ଜଳ ସମ୍ପଦ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳନ

205

• ବିଭିନ୍ନ ଡିଭିଜନସ୍ତରରେ ପକ୍ଷ ପାଳନର ଶୁଭାରମ୍ଭ
• ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ସଚେତନତାର ବାର୍ତ୍ତା
• ଡିସେମ୍ବର ୨୯ରେ ଜିଲ୍ଲାସ୍ତରୀୟ ଏବଂଜାନୁଆରୀ୫ରେ ହେବ ରାଜ୍ୟସ୍ତରୀୟ ସମାରୋହ
• ଜଳ ପରିଚାଳନାରେ ପାଣି ପଞ୍ଚାୟତ ଓ କୃଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବାରେ ଏହି ପକ୍ଷ ପାଳନ ଗୁରୁତ୍ୱ ବହନ କରୁଛି ।

ଭୁବନେଶ୍ୱର : ଜଳ ସମ୍ପଦ ବିଭାଗ ତରଫରୁ ‘ପାଣି ପଞ୍ଚାୟତ ପକ୍ଷ-୨୦୨୫’ , ଡିସେମ୍ବର ୨୨ ରବିବାର ଠାରୁ ଆରମ୍ଭ ହୋଇଛି । ଏହା ଆସନ୍ତା ୨୦୨୫ ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେରାଜ୍ୟର ୧୩୬ଟି ଡିଭିଜନରେ ଡିଭିଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନର ଶୁଭାରମ୍ଭ କରାଯାଇଛି । ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆଗାମୀ ଡିସେମ୍ବର ୨୯ ତାରିଖ ଏବଂ ଏବଂ ରାଜ୍ୟସ୍ତରୀୟ ସମାରୋହ ୫ଜାନୁଆରୀ ୨୦୨୫ରେ ଅନୁଷ୍ଠିତ ହେବ ।

ଚଳିତ ବର୍ଷ ପାଣି ପଞ୍ଚାୟତର କୃଷକ ଓ ସଦସ୍ୟମାନଙ୍କ ମଧ୍ୟରେ ଅଧିକ ସମନ୍ୱୟ ରକ୍ଷା କରିବା ପାଇଁ ଜଳସମ୍ପଦ ବିଭାଗ, କୃଷି ଓ କୃଷକ ସଶକ୍ତୀକରଣ ଏବଂ ମତ୍ସ୍ୟ ଓ ପ୍ରାଣୀ ସଂପଦ ଭଳି ସଂପୃକ୍ତ ଅନ୍ୟ ସମସ୍ତ ବିଭାଗର ସହଯୋଗ ନିମନ୍ତେ ପାଣି ପଞ୍ଚାୟତ ପକ୍ଷ ‘କୃଷି ଓଡ଼ିଶା’ ସହିତ ଏକାଠି ଅନୁଷ୍ଠିତ ହେବ ।


ଡିଭିଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ସଂପୃକ୍ତ ଅଂଚଳର ମାନ୍ୟବର ମନ୍ତ୍ରୀ, ମାନ୍ୟବର ସାଂସଦ, ମାନ୍ୟବର, ବିଧାୟକ, ସ୍ଥାନୀୟ ପଂଚାୟତିରାଜ ପ୍ରତିନିଧି, ସହରାଂଚଳ ସ୍ଥାନୀୟ ଜନପ୍ରତିନିଧି ତଥା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସାମିଲ କରାଯାଇଛି ।

