ଆସନ୍ତାକାଲି କୋଟିଆରେ ହେବ ମତଦାନ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସ୍ୱତନ୍ତ୍ର ପଦକ୍ଷେପ

25

ଆସନ୍ତାକାଲି ରାଜ୍ୟରେ ପଂଚାୟତ ନିର୍ବାଚନ ପାଇଁ ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହେବ I ଏହି ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୬୮ଟି ବ୍ଲକ୍‌ରେ ୧୮୬ଟି ଜିଲ୍ଲା ପରିଷଦ ଜୋନ୍ ଲାଗି ନିର୍ବାଚନ ହେବ । ମୋଟ୍ ୧୫ଶହ ୧୪ ପଂଚାୟତର ୨୦ ହଜାର ୪୩୬ ବୁଥ୍‌ରେ ଭୋଟ ଗ୍ରହଣ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ୬୨ ଲକ୍ଷ ୧୦ ହଜାର ଭୋଟର୍ ମତଦାନ କରିବେ ।
ଏହି ପର୍ଯ୍ୟାୟ ରେ କୋଟିଆରେ ମତଦାନ ହେବାକୁ ଯାଉଛି I ତେଣୁ ମତଦାନ ପୂର୍ବରୁ ଓଡିଶା-ଆନ୍ଧ୍ର ସୀମା ସିଲ୍ କଲା ପୋଲିସ । ସୀମା ସିଲ୍ ହୋଇଥିବା ସ୍ଥାନରେ ତମ୍ବୁ ଟାଣି ପହରା ଦେଉଛି ପୋଲିସ । ଓଡିଶା ସୀମାରେ ଗାଡି ଯାଞ୍ଚକୁ କଡାକଡି କରାଯାଇଛି । ଓଡିଶା ପରିଚୟପତ୍ର ଦେଖାଇଲେ ପ୍ରବେଶକୁ ଅନୁମତି ମିଳୁଛି । ଏହା ବାଦ ମତଦାନ କେନ୍ଦ୍ରରେ କୌଣସି ପ୍ରକାର ଅପ୍ରତିକର ପରିସ୍ଥିତି କୁ ରୋକିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରଯାଇଛି । ପ୍ରତିଦିନ ପୋଲିସ ଗାଁ ଗାଁ ବୁଲି ପ୍ଳାଗ ମାର୍ଚ୍ଚ କରୁଥିବା ବେଳେ ରାତିରେ ପୋଲିସ ପାଳି କରି ପଇଂତରା ମାରୁଛି । ନିର୍ବାଚନ ପାଇଁ ୨ ପ୍ଳାଟୁନ ପୋଲିସ ଫୋର୍ସ ସେଠାରେ ମୁତୟନ ରହିଛନ୍ତି ।
ସେପଟେ, ବୋରିଗୁମ୍ମା, ସେମିଳିଗୁଡା ଓ ବନ୍ଧୁଗାଁ ବ୍ଲକରେ ଗତକାଲି ମତଦାନ ହୋଇଥିବାବେଳେ ଏହି ତିନିଟି ବ୍ଲକରେ ଆଶାନୁରୂପ ମତଦାନ ହୋଇଥିବା ଜଣାପଡିଛି । ଜିଲ୍ଲାରେ ମୋଟ ୮୦.୩ ପ୍ରତିଶତ ମତଦାନ ହୋଇଥିବାବେଳେ ବନ୍ଧୁଗାଁରେ ୭୫ ପ୍ରତିଶତ, ସେମିଳିଗୁଡାରେ ସର୍ବାଧିକ ୮୩.୨୯ ଓ ବୋରିଗୁମ୍ମାରେ ୭୫.୬ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ତେବେ କୋରାପୁଟ ଜିଲ୍ଲାପ୍ରଶାସନ ପକ୍ଷରୁ ଏହି ତିନି ବ୍ଲକରେ ମତଦାନକୁ ଅଧିକ କରିବାକୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଥିଲା
ସେମିଳିଗୁଡା, ବନ୍ଧୁଗାଁ ଓ ବୋରିଗୁମ୍ମାରେ ଏକାଧିକ ବୁଥରେ ମହିଳାଙ୍କ ପାଇଁ ପିଙ୍କ୍ ବୁଥତ କରାଯାଇଥିଲା । ଏହାକୁ ଆଦର୍ଶ ମତଦାନ କେନ୍ଦ୍ର ଭାବେ ପରିଗଣିତ କରାଯାଇ ମତଦାନ ସଂଗ୍ରହ କରାଯାଇଥିଲା । ସେମିଳିଗୁଡାର ପିତାଗୁଡା, ବୋରିଗୁମ୍ମା ଓ ବନ୍ଧୁଗାଁରେ ମଧ୍ୟ ପିଙ୍କ ବୁଥ୍ କରାଯାଇ ସଂଗ୍ରହ କରାଯାଇଥିଲା ଭୋଟ । ଅନ୍ୟପକ୍ଷରେ ଏବେ ଯାଏ ଏହି ତିନି ବ୍ଲକର ଏକାଧିକ ବୁଥରୁ ବୁଥ ପାର୍ଟି ଫେରି ନ ଥିବାରୁ ମତଦାନ ଆହୁରିବୃଦ୍ଧି ପାଇବା ଆଶା କରାଯାଇଛି ।

Comments are closed, but trackbacks and pingbacks are open.