ଆଜି ୪୯ ଟି ସ୍ଥାନରେ ସକାଳ ୯ଟାରୁ ଆରମ୍ଭ ହେଲା ପୁନଃ ମତଦାନ

12

ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟ ରେ ବାଧାପ୍ରାପ୍ତ ହୋଇଥିବା ୪୯ ବୁଥ ଗୁଡିକ ରେ ଆଜି ହେଉଛି ପୁନଃ ମତଦାନ I ଆଜି ମୋଟ ୧୦ଟି ଜିଲ୍ଲାର ୧୮ଟି ବ୍ଲକରେ ସାନି ଭୋଟ ଚାଲିଛି । ଭଦ୍ରକରେ ୩ଟି ବ୍ଲକ ଭଦ୍ରକ , ବନ୍ତ ଓ ଚାନ୍ଦବାଲିରେ ସାନି ମତଦାନ ହେଉଛି । ସେହିପରି ଯାଜପୁର ଜିଲ୍ଲାର ୪ଟି ବ୍ଲକରେ ସାନି ମତଦାନ ହେଉଛି । ପୂର୍ବାହ୍ନ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏହି ମତଦାନ ପ୍ରକ୍ରିୟା ଜାରି ରହିବ I
ସେଗୁଡିକ ହେଲା ଯାଜପୁର, ଧର୍ମଶାଳା, ଦଶରଥପୁର, ବଡ଼ଚଣା । ପୁରୀ ଜିଲ୍ଲାର ବ୍ରହ୍ମଗିରି, କୃଷ୍ଣ ପ୍ରସାଦ ଓ କଣାସରେ ଆଜି ସାନି ମତଦାନ ଚାଲିଛି । ବାଲେଶ୍ବର ବସ୍ତା, ଢେଙ୍କାନାଳ ଗନ୍ଦିଆ , ବୌଦ୍ଧର ରୋକ୍ସାରେ ମଧ୍ୟ ରି ପୋଲିଂ ଚାଲିଛି । ସେହିପରି ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ବ୍ଲକ, ଜଗତସିଂହପୁରର ଜଗତପୁର ବ୍ଲକ, କେନ୍ଦୁଝରର ତେଲକୋଇ, ମୟୂରଭଞ୍ଜ କପ୍ତିପଦା ଓ ସୁଲିଆପଦାରେ ସାନି ମତଦାନ ଚାଲିଛି ।
ସେହିପରି ତୃତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣରେ ବାଧାପ୍ରାପ୍ତ ହୋଇଥିବା ୩୦ ଟି ସ୍ଥାନରେ ଆସନ୍ତା ୨୫ ତାରିଖରେ ସାନି ମତଦାନ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ। ସେପଟେ ରାଜ୍ୟରେ ସରିଛି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍ । ଚତୁର୍ଥ ପର୍ଯ୍ୟାୟରେ ୭୩ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । କିଛି ସ୍ଥାନରେ ବାଲଟ ପେପରରେ ତ୍ରୁଟି ପାଇଁ ଭୋଟଦାନ ବାଧାପ୍ରାପ୍ତ ହୋଇଛି । ଆସନ୍ତାକାଲି ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ନେଇ ନିର୍ବାଚନ କମିଶନଙ୍କ କ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବୋଲି ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed, but trackbacks and pingbacks are open.