ରାତ୍ରି ଭୋଜନ ପରେ ପ୍ରତିଦିନ ଅଧଘଣ୍ଟା ଚାଲନ୍ତୁ

33

ବର୍ତ୍ତମାନ ସମସ୍ତେ ନିଜକୁ ସ୍ୱାସ୍ଥ୍ୟବାନ ଏବଂ ଫିଟ ରଖିବାକୁ ଚାହୁଁଛନ୍ତି I ଶରୀରକୁ ଫିଟ ରଖିବା ପାଇଁ ସବୁଠାରୁ ଭଲ ଉପାୟ ହେଉଛି ମର୍ନିଙ୍ଗ ୱାକ I କିନ୍ତୁ ଆଜିକାଲି ବ୍ୟସ୍ତ ବହୁଳ ଜୀବନରେ ଅଫିସ କାମରେ ବିଳମ୍ବ ରେ ଶୋଇବା ହେତୁ ସକାଳେ ଜଲ୍ଦି ଉଠି ପାରୁ ନାହାନ୍ତି I ତେଣୁ ସକାଳେ ଚାଲି ନ ପାରିଲେ ରାତି ର ଖାଦ୍ୟ ଖାଇ ସାରିବା ପରେ ଚାଲିଲେ ମଧ୍ୟ ଏହା ଆପଣଙ୍କ ଶରୀର ଉପରେ ଉତ୍ତମ ପ୍ରଭାବ ପକାଇଥାଏ I ଆସନ୍ତୁ ଜାଣିବା ରାତ୍ରି ଖାଇ ସାରିବା ପରେ ଚାଲିବI କାହିଁକି ନିହାତି ଜରୁରୀ I

ଆମେ ସମସ୍ତେ ନିଜ ନିଜ ଜୀବନରେ ବହୁତ ବ୍ୟସ୍ତ ରହିଥାଉ | ସାଧାରଣତଃ ଆମେ ମହିଳାମାନେ ଘର ଏବଂ ବାହାର ଉଭୟ ଦାୟିତ୍ୱକୁ ତୁଲେଇବାରେ ବ୍ୟସ୍ତ ରହିଯାନ୍ତି I ଯେଉଁଥିପାଇଁ ଏକ୍ସରସାଇଜ କରିବା ପାଇଁ ସମୟ ମିଳେ ନାହିଁ I ଯଦ୍ୱାରା ଆମେ ଅଳସୁଆ ହେବ ସହିତ ମୋଟା ହୋଇଯାଇ ଥାଉ I
ଏମିତି ରେ ଆମ ଓଜନ ବି ଖୁବ ଶୀଘ୍ର ବଢିବାକୁ ଲାଗେ I କିନ୍ତୁ ଯଦି ଆପଣ ଖାଇବା ପରେ ଚାଲି ପାରିବେ ତାହେଲେ ଆପଣଙ୍କ ପାଇଁ ବହୁତ ଭଲ ହେବ I ଆମେ ସମସ୍ତେ ଚାଲିବା ଦ୍ୱାରା ମିଳୁଥିବା ଫାଇଦା ବିଷୟରେ ଜାଣିଚୁ I ଏହା ଓଜନକୁ କଣ୍ଟ୍ରୋଲ କରିବା ସହିତ ଆପଣଙ୍କୁ କେତେକ ଅସୁବିଧାରୁ ବଂଚାଇଥାଏ | ଏଠାରେ ଆମେ ଆପଣଙ୍କୁ ଜଣାଇବୁ କି ରାତି ଖାଇବା ପରେ ଚାଲିବ କାହିଁକି ଜରୁରୀ I

ରାତିରେ ଶାନ୍ତିର ନିଦ ଆସେ : ଶାରୀରିକ ଫିଟନେସ ସହିତ ରାତିରେ ଖାଇବା ପରେ ଚାଲିବା ଦ୍ୱାରା ଆମକୁ କେତେକ ମାନସିକ ଲାଭ ମଧ୍ୟ ମିଳିଥାଏ | ଚାଲିବ ଦ୍ୱାରା ଆପଣଙ୍କ ଷ୍ଟ୍ରେସ ଦୂର କରିବାରେ ସାହାଯ୍ୟ ମିଳିଥାଏ, ଯାହାଦ୍ୱାରା ଆପଣ ସହଜରେ ଶୋଇ ମଧ୍ୟ ପାରିବେ |

ଇମ୍ୟୁନିଟିକୁ ମଜବୁତ କରିଥାଏ : ରାତି ଖାଇବା ପରେ ଚାଲିବା, ଇମ୍ୟୁନିଟି ବଢ଼ାଇବାରେ ସାହାଯ୍ୟ କରିଥାଏ I କାରଣ ଏହା ଆପଣଙ୍କ ସିଷ୍ଟମକୁ ଠିକ ରଖିଥାଏ I ଦୃଢ ଇମ୍ୟୁନିଟି ଦ୍ୱାରା ଆପଣ କେତେ ପ୍ରକାରର ରୋଗ ଠାରୁ ବଞ୍ଚିଯିବେ I

ହଜମ ଶକ୍ତିରେ ସୁଧାର : ଚାଲିବା ଦ୍ୱାରା ଆମର ହଜମ ପ୍ରକ୍ରିୟା ଠିକ୍ ରେ କାମ କରିଥାଏ I ରାତିରେ ଖାଇବା ପରେ ଚାଲିବା ଦ୍ୱାରା ଆମର ଶରୀର ଅଧିକ ଗ୍ୟାସ୍ଟ୍ରିକ ଏଞ୍ଜାଇମ କ୍ଷରଣ କରିଥାଏ ,ଯାହାଦ୍ୱାରା କଠିନ ଝାଡା ସମସ୍ୟାରୁ ଆମେ ମୁକ୍ତି ପାଇଥାଉଁ I

Comments are closed, but trackbacks and pingbacks are open.