ହୋଲିରେ ଆସିବ ‘ଏ ୱତନ ମେରେ ୱତନ’ ଦେଖନ୍ତୁ ଏହାର ଟ୍ରେଲର

561

ମୁମ୍ବାଇ: ରିଲିଜ ହେଲା ସାରା ଅଲି ଖାନଙ୍କ ଦେଶପ୍ରେମ ଉପରେ ଆଧାରିତ ଚଳଚ୍ଚିତ୍ର ‘ଏ ୱତନ ମେରେ ୱତନ’ର ଟ୍ରେଲର । ଏହି ଚଳଚ୍ଚିତ୍ରରେ ସାରା ଅଲି ଖାନ ଦେଶର ସ୍ୱାଧୀନତା ସଂଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ରଟି ୧୯୪୨ର ଭାରତ ଛାଡ ଆନ୍ଦୋଳନ ଉପରେ ଆଧାରିତ ।

‘ଏ ୱତନ ମେରେ ୱତନ’ ହେଉଛି ଉଷା ମେହେଟ୍ଟାଙ୍କର ଏକ ବାୟୋପିକ୍ ଯେଉଁଥିରେ ସାରା ଅଲି ଖାନ୍ ମୁଖ୍ୟ ଭୁମିକାରେ ଅଭିନୟ କରିଛନ୍ତି | ଭାରତକୁ ସ୍ଵାଧୀନ ପ୍ରମାଣ କରିବାକୁ ଏବଂ ବ୍ରିଟିଶ ସରକାରଙ୍କୁ ତାଙ୍କର ବାସ୍ତବତାର ଦର୍ପଣ ଦେଖାଇବାକୁ ସେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ‘ଏ ୱତନ ମେରେ ୱତନ’ ର ୨.୫୩ ମିନିଟର ଟ୍ରେଲର ଆରମ୍ଭରୁ ହିଁ ଦମଦାର ନଜର ଆସିଛି । ଟ୍ରେଲରରେ ଏହା ଦର୍ଶାଯାଇଛି ଯେ ସେ ନିଜର ରେଡିଓ ଷ୍ଟେସନ୍ ଖୋଲନ୍ତି ଏବଂ ଏହି ଆନ୍ଦୋଳନକୁ ପ୍ରୋତ୍ସାହିତ କରିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ରେଡିଓ ଜକି ହୁଅନ୍ତି |

‘ଏ ୱତନ୍ ମେରେ ୱତନ୍’ ଏକ ଐତିହାସିକ ଥ୍ରୀଲର-ଡ୍ରାମା ଚଳଚ୍ଚିତ୍ର | ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରକୁ କରଣ ଜୋହର, ସୋମନ ମିଶ୍ର ଏବଂ ଅପୂର୍ବ ମେହେତା ପ୍ରସ୍ତୁତ କରିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି କନ୍ନନ ଆୟର । ଏହି ଚଳଚ୍ଚିତ୍ରର କାହାଣୀ ଦରବ ଫାରୁକି ଏବଂ ଆୟର ମିଳିତ ଭାବରେ ଲେଖିଛନ୍ତି । ଏହି ସିନେମାରେ ମୁଖ୍ୟ ଭୁମିକାରେ ଅଭିନୟ କରିଛନ୍ତି ସାରା ଅଲି ଖାନ । ତାଙ୍କ ସହ ଅଭୟ ଭର୍ମା, ସଚିନ ଖେଡେକର, ସ୍ପର୍ଶ ଶ୍ରୀବାସ୍ତବ, ଆଲେକ୍ସ ନେଲ ଏବଂ ଆନନ୍ଦ ତିୱାରୀ ପ୍ରମୁଖ ଭୂମିକାରେ ଅଭିନୟ କରିବେ ଏବଂ ଇମ୍ରାନ ହାଶମୀ ଏହି ଫିଲ୍ମରେ ଏକ କ୍ୟାମିଓ ରୋଲରେ ନଜର ଆସିବେ ।

ସାରା ଅଲି ଖାନ ତାଙ୍କ ଇନଷ୍ଟାଗ୍ରାମରେ ଏହି ଫିଲ୍ମର ଟ୍ରେଲର ସେୟାର କରିଛନ୍ତି । ମାର୍ଚ୍ଚ ୨୧, ୨୦୨୪ରେ ପୁରା ଦେଶରେ ରିଲିଜ ହେବ ଏହି ଫିଲ୍ମ । ତେବେ ଏହି ଫିଲ୍ମଟି ଓଟିଟିରେ ମଧ୍ୟ ରିଲିଜ ହେବା ନେଇ ସୂଚନା ମିଳିଛି । ଏହା ବ୍ୟତୀତ ସାରାଙ୍କ ଅଭିନୀତ ‘ମେଟ୍ରୋ ଇନ୍ ଦିନୋ’ ଚଳଚ୍ଚିତ୍ରଟି ମାର୍ଚ୍ଚ ୨୪ରେ ରିଲିଜ୍‌ ହେବ। ଏହି ଫିଲ୍ମରେ ଆଦିତ୍ୟ ରୟ କପୁରଙ୍କ ସହ ଅନ୍‌ ସ୍କ୍ରିନ୍‌ ରୋମାନ୍ସ କରିବେ ସାରା । ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ଭୂଷଣ କୁମାର, ଅନୁରାଗ ବାସୁ, କୃଷ୍ଣ କୁମାର । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ବାସୁ ।

Comments are closed, but trackbacks and pingbacks are open.