ମଧୁମେହରେ ଚିନା ବାଦାମ ଖାଇ ପାରିବା

17

ଚିନାବାଦାମ ଖାଇବାକୁ ମିଠା ଲାଗେ ଇ ଡାଇବେଟିସ ରେ ମିଠା ଖାଇବା ଵିଶ୍ଵାସ୍ଥ୍ୟ ପାଖେୟା ଅତ୍ୟନ୍ତ କ୍ଷତି କାରକ ହୋଇ ଥାଏ ଇ ସେହିପରି ଡାଇବେଟିସ ଲକ୍ଷଣରେ ସ୍ୱତନ୍ତ୍ର ଖାଦ୍ୟ ତାଲିକା ଅନୁସାରେ ଖାଦ୍ୟ ଗ୍ରହଣ କରାଯାଇଥାଏ I କାରଣ ସେମାନଙ୍କ ଶରୀରରେ ରକ୍ତରେ ଶର୍କରା ପରିମାଣ ବଢିବା ର ସମ୍ଭାବନା ଥାଏ I ଯେ ପରିକି କୌଣସି ମାଟି ତଳ ପନି ପରିବା ବା ଫଳ ମୂଳ ଖାଇବା ବାରଣ ଆଛି I ସେହିଭଳି ଚୀନ ବାଦାମ ମଧ୍ୟ ମାଟିତଳେ ଫଳିଥାଏ ତେବେ ଏହାକୁ ମଧୁମେହ ଲକ୍ଷଣରେ ଖାଇ ହେବକି ନାହିଁ ଆସନ୍ତୁ ଜାଣିବା I

ସ୍ୱାସ୍ଥ୍ୟ ପାଇଁ ଉପକାରୀ ପୋଷକ ତତ୍ତ୍ୱ I
ଡାକ୍ତରଙ୍କ କହିବାନୁସାରେ, ଚିନା ବାଦାମ ରେ ସନ୍ତୁଳିତ ପୋଷାକ ତତ୍ତ୍ୱ ରହିଥାଏ ଏବଂ ଏଥିରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ସ୍କୋର ଥାଏ ତେଣୁ ଏହାକୁ ଅଳ୍ପ ପରିମାଣ ରେ ଖାଇଲେ ଲାଭଦାୟକ ହୋଇଥାଏ I କିନ୍ତୁ ମନେ ରଖନ୍ତୁ ଚିନା ବାଦାମ ରୁ ପ୍ରସ୍ତୁତ ଦ୍ରବ୍ୟ ଯଥା ,ବରଫି ,କେକ,ବାଦାମ ସେକ କିମ୍ବା ପିଠା ମୋଟେ ଖାଆନ୍ତୁ ନାହିଁ ଆପଣଙ୍କର ସୁଗାର ବଢି ପାରେ I କେବଳ ଭଜା ବାଦାମ କିମ୍ବା ବତୁରା ବାଦାମ ରେ ଯେତିକି ପରିମାଣରେ ପୋଷାକ ତତ୍ତ୍ୱ କିମ୍ବା ମିଠା ଅଛି ଏତିକି ଜଣେ ସୁସ୍ଥ ଲୋକ ପାଇଁ ମଧ୍ୟ ଯଥେଷ୍ଟ ହୋଇଥାଏ ଇ ସେହିଭଳି ଚି଼ବାଦାମ ରେ ସୁସ୍ଥ ଚର୍ବି, ପ୍ରୋଟିନ୍, ଆଣ୍ଟିଅକ୍ସିଡାଣ୍ଟ, କାର୍ବସ୍, ଆଇରନ୍, ମ୍ୟାଗ୍ନେସିୟମ୍, ଫସଫରସ୍, ପୋଟାସିୟମ୍, ସୋଡିୟମ୍, ଜିଙ୍କ, ଭିଟାମିନ୍ ବି, ନିୟାସିନ୍ ଏବଂ ଫୋଲେଟ୍, ଭିଟାମିନ୍ ଇ ଥାଏ I ଡାଇବେଟିକ ଲକ୍ଷଣ ରେ କ୍ଷୀର ରେ ମଧ୍ୟ ବାଦାମ ଖାଆନ୍ତୁ ନାହିଁ I ଏଥିରେ ଅନ୍ୟ କୌଣସି ପ୍ରୋଟିନ କିମ୍ବା ଚିନି ଜାତୀୟ ମିଶାଇ ଖାଦ୍ୟ ପ୍ରସ୍ତୁତୁ କଲେ ଏହା ଡାଇବେଟିକ ମାନଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତି କାରକ ହୋଇଥାଏ I

