ଅଫିସ୍‌ରେ ବସ୍‌ ରାଗୀ ଥିଲେ

188

ସାଧାରଣତଃ ଜଣେ କଠୋର ଏବଂ ରାଗୀ ବସ୍‌ ସହିତ କାମ କରିବା ସହଜ ହୋଇନଥାଏ । ଅନୁସନ୍ଧାନରୁ ଜଣାପଡିଛି ଯେ, ଯେଉଁମାନେ ଖରାପ ବସ୍‌ ସହିତ କାମ କରନ୍ତି, ସେମାନେ ପ୍ରାୟତଃ ଉଦାସୀନତା, ଚାପ, ଚିନ୍ତାରେ ରହିଥାନ୍ତି । ଯଦି ଆପଣ କୌଣସି କାରଣରୁ ଚାକିରି ଛାଡି ପାରିବେ ନାହିଁ, ତେବେ ଆପଣ ଏପରି କିଛି ଉପାୟ କରିପାରିବେ ଯେଉଁଥିରେ ଆପଣ କାମ ସହଜ ହେବା ସହ କମ୍‌ ସମସ୍ୟାର ସମ୍ମୁଖୀନ ହେବେ । ଏପରି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଏହି ଚାରୋଟି ପଦକ୍ଷେପ ନିଆଯାଇପାରେ …

-କେତକ ମାଲିକ ମତାମତ ନେବାକୁ ଅନିଚ୍ଛା ପ୍ରକାଶ କରନ୍ତି । ସେ ତାଙ୍କର ବିଫଳତା ଶୁଣିବାକୁ ଚାହାଁନ୍ତି ନାହିଁ । ତେଣୁ ଆପଣ ଯାହା ଚାହୁଁଛନ୍ତି ତାହାକୁ ସ୍ପଷ୍ଟ ଭାବରେ ଅନୁରୋଧ କରନ୍ତୁ ଏବଂ କେବଳ କାମ ସହ ଜଡ଼ିତ ସାହାଯ୍ୟ ସମ୍ପର୍କରେ କୁହନ୍ତୁ ଯେ ଏହାଦ୍ୱାରା ସଂସ୍ଥାକୁ କି ଲାଭ ମିଳିପାରିବ ।
-ଯଦି ବସ୍‌ଙ୍କ ଆଚରଣ ଅତ୍ୟନ୍ତ କଠୋର ହୋଇଥାଏ, ତେବେ ଏକ ଦୃଢ଼ ସମର୍ଥନ ନେଟୱାର୍କ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯେକୌଣସି ପ୍ରକାରର ଭାବପ୍ରବଣ ପରିସ୍ଥିତିରେ ଏହି ନେଟୱାର୍କ ସାହାଯ୍ୟ କରିବ । ସର୍ବଦା ନିଜକୁ ବନ୍ଧୁ ଏବଂ ଲୋକମାନଙ୍କ ସହିତ ଘେରି ରୁହ;ୁ, ଯେଉଁମାନେ ଆପଣଙ୍କୁ ପର୍ଯ୍ୟାୟ କ୍ରମେ ଉତ୍ସାହିତ କରନ୍ତି ।

-ଏପରି ଏକ କାମ ଖୋଜନ୍ତୁ, ଯାହା ଦ୍ୱାରା ସମାନ ଅନୁଷ୍ଠାନରେ ଥାଇ ମଧ୍ୟ ବସ୍‌ ଠାରୁ ଦୂରରେ ରହିପାରିବେ । ଅନୁଷ୍ଠାନର ଅନ୍ୟାନ୍ୟ ପଦବୀ ବିଷୟରେ ଜାଣ;ୁ, ଯେଉଁଥିରେ ଆପଣଙ୍କ ଆଗ୍ରହ ମଧ୍ୟ ଥିବା ଦରକାର । ଏହା ପରେ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି ଆରମ୍ଭ କର;ୁ ।

-ସର୍ବପ୍ରଥମେ, ସଂଗଠନରେ ଥିବା କର୍ମଚାରୀଙ୍କ ଅଭିଯୋଗକୁ କେତେ ଗୁରୁତ୍ୱ ଦିଆଯାଉଛି ତାହା ଦେଖ;ୁ । ତା’ପରେ ଏଚ୍‌ଆର ଏଥିରେ କେତେ ସାହାଯ୍ୟ କରିପାରିବ, ଜାଣିବାକୁ ଚେଷ୍ଟା କର;ୁ । ଯଦି ଆପଣ ସବୁକିଛି ଠିକ୍‌ ବୋଲି ଭାବୁଛନ୍ତି, ସେମାନଙ୍କୁ ଆପଣଙ୍କ ପରିସ୍ଥିତି ବିଷୟରେ ଜଣା;ୁ ।

Comments are closed, but trackbacks and pingbacks are open.