ସକାଳ ୭ ଟାରୁ ଆରମ୍ଭ ହେଲା ଚତୁର୍ଥ ପର୍ଯ୍ୟାୟ ଭୋଟ୍ : ୨୭ ଜିଲ୍ଲାର ୧୬୩ ଜିଲ୍ଲା ପରିଷଦ ଜୋନ୍ ପାଇଁ ୫୧ ଲକ୍ଷ ୩୧ ହଜାର ଭୋଟର କରିବେ ମତଦାନ

11

ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ସକାଳ ୭ ଟାରୁ ଭୋଟ ଆରମ୍ଭ ହୋଇ ଯାଇଛି । ଏହି ପର୍ଯ୍ୟାୟରେ ମୋଟ ୬୪ ବ୍ଲକର ୧୬୩ ଜିଲ୍ଲା ପରିଷଦ, ୧୨୫୪ ପଞ୍ଚାୟତ ନିମନ୍ତେ ହେବ ଭୋଟ ଗ୍ରହଣ । ମୋଟ ୫୧,୩୧,୭୨୭ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ମୋଟ ୧୭,୦୮୯ ବୁଥ୍‌ ସ୍ଥାପନ କରାଯାଇଛି । ସେଥିମଧ୍ୟରୁ ୨,୫୬୩ ବୁଥ୍‌ ସମ୍ବେଦନଶୀଳ ରହିଛି । ତେବେ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍‌ଗୁଡ଼ିକ ଉପରେ ରହିଛି ସ୍ୱତନ୍ତ୍ର ନଜର । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟଠୁ ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ଅଧିକ ହିଂସା ହୋଇଛି । ତେଣୁ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳାରେ ହେବ ସେ ନେଇ ରାଜ୍ୟ ନିର୍ବାଚନ କମିଶନ, ପୋଲିସ ଓ ପ୍ରଶାସନ ସହ ଆଲୋଚନା କରିଛନ୍ତି । ଏଥିପାଇଁ ୨୫୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ ବୋଲି କୁହାଯାଇଛି ।ଏନେଇ କମିଶନଙ୍କ ପକ୍ଷରୁ ସବୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

Comments are closed, but trackbacks and pingbacks are open.