ୱାକଫ ବିଲରେ ଭୋଟିଂ: ସସ୍ମିତଙ୍କ ବିରୋଧରେ ବଢିଲା କାର୍ଯ୍ୟାନୁଷ୍ଠାନ ଦାବି

185

ଭୁବନେଶ୍ୱର : ୱାକଫ ବିଲରେ ଭୋଟିଂ ନେଇ ସସ୍ମିତଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ବଢିବାରେ ଲାଗିଛି । ବିଜେଡିର ଜଣଙ୍କ ପରେ ଜଣ ନେତା ସସ୍ମିତ ପାତ୍ରଙ୍କ ବିରୋଧରେ ମୁହଁ ଖୋଲିଛନ୍ତି । ପ୍ରଥମେ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ । ଏବେ ପ୍ରତାପ ଜେନା । ସାଂସଦ ସସ୍ମିତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ପ୍ରତାପ ଜେନା । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଷଡଯନ୍ତ୍ର ପଛରେ କିଏ ତାହାର ତଦନ୍ତ ହେବା ଦରକାର ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ଏହା ସହ ରାଜ୍ୟସଭା ନେତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ମଧ୍ୟ ଚିଠିରେ ଦାବି କରିଛନ୍ତି ପ୍ରତାପ ଜେନା । ଗତକାଲି ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ନବୀନଙ୍କୁ ଚିଠି ଲେଖି ସସ୍ମିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ପୂର୍ବରୁ ବିଧାୟକ ଗଣେଶ୍ବର ବେହେରା ମଧ୍ୟ ପ୍ରତାପଙ୍କ ଆଭିମୂଖ୍ୟ ନେଇ ପ୍ରଶ୍ନ ଉଠାଇଛନ୍ତି।

Comments are closed, but trackbacks and pingbacks are open.