ଜୋର ରେ ଚାଲିଲେ ସୁସ୍ଥ ରହିବେ

24

ପ୍ରାୟତଃ ଦେଖାଯାଇଥାଏ ବୟସ ବଢିବା ସହିତ ବ୍ୟକ୍ତି ଙ୍କର ଶାରୀରିକ ଗତିବିଧି ପ୍ରଭାବିତ ହୋଇଥାଏ I ୪୫ ବର୍ଷ ବୟସ ର ଲୋକଙ୍କ ଚାଲିବI ଗତି କୁ ଅନୁଧ୍ୟାନ କରି ବିଶେଷଜ୍ଞ ମାନେ ଏହା ପଛର କାରଣ ଜାଣିପାରିଛନ୍ତି I ଏହି ବୟସ ପରେ ଲୋକଙ୍କର ଶାରୀରିକ ଗତିବିଧି ଓ ଚାଲିବାର ଗତି ମଧ୍ୟ ପ୍ରଭାବିତ ହୋଇଥାଏ I କାରଣ ଚାଲିବାର ଗତି ମସ୍ତିଷ୍କ ର କାର୍ଯ୍ୟକଳାପ ସହ ସମ୍ପର୍କିତ I ଯଦି ଚାଲିବାର ଗତି କମି ଆସେ ,ତେବେ ମସ୍ତିଷ୍କ ବୟସ୍କ ହେଉଥିବା ର ଜଣାପଡେ ବୋଲି ଗବେଷକ ମାନେ କହିଛନ୍ତି I ଗବେଷଣାରୁ ଜଣାପଡିଥିଲା ଯେ ଧୀରେ ଧୀରେ ଚାଲୁଥିବା ବ୍ୟକ୍ତି ଙ୍କ ର ଫୁସଫୁସ , ଦାନ୍ତ ଏବଂ ରୋଗପ୍ରତିରୋଧକ ବ୍ୟବସ୍ଥା ଦ୍ରୁତ ଗତିରେ ଚାଲୁଥିବା ,ଲୋକଙ୍କ ତୁଳନାରେ ଦୁର୍ବଳ ଥିଲା I ବୃଦ୍ଧ ଏବଂ ଅସୁସ୍ଥ ଲୋକମାନେ ସାଧାରଣତଃ ଏହି ସମସ୍ୟାରେ ପଡ଼ିଥାନ୍ତି I ତେବେ କମ ବୟସରେ ଏଭଳି ସମସ୍ୟାରେ ଆକ୍ରାନ୍ତ ହେବ ଚିନ୍ତାଜନକ I ନ୍ୟୁରୋଜଗ୍ନିଟିଭ ପରୀକ୍ଷା ଦ୍ୱାରା ଭବିଷ୍ୟତରେ କେଉଁମାନଙ୍କ ଚାଲିବ ଗତି କମ ହେବ ତାହା ଜଣାପଡ଼ିଥାଏ I ବ୍ୟକ୍ତି ଙ୍କ ବୁଦ୍ଧିମତ୍ତା ସ୍ତର ,ଭାଷା ଵୁଝିଵା ତଥା ନିରାଶI ସହିବାର କ୍ଷମତା ,ଭାବନାତ୍ମକ ନିୟନ୍ତ୍ରଣ ଆଦି ର ଅଧୟନ କରି ୪୫ ବର୍ଷ ବୟସ ବେଳକୁ ତାଙ୍କ ଚାଲିବାର ଗତି କିପରି ହେବ ତାହା ଆକଳନ କରାଯାଇଛି I ଏପରିକି ଧୀର ଗତିରେ ଚାଲୁଥିବା ଲୋକଙ୍କ ତୁଳନାରେ ଦ୍ରୁତ ଗତିରେ ଚାଲୁଥିବା ଲୋକ ଙ୍କର ଆୟୁଷ ଅଧିକ ବୋଲି ଜଣା ପଡିଛି I ଅବଶ୍ୟ ଜନ୍ମ ଠାରୁ ଯୁବାବସ୍ଥା ଯାଏ ଯଦି ବ୍ୟକ୍ତି ଖୁବ ଧୀର ଗତିରେ ଚାଲୁଥାଆନ୍ତି ,ତେବେ ସେମାନଙ୍କର ଅକାଳ ମୃତ୍ୟୁ ର ଆଶଙ୍କା ଅଧିକ ଥାଏ ବୋଲି ଗବେଷଣାରୁ ଜଣ ପଡିଛି I ତେବେ ‘ଅତି ‘ ସବୁ କ୍ଷେତ୍ରରେ କ୍ଷତିକାରକ ହୋଇଥାଏ ତେଣୁ ଅତି ଜୋର କିମ୍ବା ଅତି ଧୀରେ ନ ଚାଲି ଶରୀରକୁ ଉପକାରୀ ହେଉଥିବା ବେଗରେ ଚାଲିବା ଜରୁରୀ I ଏହାସହିତ ଧ୍ୟାନ ରଖିବା ଜରୁରୀ ଯେମିତି ଶରୀରରୁ ଝାଳ ବୋହୁଥିବା ଦରକାର I ଏହା ସହିତ ଆପଣ ଚାଲିବାକୁ ଯିବାପୂର୍ବରୁ ଗୋଟିଏ ଗ୍ଲାସ ଉଷୁମ ପାଣିରେ କେଇବୁନ୍ଦା ଲେମ୍ବୁରସ ମିଶାଇ ପିଇଲେ ଶରୀର ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ I

Leave A Reply

Your email address will not be published.