ଏହିପରିପ୍ରେକ୍ଷୀରେବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିତର୍କ, ପ୍ରବନ୍ଧ, ଚିତ୍ରାଙ୍କନ, କୁଇଜ୍, ମଡେଲ ପ୍ରଦର୍ଶନ ଭଳି ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସୂଚନା ଯୋଗ୍ୟ ଯେ, ରାଜ୍ୟରେ ୩୯,୦୦୦ରୁ ଅଧିକ ପାଣି ପଂଚାୟତ ରାଜ୍ୟରେ ଭାଗିଦାରୀମୂଳକ ଜଳ ପରିଚାଳନା କରୁଛନ୍ତି । ଓଡ଼ିଶା ପାଣି ପଞ୍ଚାୟତ ଆଇନ, ୨୦୦୨ ଏବଂ ସେଥିରେ ଆବଶ୍ୟକ ସଂଶୋଧନ ଦ୍ୱାରା ମେଗା ଉଠା ଜଳସେଚନ ପ୍ରକଳ୍ପ ଅଧୀନରେ ମହିଳା, ମତ୍ସ୍ୟଜୀବୀ, ଜଳ ଉପଭୋକ୍ତାଙ୍କୁ ସୁଯୋଗ ଦିଆଯାଇ ଅନ୍ତର୍ଭୁକ୍ତିକରଣ ଓ ସମାନତା ଅଣାଯାଇଛି ।୨୦୨୮-୨୯ ଆର୍ଥିକ ବର୍ଷ ସୁଦ୍ଧା ୮୦,୦୦୦ ହେକ୍ଟର କମାଣ୍ଡ ଅଞ୍ଚଳରେ ୨୪୦୦ କିଲୋମିଟର କ୍ଷେତ୍ର ପ୍ରଣାଳୀ ନିର୍ମାଣ ଏବଂ ୬୨ ହଜାର ହେକ୍ଟର ପୁରୁଣା କେନାଲ(କରନାଳୀ) ପ୍ରଣାଳୀର ପୁନଃନିର୍ମାଣ ପାଇଁ ୧୩୩୮ କୋଟି ଟଙ୍କାବ୍ୟୟ ବରାଦ କରାଯାଇଛି ।‘ଓଡ଼ିଶା ଜଳବାୟୁ ସହନଶୀଳ ସମନ୍ୱିତ କୃଷି’ ଭଳି ପ୍ରକଳ୍ପ ମାଧ୍ୟମରେ ପାଣି ପଞ୍ଚାୟତଗୁଡିକୁ ଜଳ ଉତ୍ପାଦକତା ବୃଦ୍ଧି ଏବଂ ଦକ୍ଷ ଜଳ ବ୍ୟବହାର ପାଇଁଜଳବାୟୁ ସହନଶୀଳ କୃଷି ଅଭ୍ୟାସ ଏବଂ ଜ୍ଞାନକୌଶଳ, ଫସଲର ବିବିଧିକରଣ, ସହନଶୀଳ ବିହନର ବ୍ୟବହାର, ଯୋଗାଣ ଶୃଙ୍ଖଳା ଏବଂ ବଜାର ସଂଯୋଗ ଇତ୍ୟାଦି ଉପରେ ଗୁରୁତ୍ୱ ଓ ସହଯୋଗ ଦିଆଯାଉଛି ।ଆଇଓଟି ସକ୍ଷମ ଡିଜିଟାଲ ପଦ୍ଧତିରେ ଜଳ ପରିମାପ ଏବଂ ମୃତ୍ତିକା ଆର୍ଦ୍ରତା ନିରୂପଣ ପ୍ରଣାଳୀ ବିକଶିତ କରିବା ପାଇଁ ‘ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ’ ଏବଂ ମାଷ୍ଟର ଟ୍ରେନର୍ ମାଧ୍ୟମରେ ପାଣି ପଞ୍ଚାୟତର ଦକ୍ଷତା ବିକାଶ ପାଇଁ ‘ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ’ ସହିତ ସହଯୋଗ ସ୍ଥାପନ କରାଯାଇଛି ।

ଜଳ ସମ୍ପଦ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ କାର୍ଯ୍ୟ ପାଇଁ ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଜଳ ପୁରସ୍କାର-୨୦୨୩ରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ବର୍ଗରେ ପ୍ରଥମ ସ୍ଥାନ ପ୍ରଦାନ କରାଯାଇଛି ଏବଂ ଏଥିରେ ପାଣି ପଞ୍ଚାୟତର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ପାଣି ପଂଚାୟତରେ ସମାନତା ଓ ଅନ୍ତର୍ଭୁକ୍ତିକରଣକୁ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାରଙ୍କ ପ୍ରୟାସକୁ ଜାତୀୟ ସ୍ତରରେ ମଧ୍ୟ ସ୍ୱୀକୃତି ମିଳିଛି ।

Comments are closed, but trackbacks and pingbacks are open.