିକୁ ହ୍ରାସ କରିବାରେ ବିଶେଷ ସାହାଯ୍ୟ କରିଥାଏ I ଏହାକୁ ଖାଲି ପେଟରେ ନ ପିଇ ଖାଇ ସାରିବା ପରେ ଏକ ଚାମଚ ତାଜା ପୁଦିନା ରସ ପିଇଲେ ପେଟରେ ଚର୍ବି କମି ଥାଏ I

୬ . ଜୁଆଣି ପାଣି
ଜୁଆଣି ପାଣି ମଧ୍ୟ ଆପଣଙ୍କ ପେଟ ପାଇଁ ବହୁତ ଭଲ, ଏହା ଆପଣଙ୍କ ପେଟର ଚର୍ବିକୁ ହ୍ରାସ କରିଥାଏ I ଯଦି ଆପଣ ଏହାକୁ ପ୍ରତିଦିନ ପିଅନ୍ତି , ତେବେ ଆପଣଙ୍କର ପେଟର ଅତିରିକ୍ତ ଚର୍ବି କମାଇ ଥାଏ I ଏକ ଚାମଚ ଜୁଆଣି କୁ ରାତିରେ ଏକ ଗ୍ଲାସ ପାଣିରେ ବତୁରାଇ ରଖନ୍ତୁ I ପରଦିନ ଖାଦ୍ୟ ଖାଇ ସାରିବା ପରେ ଏହାକୁ ଅଳ୍ପ ଅଳ୍ପ କରି ପିଅନ୍ତୁ I ଏହା ପେଟରେ ଗ୍ୟାସ ଏସିଡ଼ିଟି ସମସ୍ୟା କୁ ଦୂର କରିବା ସହିତ ଚର୍ବି ହଟାଇବାରେ ସାହାଯ୍ୟ କରି ଥାଏ I
ଏ ସବୁ ସହିତ ଖାଦ୍ୟ ପେୟ ର ସନ୍ତୁଳନ ଏବଂ ଶାରୀରିକ ବ୍ୟାୟାମ ନିହାତି ଆବଶ୍ୟକ I

Comments are closed, but trackbacks and pingbacks are open.