ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ; କଳାଟଙ୍କା ଓ ମଦ ବ୍ୟବହାର ରୋକିବାକୁ ଗୁରୁତ୍ୱ– ଇସିଆଇ

139

ଭୁବନେଶ୍ୱର : ନିର୍ବାଚନ ପାଇଁ ଆମେ ପୁରା ପ୍ରସ୍ତୁତ କହିଲେ ଭାରତୀୟ ନିର୍ବାଚନ କମିଶନ । ସମୀକ୍ଷା ପରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୂଚନା ଦେଇଛନ୍ତି । ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ବୋଲି କହିଛନ୍ତି । ନିର୍ବାଚନ ପରିଚାଳନା ପାଇଁ ସମସ୍ତ ପ୍ରସ୍ତୁତି ପର୍ବ ସରିଯାଇଛି ବୋଲି ସୂଚନା ଦେଇଛନ୍ତି । ସବୁ ଭୋଟର ଆସନ୍ତୁ ଗଣତନ୍ତ୍ର ମହାପର୍ବରେ ସାମିଲ ହୁଅନ୍ତୁ ବୋଲି କହିଲେ । ଓଡିଶାରେ ମୋଟ ୩ କୋଟି ୩୨ ଲକ୍ଷ ଭୋଟର ଭୋଟ ଦେବେ ବୋଲି କହିଛନ୍ତି । ମୋଟ ୩୭ , ୮୦୯ ବୁଥରେ ଭୋଟ ୨୨ , ୬୮୫ ରେ ୱେବକାଷ୍ଟିଂ ହେବ ବୋଲି କହିଲେ ।

୪ ହଜାର ବୁଥରେ କେବଳ ମହିଳା ଅଧିକାରୀ ନିୟୋଜିତ ହେବେ । କେଉଁଠି କିଛି ଗଡବଡି ହେଲେ ଲୋକେ କମିଶନଙ୍କୁ ଜଣାଇପାରିବେ ବୋଲି କହିଛନ୍ତି  । ନାମ ଗୋପନ ରଖି କମିଶନଙ୍କୁ ଅଭିଯୋଗ କରିପାରିବେ ଲୋକେ  ବୋଲି ମତ ଦେଇଛନ୍ତି ।  ଯେଉଁଠୁ ଅଭିଯୋଗ ଆସିବ ୧୦୦ ମିନିଟ ଭିତରେ ଆମେ ପହଁଞ୍ଚିବୁ ବୋଲି କହିଲେ । ସି – ଭିଜିଲ୍ ଜରିଆରେ ହିଂସାକାଣ୍ଡ , ବୁଥରେ ଗଣ୍ଡୋଗୋଳ ଉପରେ ନଜର ରହିବ । ସି – ଭିଜିଲ୍ ଆପ ଜରିଆରେ ଅଭିଯୋଗ ଜଣାଇ ପାରିବେ ଲୋକେ । ନିର୍ଦ୍ଦିଷ୍ଟ ଜାଗାରେ ସଭା ପାଇଁ ଯିଏ ପ୍ରଥମେ ଆବେଦନ କରିବ ତାକୁ ମିଳିବ । ଅପରାଧିକ ମାମାଲା ଥିଲେ ୩ ଥର ବିଜ୍ଞାପନ ଦେଇ ଜଣାଇବେ ପ୍ରାର୍ଥୀ ।

ନିର୍ବାଚନ ନେଇ ଜିଲ୍ଲାପାଳ ଏବଂ ଏସ୍‌ପି ମାନଙ୍କୁ ଇସିଆଇ କଡା ନିର୍ଦ୍ଦେଶ ଦେଇଛନ୍ତି । ସବୁ ରାଜନୈତିକ ଦଳ ପ୍ରତି ସମାନ ମନୋଭାବ ପୋଷଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିରପେକ୍ଷ , ସ୍ୱଚ୍ଛ ଏବଂ ସବୁ ରାଜନୈତିକ ଦଳର ଅଭିଯୋଗ ଶୁଣିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିରପେକ୍ଷ ଓ ଶୃଙ୍ଖଳିତ ନିର୍ବାଚନ ପରିଚାଳନା ପାଇଁ କହିଲେ ଇସିଆଇ । ପେଡ୍ ନ୍ୟୁଜ୍ ପାଇଁ କଡା କାର୍ଯ୍ୟନୁଷ୍ଠାନ ହେବ କହିଲେ ଇସିଆଇ । ପେଡ୍ ନ୍ୟୁଜ୍ ଅଭିଯୋଗ ଆସିଲେ ଏକ ସ୍ୱତନ୍ତ୍ର କମିଟି ତଦନ୍ତ କରିବ । ଅଭିଯୋଗ ସତ ହୋଇଥିଲେ , ସମସ୍ତ ଖର୍ଚ୍ଚ ଉକ୍ତ ପ୍ରାର୍ଥୀଙ୍କ ନାଁରେ ଯିବ ।

Comments are closed, but trackbacks and pingbacks are open.