ମେ ୨ ତାରିଖ ଯାଏଁ କାଳବୈଶାଖୀ ବର୍ଷା…

84

ଭୁବନେଶ୍ୱର : ଗତକାଲି ଅପରାହ୍ନରୁ କେତେକ ଜିଲ୍ଲାରେ ଆରମ୍ଭ ହୋଇଛି କାଳବୈଶାଖୀ ବର୍ଷା । ଅସହ୍ୟ ତାତି ଓ ଗରମରୁ ମିଳିଛି ଟିକେ ଆଶ୍ବସ୍ତି | ଏହା ଆସନ୍ତା ମେ ୨ ତାରିଖ ଯାଏଁ ଚାଲିବ। ବର୍ଷା ସହ କେତେକ ସ୍ଥାନରେ ବିଜୁଳି ଘଡଘଡି ଏବଂ କୁଆପଥର ମାଡ଼ର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗରୁ ସୂଚନା ମିଳିଛି | ମଙ୍ଗଳବାର ୫ ଜିଲ୍ଲା ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ବିଜୁଳି, ଘଡଘଡି ସହ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଗତକାଲି ଟ୍ବିନ୍‌ ସିଟି କଟକ ଓ ଭୁବନେଶ୍ୱରରେ ମଧ୍ୟ ବିଜୁଳି, ଘଡ଼ଘଡ଼ି ସହ ଝଟ୍‌କା ପବନ ଲୋକଙ୍କୁ ଭୟଭୀତ କରିଥିଲା। ୬୦ରୁ ୭୦ କିମି ବେଗରେ ପବନ ବହିବା ସହ ପ୍ରବଳ ବର୍ଷିଥିଲା। କେତେକ ସ୍ଥାନରେ କୁଆପଥର ବର୍ଷା ହେବା ସହ ଗଛ ଡାଳପଡି ଏବଂ ବିଦ୍ୟୁତ ଖୁଣ୍ଟ ଉପୁଡି ଯାଇ କିଛି ସମୟପାଇଁ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା ।

Comments are closed, but trackbacks and pingbacks are open.