ସମ୍ ହସ୍ପିଟାଲ୍ ପକ୍ଷରୁ “ବିଶ୍ୱ ଅଲ୍‌ଜାଇମର ଦିବସ” ଅବସରରେ ୱାକାଥନ୍ ଆୟୋଜିତ

1,158

ଭୁବନେଶ୍ୱର, ସେପ୍ଟେମ୍ବର ୨୧ : ବିଶ୍ୱ ଅଲ୍‌ଜାଇମର ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମାନସିକ ରୋଗ ବିଭାଗ ପକ୍ଷରୁ ଗୁରୁବାର ଏକ ୱାକାଥନ୍ ଆୟୋଜିତ ହୋଇଯାଇଛି ।
ଗୁରୁବାର ସକାଳେ ସମ୍ ହସ୍ପିଟାଲ୍‌ର ବ୍ଲଡ ବ୍ୟାଙ୍କ ସମ୍ମୁଖରୁ ଏହି ୱାକାଥନ ଆରମ୍ଭ ହୋଇ ମୁଖ୍ୟ ଦ୍ୱାରରେ ଶେଷ ହୋଇଥିଲା ।
ଚଳିତ ବର୍ଷ ବିଶ୍ୱ ଅଲ୍‌ଜାଇମର ଦିବସର ଥିମ୍ ରହିଛି “ ନେଭର ଠୁ ଅର୍ଲି , ନେଭର ଠୁ ଲେଟ୍‌” ଅର୍ଥାତ୍ କେବେବି ଆଗୁଆ ନୁହେଁ କିମ୍ବା କେବେ ଅତି ବିଳମ୍ବ ନୁହେଁ । ଏହି ଥିମ୍‌ର ସଚେତନତା ବାର୍ତା ଲୋକଙ୍କ ନିକଟରେ ପହଂଚାଇବା ନେଇ ୱାକାଥନର ଆୟୋଜନ କରାଯାଇଥିଲା । ଏହି ସମସ୍ୟାରେ ଥିବା ବିପଦ, ଚିକିତ୍ସାରେ ବିଳମ୍ବ ଏବଂ ରୋଗକୁ ଆଗକୁ ଅଧିକ ବଢ଼ିବାକୁ ନ ଦେବାର ଲକ୍ଷ୍ୟ ନେଇ ଏହି ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ।
ଏହି ୱାକାଥନରେ ମାନସିକ ରୋଗ ବିଭାଗର ମୁଖ୍ୟ ପ୍ରଫେସର ସୁରଜିତ ସାହୁ, ପ୍ରଫେସର ଶୁଭେନ୍ଦୁ ନାରାୟଣ ମିଶ୍ର ଓ ଆସୋସିଏଟ୍ ପ୍ରଫେସର ଲଗ୍ନଜିତ ଦାଶ ସମେତ ଅନ୍ୟାନ୍ୟ ଫ୍ୟାକଲ୍ଟି ମେମ୍ବର୍ସ, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ ।

Comments are closed, but trackbacks and pingbacks are open.