ମଧୁମେହ ସମସ୍ୟାରେ ଚିନା ବାଦାମ ଖାଇବା ଲାଭଦାୟକ ଅଟେ
ମଧୁମେହ ରୋଗୀଙ୍କୁ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ସହିତ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଛି I ଶରୀରରେ ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣ କରିବା ପାଇଁ ଗ୍ଲାଇସେମିକ୍ ଇଣ୍ଡେକ୍ସ କାମ କରେ I ତେଣୁ ମଧୁମେହ ଜନିତ ସମସ୍ୟାରେ କମ ପରିମାଣରେ ଚିନା ବାଦାମ ଖାଇବା ଉପକାରୀ ହୋଇଥାଏ I ଏଥିରେ ଗ୍ଲାଇସେମିକ୍ ଇଣ୍ଡେକ୍ସ କମ୍ ଥାଏ I ଏହା ବ୍ୟତୀତ ଚିନାବାଦାମ ରେ ଥିବା ପୁଷ୍ଟିକର ଖାଦ୍ୟ ମାଙ୍ଗାନିଜ୍ ଇତ୍ୟାଦି ମଧୁମେହ ପାଇଁ ଉପକାରୀ ହୋଇଥାଏ I

ଏହା ସହିତ ଯଦି ଆପଣଙ୍କର ଟାଇପ୍ ୨ ଡାଇବେଟିସ୍ ଅଛି, ତେବେ ଅଳ୍ପ ପରିମାଣରେ ଚିନା ବାଦାମ ଖାଆନ୍ତୁ I ଏଥିରେ ର GI (ଗ୍ଲାଇସେମିକ୍ ଇଣ୍ଡେକ୍ସ) ୧୩% ଏବଂ ଏହାକୁ କମ୍ GI (ଗ୍ଲାଇସେମିକ୍ ଇଣ୍ଡେକ୍ସ) ବୋଲି ଧରାଯାଏ , କିନ୍ତୁ ଏହାକୁ ଅଧିକ ମାତ୍ରାରେ ଖାଇବା ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ କ୍ଷତିକାରକ I

ତେବେ ଡାକ୍ତର ଙ୍କ କହିବା ଅନୁସାରେ ମଧୁମେହ ଶରୀରରେ ଅଛି କି ନାହିଁ ଜାଣିବା ପାଇଁ ଆପଣ ସୁଗାର ଟେଷ୍ଟ ସମୟରେ TG ଅର୍ଥାତ ଟ୍ରାଇ ଗ୍ଲିସେରାଇଡ ଟେଷ୍ଟ କରନ୍ତୁ ଏଥିରେ ଆପଣ ୩ ମାସର ଶରୀରରେ ଗ୍ଲୁକୋଜ ସ୍ତର ବଢିଛି କି ନାହିଁ ଜାଣି ପାରିବେ I ଗୋଟିଏ ଦିନ ର ଟେଷ୍ଟ କିମ୍ବା ସାପ୍ତାହିକ ଟେଷ୍ଟ ରିପୋର୍ଟ ଅନୁସାରେ ଡାଇବେଟିସ ଲକ୍ଷଣ କୁ ଧରାଯାଏ ନାହିଁ I କାରଣ ଯେଉଁ ଦିନ ଭୋଜି ରେ ମିଠା କିମ୍ବା ରେଡ ମିଟ ବା ମଟନ ଖାଇଥିଲେ ମଧ୍ୟ ଏକ ସପ୍ତାହ ଭିତରେ ଶରୀରରେ ଗ୍ଲୁକୋଜ ସ୍ତର ଅଧିକ ଦେଖାଇ ଥାଏ ଏବଂ କ୍ରମେ ଏହା ପୁଣି ସ୍ୱାଭାବିକ ସ୍ତର କୁ ଆସି ଯାଇ ଥାଏ I ତେବେ ମଧୁମେହ ରେ ଚିନ୍ତିତ ନ ହୋଇ ଆପଣ ସଠିକ ଭାବରେ ଜୀବନ ଶୈଳୀ ଆରମ୍ଭ କରନ୍ତୁ I ପ୍ରତିଦିନ ରୁଟିନ ଅନୁସାରେ କିଛି ସମୟ ଚାଲନ୍ତୁ ଏବଂ ସଠିକ ଉପାୟରେ ମାଣ୍ଡୁକାସନ କରନ୍ତୁ I

Leave A Reply

Your email address will not be published.