‘ଆମେ ଅପେକ୍ଷା କରିଛୁ ଇମ୍ରାନ ଖାଁ କେବେ ଆତ୍ମହତ୍ୟା କରିବେ ‘ ଜାଣନ୍ତୁ କିଏ ଏ ପରି କହିଲେ

16

ପାକିସ୍ତାନ ନେତା ମାନଙ୍କର ଗୃହ କନ୍ଦଳ ନିଜ ଉପରେ ଭାରି ପଡୁଛି । କିଛି ଦିନ ପୂର୍ବରୁ ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ ଅଲଜଜୀରା ଟେଲିଭିଜନ କୁ ସାକ୍ଷାତ କାର ଦେଇ କହିଥିଲେ କି ,ପାକିସ୍ତାନ ର ବର୍ବାଦ ମୂଳରେ ଭୁଟ୍ଟୋ ଏବଂ ନୱାଜ ସରିଫଂ ପରିବାର ଦାୟୀ ବୋଲି I ଏହାର ଜବାବ ରେ ବର୍ତ୍ତମାନ ଲଣ୍ଡନ ରେ ଚିକିତ୍ସିତ ହେଉଥିବା ପୂର୍ବତନ ପ୍ରଧାନ ମନ୍ତ୍ରୀ ନୱାଜ ସରିଫଂ ଇମ୍ରାନ ଖାନଙ୍କୁ କଟୁ ମନ୍ତବ୍ୟରେ କରି କହିଛନ୍ତି ‘ଆମେ ଅପେକ୍ଷା କରିଛୁ ଇମ୍ରାନ ଖାନ କେବେ ଆତ୍ମହତ୍ୟା କରିବେ ‘ ତେବେ ଇମ୍ରାନ ଖାଁ ଆତ୍ମହତ୍ୟା କରନ୍ତୁ ବୋଲି ଚାହୁଁଛନ୍ତି ନୱାଜ ସରିଫ। ଗୁରୁବାର ଦିନ ଲାହୋରରେ ଆୟୋଜିତ ପାକିସ୍ତାନୀ ମୁସଲିମ୍ ଲିଗ୍-ନୱାଜର ଏକ ବୈଠକ କୁ ଭିଡିଓ ଲିଙ୍କ୍ ଜରିଆରେ ସମ୍ବୋଧିତ କରି ସେ ଏହା କହିଥିଲେ।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଇମ୍ରାନ ସାଧାରଣ ଲୋକଙ୍କ ଭୋଟରେ ନୁହେଁ ବରଂ ସାମରିକ ପ୍ରତିଷ୍ଠାନ ସାହାଯ୍ୟରେ କ୍ଷମତାକୁ ଆସିଛନ୍ତି। ୭୧ ବର୍ଷିୟ ନୱାଜ ସରିଫଂ ନଭେମ୍ବର ୨୦୧୯ରୁ ସେ ଲଣ୍ଡନରେ ରହି ଆସୁଛନ୍ତି । ତାଙ୍କୁ ଲାହୋର ହାଇକୋର୍ଟ ଚିକିତ୍ସା ପାଇଁ ଚାରି ସପ୍ତାହ ବିଦେଶ ଯିବାକୁ ଅନୁମତି ଦେଇଥିଲେ, କିନ୍ତୁ ସେ ସେଠାରୁ ଆଉ ଫେରି ନଥିଲେ। ପାକିସ୍ତାନର ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରି ନୱାଜ ସରିଫ କହିଛନ୍ତି, କ୍ରିକେଟ ଜଗତରୁ ରାଜନୀତି ଦୁନିଆରେ ପାଦ ଦେଇଥିବା ଇମ୍ରାନ ଖାନ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିକୁ (IMF) ଯିବା ପରିବର୍ତ୍ତେ ଆତ୍ମହତ୍ୟା କରିବେ ବୋଲି କହୁଥିଲେ। ତେଣୁ ସେ କେବେ କରିବେ ତାହା ଦେଖିବା ପାଇଁ ଆମେ ଅପେକ୍ଷା କରିଛୁ । ଏହାକୁ ନେଇ ସରିଫ ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ‘କାଠ ପୁତଲୀ ’ ସମାନ କରାଯାଉଥିବା ବେଳେ,ଆମେରିକା କହିଛି ଇମ୍ରାନ ଖାଁ ଙ୍କର ମେୟର ହେବ ପାଈଁ ମଧ୍ୟ ଯୋଗ୍ୟତା ନାହିଁ ଅର୍ଥାତ ମେୟର ତୁଳନାରେ କମ୍ ଅଧିକାର ବୋଲି କୁହାଯାଏ। ଏହାର କାରଣ ହେଉଛି ଯେ ପୁରା ବିଶ୍ବ ଜାଣେ ତାଙ୍କର କ୍ଷମତାକୁ ।

ଏଭଳି ପରିସ୍ଥିତିରେ, ବର୍ତ୍ତମାନ ସେ ନିଜେ ଦେଶକୁ ଋଣ କରଜରେ ବୁଡ଼ାଇ ଦେଇଛନ୍ତି । ଏହାକୁ ଦେଖି ବିରୋଧୀମାନେ ତାଙ୍କୁ ଟାର୍ଗେଟ କରିବାର ସୁଯୋଗ ପାଇଛନ୍ତି। ଏହି କାରଣ ହେଉଛି ସରିଫ ତାଙ୍କ ପୁରୁଣା ବିବୃତ୍ତି ଆଧାରରେ ତାଙ୍କୁ ଟାର୍ଗେଟ୍‌ କରୁଛନ୍ତି। ସରିଫ କହିଛନ୍ତି ଯେ ଇମ୍ରାନ ଖାନ ଆଇଏମଏଫକୁ ଯିବା ପରିବର୍ତ୍ତେ ଆତ୍ମହତ୍ୟା କରିବେ ବୋଲି କହୁଥିଲେ। ଏଥିପାଇଁ ଆମେ ଅପେକ୍ଷା କରିଛୁ ସେ କେତେବେଳେ ଆତ୍ମହତ୍ୟା କରିବେ ।

Leave A Reply

Your email address will not be published.